Advertisment

Fake Judge: ନିଜକୁ ଜଜ୍ କହି ବାହାଘରର ପ୍ରତିଶ୍ରୁତି ଦେଲା, ଲେଡି ନର୍ସିଂ ଅଫିସରଙ୍କ ଠାରୁ ୫୯ ଲକ୍ଷ ଟଙ୍କା ନେଇଗଲା

ଜଣେ ନର୍ସିଂ ଅଫିସର ଠକଙ୍କ ଶିକାର ହୋଇଛନ୍ତି। ନିଜକୁ ଜଜ୍ କହି ବିବାହର ପ୍ରଲୋଭନ ଦେଖାଇ ଠକ ଜଣକ କଥାବାର୍ତ୍ତାରେ ତାଙ୍କୁ ନିଜର ଜାଲରେ ଫସାଇଛି। ମହଙ୍ଗା ଗାଡ଼ି କିଣିବାର ବାହାନାରେ ୫୯ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛି ।

Fake Judge

Fake Judge

Advertisment

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭର୍ସିଟିର ନର୍ସିଂ ଅଫିସର ଏହି ଠକାମୀର ଶିକାର ହୋଇଛନ୍ତି । ଅଭିଯୋଗ ଅନୁସାରେ ନିଜକୁ ଜଜ୍ କହି ପ୍ରଥମେ ଏହି ମହିଳାଙ୍କ ପରିବାରକୁ ରାଜି କରାଯାଇଛି ଏବଂ ପରେ ମହଙ୍ଗା ଗାଡ଼ି କିଣିବା ବାହାନାରେ ୫୯ ଲକ୍ଷ ଟଙ୍କା ଠକାଯାଇଛି। ଏବେ ଏହି ମହିଳାଙ୍କ ପକ୍ଷରୁ ଦୁଇ ଜଣଙ୍କ ବିରୁଦ୍ଧରେ କାନପୁରର କର୍ନେଲଗଞ୍ଜ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି। ନର୍ସିଂ ଅଫିସରଙ୍କ ବାପା ଗତ ଫେବ୍ରୁଆରୀ ମାସରେ ବିବାହ ପାଇଁ ଏକ ଆଡ୍ ମାଟ୍ରିମୋନିଆଲ୍ ସାଇଟରେ ଦେଇଥିଲେ। ଯାହା ପରେ ଅଂଶୁମାନ୍ ବିକ୍ରମ୍ ସିଂହ ନାମକ ଏକ ବ୍ୟକ୍ତି ନର୍ସିଂ ଅଫିସରଙ୍କ ବାପାଙ୍କୁ ଯୋଗାଯୋଗ କରିଥିଲେ। 

Advertisment

ଅଂଶୁମାନ ସେତେବେଳେ ନିଜକୁ ସିଭିଲ୍ ଜଜ୍ ଆଜମଗଡ କହିଥିଲେ। ସେ କହିଥିଲେ ଯେ ସେ ଏବେ ବାରାଣସୀରେ ରହୁଛନ୍ତି । ଅଂଶୁମାନର କଥାବାର୍ତ୍ତା ତାଙ୍କୁ ଠିକଠାକ୍ ଲାଗିଥିଲା । ତେଣୁ ବାହାଘର ହେବ ବୋଲି ମନ ସ୍ଥିର କରିସାରିଥିଲେ । କଥାବାର୍ତ୍ତା ମଧ୍ୟରେ ଅଂଶୁମାନ ଝିଅର ନମ୍ବର ମଧ୍ୟ ମାଗିନେଇଥିଲା। ବାହାଘର ପ୍ରାୟ ଠି ହେବା ନିଶ୍ଚିତ ହେବା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ନର୍ସିଂ ଅଫିସରଙ୍କୁ ଅଭିଯୁକ୍ତ ନିଜକୁ ACJ (JD) ସୀତାପୁର୍ କହିଥିଲା। ଫୋନରେ କଥାବାର୍ତ୍ତା ହେବା ସମୟରେ ସେ ନର୍ସିଂ ଅଫିସରଙ୍କ ମନରେ ମଧ୍ୟ ବିଶ୍ୱାସ ଜନ୍ମାଇ ପାରିଥିଲା । ଏହା ମଧ୍ୟରେ ଅଭିଯୁକ୍ତ ତାଙ୍କୁ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମହଙ୍ଗା ଗାଡ଼ି କିଣିବାର କଥା କହିଛି।

ପାଖରେ କେତେ ଟଙ୍କା ଅଛି ବୋଲି ବୁଝିନେଇଥିଲା ଅଭିଯୁକ୍ତ । ସେତେବେଳେ ପୀଡ଼ିତା ୧୩, ୧୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଥିବା କଥା କହିଥିଲେ। ସେତେବେଳେ ଅଭିଯୁକ୍ତ ପୀଡ଼ିତାଙ୍କୁ କହିଛି ଯେ ସେ ତାଙ୍କ ନାମରେ ଏକ କୋଟି ଟଙ୍କାର ଲୋନ୍ ଦେଇଦେବ ଏବଂ ତାଙ୍କର ଟଙ୍କା ଶୀଘ୍ର ଫେରାଇଦେବ। ଅଭିଯୁକ୍ତ ପୀଡ଼ିତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୪ ଲକ୍ଷ ଟଙ୍କା ବାହାର କରାଇନେଇଛି। ଏହା ସହିତ ତାର ଜଣେ ସହଯୋଗୀ ସୀମାନ୍ତ ଅଗ୍ରୱାଲକୁ ପଠାଇ ତାଙ୍କର ଲୋନ୍ କରାଇଦେଇଛି। ଅଭିଯୁକ୍ତ ଅଂଶୁମାନ୍ ପୀଡ଼ିତାଙ୍କୁ କହିଛି ଯେ ଏହି ଟଙ୍କା ଚିକିତ୍ସା ଏବଂ ଅନ୍ୟ କାମରେ ଲଗିବ, ଯାହାକୁ ସେ କିଛି ଦିନ ପରେ ଫେରାଇଦେବ।

Advertisment

ଏହା ମଧ୍ୟରେ ପୀଡ଼ିତାଙ୍କ ପିତା ଅନେକ ଥର ତାଙ୍କ ଘରକୁ ଯିବାର କଥା କହିଛନ୍ତି। କିନ୍ତୁ ଅଭିଯୁକ୍ତ ବେଙ୍ଗାଲୁରୁରେ ପିତାଙ୍କ ଚିକିତ୍ସା କରାଇବାର ବାହାନାରେ ସବୁବେଳେ ଟାଳିଛି । ଅନ୍ୟପକ୍ଷରେ ପୀଡ଼ିତା ଲୋନ୍ ଟଙ୍କା ଏବଂ ନିଜର ୧୪ ଲକ୍ଷ ଟଙ୍କା ମୋଟ୍ ୫୯.୫୦ ଲକ୍ଷ ଟଙ୍କା ବ୍ୟାଗରେ ନେଇ ଅଭିଯୁକ୍ତକୁ ଦେଇଦେଇଛନ୍ତି। ଅଭିଯୁକ୍ତ ଟଙ୍କାରୁ ଭରା ବ୍ୟାଗ ନେବା ପାଇଁ ପୀଡ଼ିତାଙ୍କୁ କାନପୁର୍ ଡାକିଥିଲା। ଟଙ୍କା ନେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଚଳଚ୍ଚିତ୍ର ଦେଖାଇବାର ବାହାନାରେ ନେଇଯାଇଥିଲା ଏବଂ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ବାହାନାରେ ବାହାରି ସେଠାରୁ ଫେରାର୍ ହୋଇଯାଇଥିଲା।

ଯେତେବେଳେ ପୀଡ଼ିତା ତାଙ୍କୁ ଫୋନ୍ କରିଥିଲେ ସେତେବେଳେ ବହୁତ ସମୟ ପର୍ଯ୍ୟନ୍ତ ରିଙ୍ଗ୍ ହୋଇଥିଲା ଓ ପରେ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ଏବେ ଏହି ଘଟଣାରେ କାନପୁର୍ ନଗର ପୋଲିସ୍ କମିଶନରେଟର କର୍ନେଲଗଞ୍ଜ ଥାନାରେ ଅଂଶୁମାନ୍ ବିକ୍ରମ୍ ସିଂହ ଏବଂ ସୀମାନ୍ତ ଅଗ୍ରୱାଲଙ୍କ ବିରୁଦ୍ଧରେ କେଶ୍ ରୁଜୁ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ତେଜସ୍ୱୀ ଯାଦବଙ୍କ ବିରୋଧରେ ଲଢ଼ିଥାଆନ୍ତେ, ଗୁଳି କରି ମାରିଦେଲେ

Cheating Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ