President-Horse-Virat Photograph: (OTV)
ସିଏ ସାଜିଥିଲା ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ। ବଳିଷ୍ଠ କଳା ମଚ ମଚ ଶରୀରେ ସେ କରୁଥିବା ପରେଡ ଦେଖି ଆଚମ୍ବିତ ହେଉଥିଲେ ଦର୍ଶକ। ଆଉ ତାର କର୍ତ୍ତବ୍ୟ ଓ ଗରିମାରେ ଭାରତୀୟ ସେନା ହେଉଥିଲା ଗର୍ବିତ। ଦର୍ଶକବନ୍ଧୁ ଆମେ କହୁଛୁ ଭାରତୀୟ ସେନାର ସବୁଠାରୁ ବୟସ୍କ ଘୋଡ଼ା ବିରାଟ କଥା। ସେନାରୁ ଅବସର ନେଇଥିବା ଏହି ଘୋଡ଼ାକୁ ମିଳିଛି ନୂତନ ଘର। ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଆନୁଷ୍ଠାନିକ ଭାବେ ତାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ୨୫ ବର୍ଷୀୟ ବିରାଟ ୧୯ ବର୍ଷ ଧରି ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ଥିଲା। ଆଉ ୧୩ଟି ଗଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇବା ସହ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ଆଉ 2022 ମସିହା 73ତମ ଗଣତନ୍ତ୍ର ଦିବସ ପରେଡ ପରେ ଅବସର ଗ୍ରହଣ କରିଥିଲା। ବିରାଟକୁ ତାର ଅସାଧାରଣ ସେବା ଏବଂ ଦକ୍ଷତା ପାଇଁ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ କମେଣ୍ଡେସନ୍ କାର୍ଡ ମଧ୍ୟ ମିଳିଥିଲା। ସେ ଏହାକୁ ଗ୍ରହଣ କରିଥିବା ପ୍ରଥମ ଘୋଡା ହୋଇଥିଲେ। ପରେ ରାଷ୍ଟ୍ରପତି କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଡାଟିକୁ ବିଦାୟ ଦେଇଥିଲେ।
ଏହି ହାନୋଭେରିଆନ ପ୍ରଜାତିର ଘୋଡାକୁ ୨୦୦୩ ମସିହାରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ପରିବାରରେ ସାମିଲ କରାଯାଇଥିଲା। ମାତ୍ର ତିନି ବର୍ଷ ବୟସରେ ହେମପୁରର ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ରାଷ୍ଟ୍ରପତି ଭବନକୁ ଆସିଥିଲା ବିରାଟ। ଆଉ ସେବେଠାରୁ ୧୯ ବର୍ଷ ଧରି ଅନୁଶାସିତ ଏବଂ ପ୍ରଭାବଶାଳୀ ଘୋଡା ଭାବେ ନିଜ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲା। ପରେଡ ସମୟରେ ବିରାଟକୁ ସବୁଠାରୁ ବିଶ୍ୱସ୍ତ ଘୋଡା ଭାବରେ ବିବେଚନା କରାଯାଏ। କାରଣ ୨୫ ବର୍ଷ ହୋଇଯାଇଥିଲେ ମଧ୍ୟ ବିରାଟ ଯୁବ ଘୋଡ଼ା ମାନଙ୍କୁ ବି ଟକ୍କର ଦେବାରେ ସକ୍ଷମ। ତେବେ ସେନା ଘୋଡାଗୁଡ଼ିକ ସାଧାରଣ ଘୋଡାମାନଙ୍କଠାରୁ ବହୁତ ଭିନ୍ନ। ସେମାନେ ଉଚ୍ଚ ଏବଂ ତାଙ୍କ ଓଜନ ସାଧାରଣତଢ ୧୫୦-୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଆଉ ହଜାର ହଜାର ଘୋଡ଼ାଙ୍କ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଏ।
ବିରାଟର ସେବା ଜୀବନ ଶେଷ ହୋଇଯାଇଛି। ହେଲେ ତାର ପ୍ରଭାବଶାଳୀ କାର୍ଯ୍ୟ ପାଇଁ ସେ ରାଷ୍ଟ୍ରପତିଙ୍କ ବଡିଗାର୍ଡଙ୍କ ତତ୍ୱାବଧାନରେ ରହିବ। ତାର ଖାଦ୍ୟ, ଚିକିତ୍ସା, ଯତ୍ନ ସବୁକିଛି ବଡିଗାର୍ଡ ଦଳ ହିଁ କରିବେ। ଆଉ ଶେଷ ଜୀବନ ଯାଏଁ ବିରାଟ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବ। ଏହା ଭାରତୀୟ ସେନାର ପଶୁ ସେବାର ପରମ୍ପରା ଏବଂ ସେମାନଙ୍କ ପ୍ରତି ସମ୍ମାନକୁ ପ୍ରତିଫଳିତ କରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/21/president-horse-virat-2025-11-21-17-51-54.jpg)