Advertisment

ଡେଟିଂ ଆପ୍‌ରୁ ପ୍ରେମ: ବାଲ୍‌କୋନିରୁ ପଡ଼ି ଏୟାରହୋଷ୍ଟେସ୍‌ ମୃତ, ବୟଫ୍ରେଣ୍ଡ୍‌କୁ ଦେଖା କରିବାକୁ ଆସିଥିଲେ...

ଏୟାରହୋଷ୍ଟେସ୍‌ ଅର୍ଚ୍ଚନା ଧିମନ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ଆଦେଶଙ୍କୁ ପୋଲିସ୍‌ ଗିରଫ କରିଛି। ବେଙ୍ଗାଲୁରୁରେ ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂର ୪ର୍ଥ ମହଲା ବାଲ୍‌କୋନିରୁ ଅର୍ଚ୍ଚନା ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Airhostess Falls From Building Dies Boyfriend Arrested

Airhostess Falls From Building Dies Boyfriend Arrested

Advertisment

ଏୟାରହୋଷ୍ଟେସ୍‌ ଅର୍ଚ୍ଚନା ଧିମନ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ଆଦେଶଙ୍କୁ ପୋଲିସ୍‌ ଗିରଫ କରିଛି। ଆଦେଶଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁରେ ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂର ୪ର୍ଥ ମହଲା ବାଲ୍‌କୋନିରୁ ଅର୍ଚ୍ଚନା ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଦେଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା। ମାମଲାକୁ ନେଇ କିଛି ଠୋସ୍ ପ୍ରମାଣ ପୋଲିସ୍‌ ହାତରେ ଲାଗିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ହେଲେ ପୁରା ଘଟଣା ଉପରୁ ଏଯାଏ ପରଦା ହଟିନିା ପ୍ରକୃତରେ କେଉଁ କାରଣ ପାଇଁ ଅର୍ଚ୍ଚନାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି।

Advertisment

ସୂଚନାଥାଉ କି, ଗତ ଶନିବାର ଦିନ ବେଙ୍ଗାଲୁରୁର କୋରମଙ୍ଗଲା ଅଞ୍ଚଳର ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂର ୪ର୍ଥ ମହଲା ବାଲ୍‌କୋନିରୁ ପଡ଼ି ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଘଟିବାର ୪ ଦିନ ପୂର୍ବରୁ ଦୁବାଇରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ ଅର୍ଚ୍ଚନା। ଏହାପରେ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ଅର୍ଚ୍ଚନା ବୟଫ୍ରେଣ୍ଡ୍‌ ଆଦେଶଙ୍କ ସହ ରହିଥିଲେ। ତେବେ ବାଲ୍‌କୋନିରୁ ପଡ଼ି ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପାରିପାର୍ଶ୍ୱିକ ସ୍ଥିତିକୁ ପୋଲିସ୍ ଯାଞ୍ଚ କରିଛି।

ହିମାଚଳ ପ୍ରଦେଶର ଅର୍ଚ୍ଚନା ଏକ ଅନ୍ତର୍ଜାତୀୟ ଏୟାରଲାଇନ୍ସରେ ଏୟାରହୋଷ୍ଟେସ୍ ଭାବେ କାମ କରୁଥିଲେ। ବେଙ୍ଗାଲୁରୁରେ ଇଞ୍ଜିନିୟର ଥିବା ଆଦେଶଙ୍କ ସହ ଡେଟିଂ ଆପ୍‌ରୁ ଅର୍ଚ୍ଚନାଙ୍କ ଚିହ୍ନା ପରିଚୟ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୬ ମାସ ହେବ ଉଭୟ ରିଲେସନଶିପ୍‌ରେ ଥିଲେ। ଦୁବାଇ ଯିବା ପୂର୍ବରୁ ବେଙ୍ଗାଲୁରୁରେ ହିଁ ରହୁଥିଲେ ଅର୍ଚ୍ଚନା।

Advertisment

ଯେଉଁ ଦିନ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ଆଦେଶଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଜେରା ବେଳେ ଆଦେଶ ହିଁ ଏହି କଥା କହିଛନ୍ତି। ଏପରିକି ସେଇଦିନ ରାତିରେ ଉଭୟ ମଦ୍ୟପାନ ମଧ୍ୟ କରିଥିଲେ। ବାଲ୍‌କୋନିରେ ଅର୍ଚ୍ଚନାଙ୍କ ଗୋଡ଼ ଖସି ଯିବାରୁ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଆଦେଶ କହିଛନ୍ତି। ପ୍ରକୃତରେ ଶନିବାର ଦିନ ଏମିତି କଣ ଘଟିଥିଲା ତା ଉପରୁ ପରଦା ହଟାଇବାକୁ ପୋଲିସ୍‌ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ