Advertisment

ଏମିତି ପୁଅ କାହାକୁ ନମିଳୁ ! ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କଲା,ସୁଟ୍‌କେସ୍‌ରେ ଭର୍ତ୍ତି କରି ଫିଙ୍ଗି ଦେଲା...

ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ପୁଅ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସୁଟ୍‌କେଶ୍‌ରେ ଭର୍ତ୍ତି କରି ଫିଙ୍ଗିଦେଲା ନୃଶଂସ ପୁଅ।

ଅଦ୍ୟତନ ହୋଇଛି
Man kills father chopped body into suitcase

Man kills father chopped body into suitcase

Advertisment

ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ପୁଅ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସୁଟ୍‌କେଶ୍‌ରେ ଭର୍ତ୍ତି କରି ଫିଙ୍ଗିଦେଲା ନୃଶଂସ ପୁଅ। ଉତ୍ତରପ୍ରଦେଶର ଗୋରଖପୁରରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ପୁଅ ମଧ୍ୟ ଅପରାଧ ସ୍ୱୀକାର କରିଛି। ମୃତକ ହେଲେ ମୂରଲି ଧର ଗୁପ୍ତା(୬୨)। ଅଭିଯୁକ୍ତର ନାଁ ସନ୍ତୋଷ କୁମାର ଗୁପ୍ତା(୩୦)। ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। 

Advertisment

ସୂଚନା ଅନୁସାରେ, କରୋନା କାଳରେ ପତ୍ନୀଙ୍କ ଦେହାନ୍ତ ପରେ ଘରର ଗ୍ରାଉଣ୍ଡ୍‌ ଫ୍ଲୋରରେ ମୂରଲି ଏକ ଷ୍ଟୋର ଖୋଲି ଏହାକୁ ଚଲାଉ ଥିଲେ ଓ ଘରର ଉପର ମହଲାରେ ସେ ରହୁଥିଲେ। ତେବେ ଘରେ ଏକାକୀ ଥିବାବେଳେ ସନ୍ତୋଷ, ମୂରଲିଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୂରଲିଙ୍କ ଆଉ ଏକ ପୁଅ ପ୍ରଶାନ୍ତ ଗୁପ୍ତା ଏହି ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ କହିଛନ୍ତି, ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ଘରକୁ ଫେରିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ତିୱାରିପୁର୍‌ ଥାନା ଅନ୍ତର୍ଗତ ସୂରଜ କଲୋନୀରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ରବିବାର ଦିନ ଏନେଇ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ସନ୍ତୋଷର ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ଏହାପରେ ପୋଲିସ୍‌ ସନ୍ତୋଷକୁ ଗିରଫ କରିଛି। ସେ ମଧ୍ୟ ପୋଲିସ୍‌ ସାମ୍ନାରେ ଅପରାଧ ସ୍ୱୀକାର କରିଛି। ବାପାଙ୍କୁ ହତ୍ୟା ପରେ ସନ୍ତୋଷ ମୃତଦେହକୁ ଖଣ୍ଡ ଖଣ୍ଡ କରି ସୁଟ୍‌କେଶ୍‌ରେ ଭର୍ତ୍ତି କରିଥିଲା ଓ ଏହାକୁ ବାହାରେ ଫିଙ୍ଗି ଦେଇଥିଲା। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ