ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର୍ ଚାଲିଛି। ସମସ୍ତେ ଏହି ପବିତ୍ର ଆଉ ମହାନ ଉତ୍ସବର ସାକ୍ଷୀ ହେବାକୁ ଯାଉଛନ୍ତି। ଆଉ କେଇଟା ଦିନ ପରେ ରାମଲାଲା ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମହାନ ମନ୍ଦିରରେ ବିରାଜମାନ କରିବେ। ତେବେ ବର୍ତ୍ତମାନ ସମୟରେ ରାମ ମନ୍ଦିରକୁ ନେଇ ବିଭିନ୍ନ ବାଦ ବିବାଦ ଲାଗି ରହିଥିଲେ ମଧ୍ୟ ଶ୍ରୀରାମଙ୍କୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳୁଛି।
ହିନ୍ଦୁ ଧର୍ମରେ ବେଦ, ପୁରାଣ, ଶାସ୍ତ୍ର ଏବଂ ଅନ୍ୟାନ୍ୟ ଧାର୍ମିକ ପୁସ୍ତକରେ ହିନ୍ଦୁ ଧର୍ମର ସଂସ୍କୃତି ବ ପରଂପରା ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ବେଦ ଏବଂ ପୁରାଣରେ ଜୀବନ ଧାରଣ ସହିତ ଧର୍ମ-ଅଧର୍ମ ବିଷୟରେ ଶିକ୍ଷା ମଧ୍ୟ ଦିଆଯାଇଛି। ଚାରି ବେଦ ସମେତ ରାମାୟଣ ଏବଂ ମହାଭାରତ ପରି ଧାର୍ମିକ ଗ୍ରନ୍ଥରେ ଅନେକ ପୁରାଣ କାହାଣୀ ଉଲ୍ଲେଖ କରାଯାଇଛି।
ଅଧିକ ପଢ଼ନ୍ତୁ: କେଉଁଠୁ ଆରମ୍ଭ ହେଲା ସୂର୍ଯ୍ୟବଂଶ; ଜାଣନ୍ତୁ ପ୍ରଭୁ ରାମଙ୍କ ପୂରା ବଂଶ
Also Read
ତେବେ ରାମାୟଣରେ ବର୍ଣ୍ଣିତ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଏବଂ ହନୁମାନଙ୍କ ସମେତ ଅନ୍ୟାନ୍ୟ ଚରିତ୍ର ବିଷୟରେ ପ୍ରାୟ ସମସ୍ତେ ଭଲ ଭାବରେ ଜାଣିଛନ୍ତି। ଆପଣମାନେ ସମସ୍ତେ ଜାଣିଥିବେ ଯେ ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ। ସେମାନେ ହେଲେ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଆପଣ ହୁଏତ ଜାଣି ନ ଥିବେ ଭଗବାନ ଶ୍ରୀରାମଙ୍କର ମଧ୍ୟ ଜଣେ ବଡ ଭଉଣୀ ଥିଲେ। ତେବେ ଆସନ୍ତୁ ସେପଟେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଏପଟେ ଶ୍ରୀରାମଙ୍କ ବଡ ଭଉଣୀଙ୍କ ବିଷୟରେ ଜାଣିନେବା।
ଶ୍ରାରାମଙ୍କ ବଡ ଭଉଣୀ ଥିଲେ ଶାନ୍ତା:
ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କର ପ୍ରଥମ ସନ୍ତାନ ଏକ କନ୍ୟା ଥିଲେ। ତାଙ୍କ ନାମ ଶାନ୍ତା ଥିଲା। ଶାନ୍ତା ପ୍ରଭୁ ଶ୍ରୀରାମଙ୍କ ବଡ ଭଉଣୀ ଥିଲେ। ପୁରାଣ ଅନୁଯାୟୀ, ଶାନ୍ତା ପ୍ରତ୍ୟେକ କାମରେ ଦକ୍ଷ ଥିଲେ ଏବଂ ବୁଦ୍ଧିମାନ ହେବା ସହିତ ବହୁମୁଖୀ ପ୍ରତିଭାର ଅଧିକାରିଣୀ ମଧ୍ୟ ଥିଲେ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଥରେ ରାଣୀ କୌଶଲ୍ୟାଙ୍କ ଭଉଣୀ ବର୍ଷିଣୀ ତାଙ୍କ ସ୍ୱାମୀ ରୋମପଦଙ୍କ ସହିତ ଅଯୋଧ୍ୟାକୁ ବୁଲି ଆସିଥିଲେ। ସେତେବେଳେ ରାଣୀ କୌଶଲ୍ୟାଙ୍କ ଭଉଣୀ ନିଃସନ୍ତାନ ଥିଲେ। ପିଲାପିଲି ସୁଖରୁ ବଞ୍ଚିତ ହେବା କାରଣରୁ ରାଜା ରୋମପଦ ଏବଂ ବର୍ଷିଣୀ ବହୁତ ଦୁଃଖି ଥିଲେ।
ରାଜା ଦଶରଥ ସେମାନଙ୍କୁ ଦୁଃଖି ଓ ଉଦାସ ଦେଖି ନିଜ କନ୍ୟା ଶାନ୍ତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଦେଇଦେଲେ। ଏହାପରେ ରାଜା ରୋମପାଦ ଏବଂ ବର୍ଷୀଣୀ ଶାନ୍ତାଙ୍କୁ ନେଇ ଅଙ୍ଗଦେଶକୁ ଫେରିଥିଲେ। ଏହା ପରେ ଶାନ୍ତା ଅଙ୍ଗ ଦେଶର ରାଜକୁମାରୀ ହୋଇଗଲେ।
ଋଷି ଶୃଙ୍ଗୀଙ୍କୁ ବିବାହ:
ରାମଙ୍କ ଭଉଣୀ ଶାନ୍ତାଙ୍କ ସହିତ ଜଡିତ ଅନେକ କାହାଣୀ ମଧ୍ୟରୁ ଆଉ ଗୋଟିଏ ହେଉଛି ରାଜା ଦଶରଥଙ୍କର କୌଣସି ପୁଅ ନ ଥିଲେ। ଏହି ସମୟରେ ଋଷି ଶୃଙ୍ଗୀ ଦଶରଥଙ୍କୁ ପୁତ୍ରେଷ୍ଟି ଯଜ୍ଞ କରିବାକୁ ପରାମର୍ଶ ଦେଇଥିଲେ। ଏହା କରିବା ପରେ ରାଜା ଦଶରଥଙ୍କୁ ଚାରି ପୁତ୍ର ପ୍ରାପ୍ତ ହୋଇଥିଲେ। ଫଳରେ ଦଶରଥ ଖୁସି ହୋଇ ଶାନ୍ତାଙ୍କୁ ଋଷି ଶୃଙ୍ଗୀଙ୍କ ସହ ବିବାହ କରିଥିଲେ।
କୁହାଯାଏ ଯେ ହିମାଚଳ ପ୍ରଦେଶର କୁଲୁରେ ଋଷି ଶୃଙ୍ଗୀଙ୍କ ଏକ ମନ୍ଦିର ଅଛି, ଯେଉଁଠାରେ ଋଷି ଶୃଙ୍ଗୀ ଏବଂ ରାମଙ୍କ ବଡ ଭଉଣୀ ଶାନ୍ତାଙ୍କୁ ପୂଜା କରାଯାଏ।
ଶାନ୍ତାଙ୍କୁ ନେଇ ଅନ୍ୟାନ୍ୟ ମତ:
- କୁହାଯାଏ ଯେ କୌଶଲ୍ୟାଙ୍କ ଭଉଣୀ ବର୍ଷିଣୀ ନିଃସନ୍ତାନ ଥିବାରୁ ଥରେ ମଜ୍ଜା କରି ଦଶରଥଙ୍କୁ ପିଲାଟିଏ ମାଗିଥିଲେ। ରାଜା ଦଶରଥ ତାଙ୍କୁ ମନା କରିପାରି ନ ଥିଲେ ଏବଂ ସେ ଏଥିରେ ରାଜି ହୋଇଯାଇଥିଲେ। ରଘୁକୁଳ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଶାନ୍ତା ଅଙ୍ଗଦେଶର ରାଜକୁମାରୀ ହୋଇଥିଲେ।
- ଲୋକକଥା ଅନୁଯାୟୀ, କୁହାଯାଏ ଯେ ଯେତେବେଳେ ଶାନ୍ତା ଜନ୍ମ ହେଲେ, ସେତେବେଳେ ଅଯୋଧ୍ୟାରେ ଦୁର୍ଭିକ୍ଷ ଦେଖାଦେଇଥିଲା ଏବଂ ପୃଥିବୀ ୧୨ ବର୍ଷ ଧରି ଧୂଳିରେ ପରିପୂର୍ଣ୍ଣ ହୋଇଗଲା। ଏଥିରେ ଚିନ୍ତିତ ହୋଇ ରାଜା ଦଶରଥଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ଦୁର୍ଭିକ୍ଷର କାରଣ ଥିଲେ ତାଙ୍କ ଝିଅ ଶାନ୍ତା। ତେଣୁ ଦୁର୍ଭିକ୍ଷ ଦୂର କରିବା ପାଇଁ ରାଜା ଦଶରଥ ତାଙ୍କ ଝିଅ ଶାନ୍ତାଙ୍କୁ ବର୍ଷିଣୀଙ୍କୁ ଦାନ କରିଦେଇଥିଲେ। ଏହା ପରେ ଶାନ୍ତା ଅଯୋଧ୍ୟାକୁ କେବେ ଆସି ନ ଥିଲେ। ବୋଧହୁଏ ଏହି କାରଣରୁ ତାଙ୍କୁ ରାମାୟଣରେ ସେପରି ଉଲ୍ଲେଖ କରାଯାଇ ନାହିଁ।
- ତୃତୀୟ କାହାଣୀ ଅନୁସାରେ କୁହାଯାଏ ଯେ ରାଜା ଦଶରଥ ଶାନ୍ତାଙ୍କୁ ଏଇଥିପାଇଁ ବର୍ଷିଣୀଙ୍କୁ ଦେଇଦେଇଥିଲେ, କାରଣ ସେ କନ୍ୟା ହୋଇଥିବାରୁ ତାଙ୍କର ଉତ୍ତରାଧିକାରୀ ହୋଇପାରିବେ ନାହିଁ।