Special story
ମୁଣ୍ଡିଆ ମାରି ମନ୍ଦିରରୁ ଚୋରି । ଚୋରି କରୁଥିବାରୁ ଚୋର ପ୍ରଥମେ କ୍ଷମା ମାଗି ଦେବୀ ମାଙ୍କୁ ମୁଣ୍ଡିଆ ମାରିଲା, ତା ପରେ ଦାନ ପେଟି ଧରି ଛୁ ହେଇଗଲା । ଏଭଳି ଏକ ଚୋରି ସମୟର ଭିଡିଓ କଏଦ୍ ହୋଇଛି ସିସିଟିଭିରେ । ମଧ୍ୟପ୍ରଦେଶ ଜବଲପୁରରେ ଏପରି ଏକ ଘଟଣା ଘଟିଛି ।
ଗତ ୫ ତାରିଖରେ ମଧ୍ୟପ୍ରଦେଶ ଜବଲପୁର ସୁଖା ଗାଁର ଲକ୍ଷ୍ମୀ ମାତା ମନ୍ଦିରରେ ଏଭଳି ଏକ ଚୋରି ହୋଇଥିବା ଜଣାପଡିଛି । ମୁଖା ପିନ୍ଧା ଚୋର ପ୍ରଥମେ ତାଲା ଭାଙ୍ଗି ମନ୍ଦିରକୁ ପ୍ରବେଶ କରୁଛି । ଆଉ ତା’ପରେ ମାଆଙ୍କ ମୂର୍ତ୍ତି ସାମ୍ନାରେ ଦେଖିବା ପରେ ସାମ୍ନାରେ ହାତ ଯୋଡ଼ି କିଛି ସମୟ ଛିଡ଼ା ହେଉଛି । ସିସିଟିଭିରେ ଦେଖିବାକୁ ମିଳୁଛି, ତା ପରେ ସେ ମାଆଙ୍କୁ ମୁଣ୍ଡିଆ ମାରୁଛି । ଏହାପରେ ୩ଟି ଦାନ ପେଟି ନେଇ ଫେରାର୍ ହୋଇଯାଉଛି ।
ଚୋରଟି ଦାନପେଟି ସହିତ ମନ୍ଦିରର ଦୁଇଟି ବଡ ଘଣ୍ଟି ଏବଂ ପୂଜା କରାଯାଉଥିବା ବାସନକୁ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଏହି ଅଭିନବ ଚୋରକୁ ଖୋଜୁଛି । ତେବେ ଚୋରର ଏହି ଭିଡିଓ ଦେଖି କେହି କେହି ସଂସ୍କାରୀ ଚୋର ବୋଲି କହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660117026.jpg)