Advertisment

ପାଣି ପାଇଁ ହାତ ମୋଡ଼ି ଦେଲେ ମହିଳା..ଜବାବରେ ହାଣିଦେଲା ନାବାଳିକା

କଲୋନୀର ସାଧାରଣ କଳରୁ ପାଣି ନେବାକୁ ନେଇ ତୁମୁଳକାଣ୍ତ ଘଟିଛି। ଯେଉଁଠି ଜଣେ ମହିଳାଙ୍କୁ ନୃଶଂସ ଭାବେ ଛୁରୀ ଭୁଶି ହତ୍ୟା କରିଛି ଜଣେ ନାବାଳିକା।

ଅଦ୍ୟତନ ହୋଇଛି
Woman Stabbed To Death By neighbour

Woman Stabbed To Death

Advertisment

ପାଣି ପାଇଁ ତୁମୁଳକାଣ୍ତ। ଚାଲିଗଲା ୩୪ ବର୍ଷୀୟ ମହିଳାଙ୍କ ଜୀବନ। ପେଟରେ ଛୁରୀ ଭୁଶି ହତ୍ୟା କଲା ୧୫ ବର୍ଷୀୟ ନାବାଳିକା। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଫର୍ସ ବଜାର ଅଞ୍ଚଳରେ ଘଟିଛି। କଲୋନୀର ସାଧାରଣ କଳରୁ ପାଣି ନେବାକୁ ନେଇ ତୁମୁଳକାଣ୍ତ ଘଟିଛି। ଯେଉଁଠି ଜଣେ ମହିଳାଙ୍କୁ ନୃଶଂସ ଭାବେ ଛୁରୀ ଭୁଶି ହତ୍ୟା କରିଛି ଜଣେ ନାବାଳିକା।

Advertisment

ଏପ୍ରିଲ ୧୨ରେ ଏହି ଘଟଣା ଘଟିଛି। ଦିଲ୍ଲୀ ପୋଲିସକୁ ମୃତକଙ୍କ ସ୍ୱାମୀ ସତବିର ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କ ପତ୍ନୀ ସୋନିଙ୍କୁ ଜଣେ ନାବାଳିକା ପେଟରେ ଛୁରୀ ଭୁଶିଦେଇଥିବା ସତବିର କହିଥିଲେ ଏବଂ ଏକ ଆମ୍ବୁଲାନ୍ସ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ। ପୋଲିସ ଟିମ୍‌ ଭିକାମ୍‌ ସିଂ କଲୋନିର୨ ନଂ ଗଳିକୁ ଯାଇ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ବିଚ୍‌ ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ ସାଙ୍ଗକୁ ଚପଲ୍‌ରେ ମାଡ଼..

ତଦନ୍ତରୁ ଜଣାପଡ଼ିଥିଲା ଯେ, ଘଟଣା ଦିନ ସୋନି ଓ ତାଙ୍କ ସ୍ୱାମୀ ସତବିରଙ୍କ ପଡ଼ୋଶୀ ମହିଳା ଓ ତାଙ୍କ ଝିଅ ସହ ପାଣି କଳକୁ ନେଇ ପାଟିଟୁଣ୍ତ ହୋଇଥିଲା। ଝଗଡ଼ା ବେଳେ ସୋନି ଛୋଟ ଝିଅର ହାତ ରାଗରେ ମୋଡ଼ି ଦେଇଥିଲେ। ହାତ ବିନ୍ଧା କାରଣରୁ ନାବାଳିକା ଜଣକ ଏକ୍ସ-ରେ କରିବା ସହ ଡାକ୍ତରଙ୍କୁ ହାତ ଦେଖାଇଥିଲେ। ସେଠାରୁ ଫେରିବା ପରେ ମାଆ-ଝିଅଙ୍କ ସହ ସୋନିଙ୍କର ଆଉ ଥରେ ପାଟିଟୁଣ୍ତ ଲାଗିଥିଲା। ଏହି ସମୟରେ ନାବାଳିକା ରାଗିଯାଇ ସୋନିଙ୍କ ବାମ ହାତ ଓ ପେଟରେ ଛୁରୀ ଭୁଶି ଦେଇଥିଲା। ଯାହା ଫଳରେ ସୋନିଙ୍କ ଜୀବନ ଚାଲିଯାଇଥିଲା।

Advertisment

ପୋଲିସର କହିବାନୁଯାୟୀ କଲୋନୀର ପ୍ରଥମ ମହଲାରେ ୩ଟି ପରିବାର ରହୁଥିଲେ। ସେମାନଙ୍କ ବ୍ୟବହାର ପାଇଁ ଗୋଟିଏ କମନ୍‌(ସାଧାରଣ) ପାଇଖାନା ସାଙ୍ଗକୁ ସଫାସଫି ପାଇଁ ଏକ ଟ୍ୟାପ୍‌ ରହିଥିଲା। ସେହି ଟ୍ୟାପ୍‌ରେ ନାବାଳିକାଙ୍କ ମାଆ ଲୁଗା ସଫା କରୁଥିବା ବେଳେ ଟ୍ୟାପ୍‌ ତଳେ ଥିବା ଟବ୍‌କୁ ସୋନି ଘୁଞ୍ଚାଇ ତାଙ୍କ ବାସନ କୁଣ୍ତ ରଖିଥିଲେ। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ପାଟିଟୁଣ୍ତ ଲାଗିଥିଲା। ସାମାନ୍ୟ ପାଣି ପାଇଁ ଝଗଡ଼ା ଲାଗି ସୋନି ତାଙ୍କ ପ୍ରାଣ ହରାଇଲେ। ଏହାପୂର୍ବରୁ ଉଭୟଙ୍କ ମଧ୍ୟରେ ଏହି କାରଣରୁ ଝଗଡ଼ା ହୋଇଥିବା ନେଇ ପୋଲିସ ସୂଚନା ପାଇଛି।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ