Advertisment

୧୫ ବର୍ଷ ହେଲା ପୋଲିସ୍‌ ଆଖିରେ ଧୂଳି ଦେଇ ଫେରାର ଥିଲେ, ଧରା ପକାଇ ଦେଲା ଟାଟୁ...

ଗତ ୧୫ ବର୍ଷ ହେବ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ଥିଲେ। କେହି କେହି ତ ଭାବି ନେଇଥିଲେ, ସେ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ହେଲେ ହାତରେ କରିଥିବା ଟାଟୁ ପାଇଁ ସେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
Tattoo help police arrest criminal run for 15 years

Tattoo help police arrest criminal run for 15 years

Advertisment

ଗତ ୧୫ ବର୍ଷ ହେବ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ଥିଲେ। କେହି କେହି ତ ଭାବି ନେଇଥିଲେ, ସେ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ହେଲେ ହାତରେ କରିଥିବା ଟାଟୁ ପାଇଁ ସେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ। ଏହାପରେ ବ୍ୟକ୍ତି ଜଣକ ଦାବି କରିଥିଲେ, ପୋଲିସ୍‌ ଯେଉଁ ଅପରାଧୀକୁ ଖୋଜୁଛି, ପ୍ରକୃତରେ ସିଏ ନୁହନ୍ତି। କିନ୍ତୁ ତାଙ୍କର ଏହି ମିଛ ସେ ହାତରେ କରିଥିବା ଟାଟୁ ଧରା ପକାଇ ଦେଇଥିଲା। ଶେଷରେ ତାଙ୍କୁ ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ଜୀବନ ବିତାଇବାକୁ ପଡ଼ିଛି। ମୁମ୍ବାଇରେ ଏହି ରୋଚକ ଘଟଣା ଘଟିଛି। ୬୩ ବର୍ଷୀୟ ବ୍ୟକ୍ତି ଜଣକ ହାତ କରିଥିବା ଟାଟୁ ଯୋଗୁ ଧରାପଡ଼ିବା ସହ ପୋଲିସ୍‌ ତାଙ୍କୁ ପୁଣି ଗିରଫ କରିଛି। 

Advertisment

୨୦୦୮ ମସିହା, ଫେବୃଆରୀରେ ଅର୍ମୁଗମ୍‌ ଦେବେନ୍ଦ୍ର ଓ ତାଙ୍କର ସହଯୋଗୀଙ୍କୁ ଆର୍‌ଏକେ ମାର୍ଗ ପୋଲିସ୍‌ ବମ୍ବେ ପୋର୍ଟ ଟ୍ରଷ୍ଟ ଅଞ୍ଚଳରୁ ତେଲ ଚୋରି ଅଭିଯୋଗରେ ଗିରଫ କରିଥିଲେ। ପରେ ଦେବେନ୍ଦ୍ରଙ୍କୁ ଜାମିନ ମିଳିଥିଲା। ପୋଲିସ୍ ସୂଚନା ଅନୁସାରେ, ଚାର୍ଜସିଟ୍‌ ଦାଖଲ ପରେ ଦେବେନ୍ଦ୍ରଙ୍କ ଜାମିନ ଆବେଦନ ରଦ୍ଦ ହୋଇଯାଇଥିଲା। ହେଲେ ତଥାପି ସେ ଥାନାରେ ହାଜର ହୋଇନଥିଲେ। ଫଳରେ କୋର୍ଟ ତାଙ୍କୁ ‘ପଳାତକ’ ଘୋଷିତ କରିଥିଲେ। ପୋଲିସ୍‌ ତାଙ୍କ ଘରେ ଛାନ୍‌ଭିନ୍‌ ପରେ ଜାଣିବାକୁ ପାଇଥିଲା, ଦେବେନ୍ଦ୍ରଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି ଓ ତାଙ୍କ ଘରେ ଆଉ କେହି ନାହାନ୍ତି। ହେଲେ ପୋଲିସ୍‌ ତାଙ୍କୁ ଯେଉଁ ସମୟରେ ଗିରଫ କରିଥିଲେ, ସେହି ସମୟରେ ତାଙ୍କ ହାତରେ ଟାଟୁ ଥିବା ଦେଖିଥିଲା।

ପୋଲିସ୍‌ ଆହୁରି କହିଛି ଯେ, ଫେରାର ଅଭିଯୁକ୍ତ ଦେବେନ୍ଦ୍ରଙ୍କୁ ଖୋଜିବା ଲାଗି ପୋଲିସ୍‌ ଏକ ସ୍ୱତନ୍ତ୍ର ଅଭିଯାନ ଆଧାରରେ ଗିରଫ କରିଥିଲା। ‘ଦ ଟାଇମ୍ସ ଅଫ୍‌ ଇଣ୍ଡିଆ’ ରିପୋର୍ଟ ଅନୁସାରେ, ଦେବେନ୍ଦ୍ର ହେଉଛନ୍ତି ୫ମ ପଳାତକ, ଯିଏକି ଗତ କିଛିମାସ ମଧ୍ୟରେ ଆର୍‌ଏକେ ମାର୍ଗ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। ଏହା ପୂର୍ବରୁ ପୋଲିସ୍‌କୁ ସୂଚନା ମିଳିଥିଲା, ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଛି। ହେଲେ ଆଉ କିଛି ଦାବି କରିଥିଲେ ସେ ତାମିଲନାଡୁ ସ୍ଥିତ ତାଙ୍କ ଘରକୁ ଚାଲି ଯାଇଛନ୍ତି।

Advertisment

ପରେ ପୋଲିସ୍‌ ଜାଣିବାକୁ ପାଇଥିଲା, ଦେବେନ୍ଦ୍ରଙ୍କ ପୁଅ ଜୀବିତ ଅଛନ୍ତି ଓ ତାଙ୍କ ଫୋନ୍‌ ନମ୍ବର ପୋଲିସ୍‌ ସଂଗ୍ରହ କରିଥିଲା। କଲ୍‌ ଡିଟେଲ୍‌ ରିପୋର୍ଟର ଯାଞ୍ଚ କରାଯାଇଥିଲା ଓ ଲଗାତାର ଭାବେ କିଛି ଫୋନ୍‌ ନମ୍ବରରେ ସେ ଯୋଗାଯୋରେ ଥିବା ଜଣାପଡ଼ିଥିଲା।  ଏମିତି ଏକ ନମ୍ବର ପୋଲିସ୍‌ ହାତରେ ଲାଗିଥିଲା ଯାହାର ଲୋକେସନ୍‌ ମୁମ୍ବାଇର ଅନେକ ପର୍ଯ୍ୟଟନ ସ୍ଥଳରେ ସେ ବୁଲିଥିବା ଜଣାପଡ଼ି ଥିଲା। ଏହାପରେ ଟୁରିଷ୍ଟ କମ୍ପାନୀ ସହ ଯୋଗଯୋଗ ପରେ ପୋଲିସ୍‌ ଦେବେନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲା। ସେ ଅପରାଧୀ ନୁହନ୍ତି ବୋଲି ପୋଲିସ୍‌କୁ କହିଥିଲେ, ହେଲେ ହାତରେ ଥିବା ଟାଟୁ ସେ ମିଛ କହୁଥିବା ଧରା ପକାଇ ଦେଇଥିଲା। ଶେଷରେ ସେ ହିଁ ଦେବେନ୍ଦ୍ର ବୋଲି ପୋଲିସ୍‌ ଆଗରେ ସ୍ୱୀକାର କରିଥିଲେ। ପୋଲିସ୍‌ ସୂଚନା ଅନୁସାରେ, ସେ ୪ ଅପରାଧ- ଜୁଆ, ବୁଟଲେଙ୍ଗିଗ ଓ ଖସି ପଳାଇବା ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ