Advertisment

କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରେ ଭର୍ତ୍ତି କଲେ କଣ୍ତୋମ, ଗୁଟଖା ଓ ପଥର !

ସିଙ୍ଗଡ଼ାରେ ଷ୍ଟଫ୍‌ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍‌, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍‌ ଏବଂ ବିକି ଶେଖ୍‌ ଘଟାଇଛନ୍ତି ଏହି କାଣ୍ତ।

ଅଦ୍ୟତନ ହୋଇଛି
Samosas With Condoms, Gutka, Stones

Samosa Stuffing

Advertisment

ସିଙ୍ଗଡ଼ା ଭିତରୁ ବାହାରିଲା କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କମ୍ପାନୀକୁ ବଦନାମ କରିବା ପାଇଁ କର୍ମଚାରୀଙ୍କ ଅଜବ କାଣ୍ତ। ପୋଲିସ ଏନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଣେରେ ନାମୀଦାମୀ ଅଟୋମୋବାଇଲ୍‌ କମ୍ପାନୀରେ ଘଟିଛି ଏଭଳି କାଣ୍ତ। ଅର୍ଡର କରିଥିବା ସିଙ୍ଗଡ଼ାରେ ବାହାରିଛି ଏହିସବୁ ଜିନିଷ।

Advertisment

ସିଙ୍ଗଡ଼ାରେ ଷ୍ଟଫ୍‌ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍‌, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍‌ ଏବଂ ବିକି ଶେଖ୍‌ ଘଟାଇଛନ୍ତି ଏହି କାଣ୍ତ। ପୋଲିସର କହିବାନୁଯାୟୀ କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଏକ ଅଟୋମାବାଇଲ୍‌ କମ୍ପାନୀର କ୍ୟାଣ୍ଟିନ୍‌କୁ ଖାଦ୍ୟ ଡେଲିଭରି କରୁଥିଲେ। ଦିନେ ଅର୍ଡର ହୋଇଥିବା ସିଙ୍ଗଡ଼ାରେ କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ ଦେଖିବାକୁ ମିଳିଥିଲା। ଏହାପରେ କମ୍ପାନୀର କର୍ମଚାରୀ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ମନୋହର ଏଣ୍ଟରପ୍ରାଇଜର୍ସର ଦୁଇ କର୍ମଚାରୀ ଫିରୋଜ୍‌ ଶେଖ୍‌ ଓ ବିକି ଶେଖ୍‌ ଏହି ଘଟଣା ଘଟାଇଛନ୍ତି।

ଅଧିକ ପଢ଼ନ୍ତୁ: ସିଙ୍ଗଡ଼ାରେ ଗୋମାଂସ ଭର୍ତ୍ତି କରି ବିକୁଥିଲେ; ଗିରଫ ହେଲେ ୬ ଜଣ ବ୍ୟକ୍ତି...

Advertisment

ପୋଲିସର ତନାଘନା ପରେ ଜାଣିବାକୁ ମିଳିଥିଲା ଯେ ପୁଣେର ନାମୀଦାମୀ ଅଟୋମୋବାଇଲ୍‌ର କ୍ୟାଣ୍ଟିନ୍‌ର ଚୁକ୍ତି ପାଇବା ପାଇଁ ଏଭଳି କାଣ୍ତ ଘଟିଛି। କ୍ୟାଣ୍ଟିନ୍‌ର କଣ୍ଟ୍ରାକ୍ଟରୁ ବାଦ ପଡ଼ିଥିଲା ସ୍ରା ଏଣ୍ଟରପ୍ରାଇଜର୍ସ ନାମକ କମ୍ପାନୀ। କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଏହି କଣ୍ଟ୍ରାକ୍ଟ ମିଳିଥିଲା। କ୍ୟାଣ୍ଟିନ୍‌ର ସବକଣ୍ଟ୍ରାକ୍ଟ ମନୋହର ଏଣ୍ଟରପ୍ରାଇଜର୍ସକୁ ଦେଇଥିଲା କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍‌। ତେବେ ବାଦ ପଡ଼ିଥିବା ସ୍ରା ଏଣ୍ଟରପ୍ରାଇଜର୍ସର ୩ ଜଣ ପାର୍ଟନର କଣ୍ଟ୍ରାକ୍ଟ ନ ପାଇବା ରାଗରେ ମନୋହର ଏଣ୍ଟରପ୍ରାଇଜର୍ସକୁ ବଦନାମ କରିବା ପାଇଁ ତାଙ୍କର ୨ କର୍ମଚାରୀଙ୍କୁ ଏଭଳି କାଣ୍ତ ଘଟାଇବା ପାଇଁ କହିଥିଲେ। ଫିରୋଜ୍‌ ଓ ବିକି କ୍ୟାଣ୍ଟିନ୍‌ରୁ ଅର୍ଡର ଆସିଥିବା ସିଙ୍ଗଡ଼ାରେ ଆଳୁ ପରିବର୍ତ୍ତେ କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ ଭର୍ତ୍ତି କରିଥିଲେ।

ପୋଲିସର କହିବାନୁୟାୟୀ ଘଟଣା ପଛରେ ୫ ଜଣଙ୍କ ହାତ ରହିଛି। ଏଭଳି ଅମାନବୀୟ କାଣ୍ତ ଘଟାଇଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପଚରାଉଚରା ବେଳେ ସବୁ ସତ ମାନିଯାଇଛନ୍ତି ଅଭିଯୁକ୍ତ। ଆଇପିସି ଧାରା ୩୨୮ ଓ ୧୨୦ ବି ଆଧାରରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

Advertisment
Gutkha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ