Advertisment

ପୁଅ ନୁହେଁ ଘରକୁ ରାମ ଆସିଛନ୍ତି; ପ୍ରାଣ ପ୍ରତିଷ୍ଠାରେ ପିଲା ଜନ୍ମ କରି କୃତ୍ୟ କୃତ୍ୟ ବାପା ମା’

ପ୍ରାଣ ପ୍ରତିଷ୍ଠାବେଳେ ଶିଶୁଜନ୍ମ ନେଇ କୃତ୍ୟ କୃତ୍ୟ ବାପା ମା’। କାହା ନାଁ ସୀତା, ପୁଣି କାହା ନାଁ ରାମ-ରହିମ୍। ଅଭିଜିତ ବେଳାରେ SCB, କ୍ୟାପିଟାଲ୍ ହସ୍ପିଟାଲ, AIIMSରେ ୫୦ ଶିଶୁଙ୍କ ଜନ୍ମ ।

New Born Baby

New Born Baby

Advertisment

ତ୍ୟାଗ ଓ ଆଦର୍ଶର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା। ଏହି ଦିବ୍ୟ ଆଉ ଭବ୍ୟ ମୁହୁର୍ତ୍ତକୁ କିଏ ବା କାହିଁକି ହାତଛଡ଼ା କରିବେ। କିଏ ଦର୍ଶନ କରି ଆତ୍ମସନ୍ତୋଷ ଲଭିଛନ୍ତି ତ ଆଉ କିଏ ଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇ କୃତ୍ୟ କୃତ୍ୟ ହୋଇଛନ୍ତି। ଜାତି, ଧର୍ମ ଏବଂ ବର୍ଣ୍ଣର ବିବିଧତା ଭିତରେ ବିଭୋର ଏହି ମହିଳା ହେଲେ କଟକର ଗୋରିଆ ବିବି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ସଂଯୋଗରେ ଯାହାଙ୍କ ବୋହୁଙ୍କ ଔରସରୁ ଜନ୍ମ ହୋଇଛି ପୁତ୍ର ସନ୍ତାନ।

Advertisment

ଉତ୍ତରପ୍ରଦେଶ ଫିରୋଜାବାଦର ନସୀମ ବାନୋ। ଯେଉଁ ମାଟିକୁ ଆଗମନ କରିଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର, ସେହି ମାଟି ଓ ସେହି ପବିତ୍ର ମୁହୁର୍ତ୍ତରେ ତାଙ୍କ ବୋହୁଙ୍କ କୋଳମଣ୍ଡନ କରିଛି ପୁତ୍ର ସନ୍ତାନ। ତେଣୁ ନସୀମ ଭାବବିହ୍ବଳ ହୋଇ କହିଛନ୍ତି, ମୋ ନାତିର ନାଁ ରାମ ରହିମ୍ ରଖିବି।

୨୦୨୪ ଜାନୁଆରୀ ୨୨। ପୌଷ ଶୁକ୍ଳ ଦ୍ୱାଦଶୀର ଏହି ଶୁଭଦିନକୁ ଅପେକ୍ଷା କରିଥିଲେ କୋଟି କୋଟି ଭାରତୀୟ। କାରଣ ୫ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିଥିଲେ ପ୍ରଭୁ ଶ୍ରୀରାମ। ଲକ୍ଷ ଲକ୍ଷ ପିତା ମାତାଙ୍କ ଅପେକ୍ଷା ବି ଥିଲା ଏହି ଶୁଭବେଳାକୁ। ଅପେକ୍ଷା ଥିଲା ନିଜ ପରିବାରରେ କୁନି ଅତିଥିଙ୍କ ଆଗମନକୁ। ତେଣୁ ବାଳୁତ ରାମଙ୍କ ପ୍ରାଣପ୍ରତିଷ୍ଠାବେଳେ ପିତା, ମାତା ନିଜ ଔରସର ସନ୍ତାନଙ୍କୁ ଜନ୍ମଦେଇ ସତେଯେମିତି ବନିଯାଇଥିଲେ ଦଶରଥ ଆଉ କୌଶଲ୍ୟା। କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ରଶ୍ମିତା ପଣ୍ଡା ଦ୍ୱିତୀୟ ସନ୍ତାନ ଭାବେ ଶିଶୁକନ୍ୟାକୁ ଜନ୍ମଦେଇଛନ୍ତି, ଯାହାର ନାଁ ସୀତା ରଖିବେ ବୋଲି କହିଛନ୍ତି।

Advertisment

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାବେଳେ କଟକ ଏସସିବି ମେଡିକାଲରେ ୨୬ ଜଣ ଶିଶୁ ଜନ୍ମ ହୋଇଥିଲେ। ସେହିଭଳି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୧୮ଟି ଏବଂ ଭୁବନେଶ୍ୱର AIIMSରେ ୩ଟି ସନ୍ତାନ ଜନ୍ମଲାଭ କରିଥିଲେ। ଏହି ଅବିସ୍ମରଣୀୟ ଦିନକୁ ନେଇ ମାତା, ପିତା ଓ ସଂପର୍କୀୟ ଯେ ଭାବବିହ୍ୱଳ ହୋଇଛନ୍ତି ତା ନୁହେଁ, ଡାକ୍ତର ଓ ନର୍ସ ବି ଖୁସିପ୍ରକାଶ କରିଛନ୍ତି।

Ayodhya Ram Mandir New Born Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ