Advertisment

Durgapur Row Sparks Unrest: ଦୁର୍ଗାପୁର କାଣ୍ଡକୁ ନେଇ ଅସ୍ଥିର ବେଙ୍ଗଲରୁ ଓଡ଼ିଶା, ପିଲାଙ୍କ ସୁରକ୍ଷା ଦାବିରେ ମେଡିକାଲ କଲେଜ ଆଗରେ ହଙ୍ଗାମା

ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ନେଇ ସବୁଠି ଚିନ୍ତା। ଛାତ୍ରୀଙ୍କ ସହ କ୍ରମାଗତ ଘଟୁଥିବା ଜଘନ୍ୟ ଅପରାଧକୁ ନେଇ କମ୍ପିଛି ଦୁର୍ଗାପୁର, ମମତା ସରକାର ବିରୋଧରେ ଗର୍ଜିଛନ୍ତି ପଶ୍ଚିମବଙ୍ଗ ଜନତା।

Gangrape

Gangrape Photograph: (OTV)

Advertisment

ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ନେଇ ସବୁଠି ଚିନ୍ତା। ଛାତ୍ରୀଙ୍କ ସହ କ୍ରମାଗତ ଘଟୁଥିବା ଜଘନ୍ୟ ଅପରାଧକୁ ନେଇ କମ୍ପିଛି ଦୁର୍ଗାପୁର, ମମତା ସରକାର ବିରୋଧରେ ଗର୍ଜିଛନ୍ତି ପଶ୍ଚିମବଙ୍ଗ ଜନତା।

Advertisment

ଏଭଳି ସ୍ଥିତିରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇ ସମ୍ବେଦନଶୀଳ ମାମଲାରେ ରାତିରେ ଝିଅଙ୍କୁ ନବାହାରିବା ନେଇ ମମତାଙ୍କ ମନ୍ତବ୍ୟ ବିରୋଧରେ ତୀବ୍ର ହୋଇଛି ପ୍ରତିବାଦ। ଜଷ୍ଟିଫାଏ ନୁହଁ, ପୀଡ଼ିତାଙ୍କୁ ଜଷ୍ଟିସ୍ ଦାବି ସହ ବିଜେପି ନିଶାନା କରିଥିବାବେଳେ ଦୁର୍ଗାପୁରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓଡ଼ିଶା ମହିଳା କମିଶନଙ୍କ ଅଧ୍ୟକ୍ଷା। ଅପରପକ୍ଷରେ ଏହି ମାମଲାରେ ଆଜି ଜଣଙ୍କୁ ମିଶାଇ ମୋଟ୍ ୫ ଜଣଙ୍କୁ ଦୁର୍ଗାପୁର ପୋଲିସ ଗିରଫ କରିଛି।....

ଜଣଙ୍କ ପରେ ଜଣେ ଛାତ୍ରୀଙ୍କ ଦେହରେ ବୋଳା ଯାଉଥିବା କଳଙ୍କ ବିରୋଧରେ ପ୍ରତିବାଦ...ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ବିରୋଧରେ ଅଭିଭାବକଙ୍କ ବିଷୋଦଗାର୍...ଦୁର୍ଗାପୁର ଆଇକ୍ୟୁ ମେଡିକାଲ କଲେଜ ଆଗରେ ନ୍ୟାୟ ପାଇଁ ନାରାବାଜି...ପ୍ରତିଷ୍ଠାନର ଘରୋଇ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ...କାରଣ, ପିଲାଙ୍କ ସୁରକ୍ଷାକୁ ନେଇ ଉପୁଜିଛି ଆଶଙ୍କା, ଭୟଭୀତ ଅନ୍ୟ ପିଲାଙ୍କ ବାପା,ମା’।

Advertisment

ଏହି ଆନ୍ଦୋଳନରେ ଓଡ଼ିଆ ଏବଂ ପଶ୍ଚିମବଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହ ଅନ୍ୟ ରାଜ୍ୟର ଅଭିଭାବକ ବି ଅଛନ୍ତି। ସମସ୍ତଙ୍କ ଦାବି, କଲେଜ ପ୍ରିନ୍ସିପାଲଙ୍କୁ ଭେଟିବାକୁ ଦିଆଯାଉ। ଏହି ଉତ୍ତେଜନା ପରେ ଏବେ ଆଇକ୍ୟୁ ମେଡ଼ିକାଲ୍ କଡ଼ା ସୁରକ୍ଷା ବଳୟରେ। ତାହାରି ଭିତରେ ଅପରାହ୍ନରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ମେଡ଼ିକାଲ୍ ଭିତରକୁ ଯିବାବେଳେ ପୁଣି ଉପୁଜିଥିଲା ଧସ୍ତାଧସ୍ତି ପରିସ୍ଥିତି। 

ଏସବୁ ଭିତରେ ଏଯାଏଁ ୫ ଜହ୍ଲାଦଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ। ପଞ୍ଚମ ଅଭିଯୁକ୍ତର ନାଁ ଶେଖ୍ ସୈଫିକ୍ ଉଲ୍। ପୂର୍ବରୁ ଗିରଫ ହୋଇଛନ୍ତି ୪ ଜଣ। ସେମାନଙ୍କ ମଧ୍ୟରୁ ଶେଖ୍ ସୈଫିକ ସହ ଅନ୍ୟ ୩ ଜଣଙ୍କୁ ୧୦ ଏବଂ ଅନ୍ୟ ୨ ଜଣଙ୍କୁ ୯ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ଉଗାରୁଛି। ଏହି ୨ ଜଣଙ୍କ ମଧ୍ୟରେ ନାସିରୁଦ୍ଧିନ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

Advertisment

ଆଶଙ୍କା କରାଯାଉଛି, ଆଉ ବି ଦୁର୍ବୃତ୍ତ ଅଛନ୍ତି। ତେଣେ ପୀଡ଼ିତାଙ୍କୁ ଏବଂ ତାଙ୍କ ପରିବାରକୁ ଦୁର୍ଗାପୁରରେ ଭେଟିବା ସହ ପୋଲିସ ତଦନ୍ତର ଗତି ଏବଂ ପୀଡ଼ିତାଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ମହିଳା କମିଶନଙ୍କ ଟିମ୍। 

ଘଟଣାକୁ ବିତିଗଲାଣି ୩ ଦିନ। ଦୁର୍ଗାପୁର୍ ମେଡ଼ିକାଲର ଚାରିକାନ୍ଥ ଭିତରେ ଚିକିତ୍ସାଧିନ ଓଡ଼ିଆ ଡାକ୍ତରୀ ଛାତ୍ରୀ କେମିତି ଅଛନ୍ତି, ବିଧିବଦ୍ଧ ଭାବେ ସରକାରୀ ସୂଚନା ଦିଆଯାଉନାହିଁ। ଏପରିକି ପୀଡ଼ିତାଙ୍କ ବାପାଙ୍କୁ ମଧ୍ୟ ଭେଟିବାକୁ ଦିଆଯାଉନଥିବା ନେଇ ଏକ ପ୍ରେସମିଟରେ ଅଭିଯୋଗ କରିଛି ବିଜେପି। ରାଜ୍ୟ ବିଜେପି ସଂପାଦିକା ସିପ୍ରା ବାଜପେୟୀ କହିଛନ୍ତି, ପୀଡିତାଙ୍କ ମାନସିକ ସ୍ଥିତି ଭଲ ନାହିଁ। ଅଳ୍ପ ଅଳ୍ପ କଥା ହେଉଛନ୍ତି।

ଏସବୁ ଭିତରେ ବିଳମ୍ବିତ ରାତିରେ ଛାତ୍ରୀଙ୍କୁ କ୍ୟାଂପସରୁ ବାହାରିବାକୁ ବାରଣ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କ ମନ୍ତବ୍ୟକୁ ନେଇ ଘେରିଛି ବିଜେପି। ସାଂସଦ ବାଂଶୁରୀ ସ୍ବରାଜ୍ ସିଧା ନିଶାନା କରି କହିଛନ୍ତି, ମମତାଙ୍କ ଶାସନରେ ଚାଲିଥିବା ଅରାଜକତାର ଏହା ପ୍ରମାଣ। ରେପକୁ ଜଷ୍ଟିଫାଏ କରିବା ବନ୍ଦ କରି ଜଷ୍ଟିସ ଦିଅନ୍ତୁ।...ସେପଟେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ‘X’ରେ କହିଛନ୍ତି, ପୀଡ଼ିତା ବିଳମ୍ବିତ ରାତିରେ ନୁହେଁ, ବରଂ ରାତି ସାଢ଼େ ୮ଟାରେ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। ଯେଉଁ ସମୟରେ କୌଣସି କଟକଣା ନଥାଏ। ମମତା ଭୁଲ୍ ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। 

Protest Gangrape Chief Minister Mamata Banerjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ