Advertisment

ପ୍ରକୃତିଙ୍କ ନାଁରେ ଥାନାରେ ତୃପ୍ତିଙ୍କ ଫେରାଦି

ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି ।

ଅଦ୍ୟତନ ହୋଇଛି
Trupti FIR

Trupti FIR

Advertisment

ଖାରବେଳନଗର ଥାନାରେ ଏତଲା ଦେଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁରେ ଥାନାରେ ଏତଲା କରିଛନ୍ତି । ପ୍ରକୃତି ବାବୁସାନଙ୍କୁ କବଳିତ କରି ତାଙ୍କୁ ଧମକ ଦେଉଥିବା ଜଣାଇଲେ । ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି । ତାଙ୍କର ଓ ତାଙ୍କ ପୁଅର ଜୀବନ ବିପଦରେ ଥିବା ସେ ଥାନାରେ ଜଣାଇଛନ୍ତି । ଆଇନ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ବାବୁସାନ୍‌ଙ୍କ  ତ୍ରୁପ୍ତି ।

Advertisment

ଓଲିଉଡ୍ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେବାପରେ ଏବେ ଚାରିଆଡ଼େ ଚର୍ଚ୍ଚା । ରାସ୍ତା କଡ଼ରେ କାର୍‌ରେ ବାବୁସାନ୍‌ ବସିଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଝଗଡ଼ା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଥିଲା । ଅଧିକ ଝଗଡ଼ା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଗାଡ଼ିରୁ ଓହ୍ଲାଇ ଦୌଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। 

ଘଟଣାକୁ ନେଇ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପ୍ରତିକ୍ରିୟା ରଖିଥିବା ବେଳେ ଝିଅର ମାନହାନି ହୋଇଥିବା ନେଇ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା’ କ୍ରିଷ୍ଣା ମିଶ୍ର ଖାରବେଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଝିଅର ମାନହାନି ହୋଇଥିବା ନେଇ ଦୁହେଁ ଅଭିଯୋଗ କରିଛନ୍ତି।  ଅନ୍ୟପକ୍ଷେ, ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚି ବାବୁସାନ୍‌ଙ୍କ ନାଁରେ ଏତଲା ଦେଇଥିଲେ ।

Advertisment

ଏହି ଘଟଣାକୁ ନେଇ ଏବେ ମୁହାଁମୁହିଁ ପ୍ରକୃତିଙ୍କ ପରିବାର ଏବଂ ତୃପ୍ତି ଶତପଥୀଙ୍କ ପରିବାର । ଝିଅକୁ ଆକ୍ରମଣ ଅଭିଯୋଗ ଆଣି ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି । ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ସେପଟେ ବାବୁସାନ ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ କଳି ଭିତରେ ପ୍ରକୃତି ମିଶ୍ର ହସ୍ତକ୍ଷେପ କରିବାରୁ ତୃପ୍ତି ବାଡ଼େଇଥିବା ମାନିଛନ୍ତି ତୃପ୍ତିଙ୍କ ମାଉସୀ । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ତଳେ ଘରକୁ ଯାଇ ପ୍ରକୃତିଙ୍କ ବାପାଙ୍କୁ ଜଣାଇଥିଲୁ । କିନ୍ତୁ ସେ ପାଲଟା ବାବୁସାନ ଏବଂ ପ୍ରକୃତିଙ୍କୁ ବୁଝାଇବାକୁ କହିଥିଲେ ବୋଲି କହିଛନ୍ତି ତୃପ୍ତିଙ୍କ ମାଉସୀ ।

ତେଣେ ପ୍ରକୃତିଙ୍କ ମାଙ୍କ ଏତଲା ଆଧାରରେ ଖାରବେଳନଗର ପୋଲିସ ମାମଲା ରୁଜୁ କରିବା ସହ ୫ଟି ଦଫା ଲଗାଇଛି । ଏଭଳି କଳି ଭିତରେ ଚେନ୍ନାଇ ଯାଇଥିବା ବାବୁସାନ ଓ ପ୍ରକୃତି ଫେରିବା ପରେ ମାମଲା କି ରୂପ ନେଉଛି, ଏବେ ତାକୁ ଅପେକ୍ଷା ।

Advertisment
Viral Video Babushan Prakruti Trupti FIR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ