America Lady Shocked Photograph: (OTV)
ମାତ୍ର ୫୦ ଟଙ୍କାରେ ମିଳିଲା ଚିକିତ୍ସା। ଚକିତ ହୋଇଗଲେ ଆମେରିକୀୟ ମହିଳା। ଆମେରିକାଠୁ ଭାରତରେ ଢେର ଶସ୍ତା ସ୍ବାସ୍ଥ୍ୟସେବା। ଏଭଳି କହିଛନ୍ତି ଖୋଦ୍ ଆମେରିକାର ନାଗରିକ। ଭାରତରେ ମାତ୍ର ୫୦ ଟଙ୍କାରେ ଭଲ ହୋଇଯାଉଛି ଥମ୍ବ ଇନଜୁରୀ।
ଏତେ ଶସ୍ତାରେ ଚିକିତ୍ସା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆମେରିକା ମହିଳା। ଭାରତରେ ରହୁଥିବା ଆମେରିକାର କ୍ରିଷ୍ଟେନ୍ ଫିସର୍ ଭାରତ ଓ ଆମେରିକା ମଧ୍ୟରେ ଥିବା ଚିକିତ୍ସା ବ୍ୟୟ ପାର୍ଥକ୍ୟତାକୁ ଏକ ଭିଡିଓ ମାଧ୍ୟମରେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ସେ କହିଛନ୍ତି, ରୋଷେଇ କରିବା ସମୟରେ ଏକ ଆଙ୍ଗୁଠି କଟିଯାଇ ସେ ଆହତ ହୋଇଥିଲେ। ପରେ ନିକଟସ୍ଥ ଏକ ଡାକ୍ତରଖାନାରେ ବ୍ୟାଣ୍ଡେଣ୍ଡ ଲଗାଇଥିଲେ। ସେଠାକାର ନର୍ସ ଓ ଡାକ୍ତର ମାତ୍ର ୪୫ ମିନିଟ୍ ମଧ୍ୟରେ ଆଙ୍ଗୁଠିର ରକ୍ତଶ୍ରାବ ବନ୍ଦ କରିଦେଇଥିଲେ। ଏଥିପାଇଁ ଖର୍ଚ୍ଚ ହୋଇଥିଲା ମାତ୍ର ୫୦ ଟଙ୍କା।
ଏତେ କମ୍ ସମୟରେ ଏବଂ ଏତେ କମ୍ ଟଙ୍କାରେ ଚିକିତ୍ସା ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କ୍ରିଷ୍ଟେନ୍ । ସେ କହିଛନ୍ତି, ଆମେରିକାରେ ସ୍ବାସ୍ଥ୍ୟ ସେବା ଅତି ମହଙ୍ଗା। ହେଲଥ୍ ଇନସୁରାନ୍ସ ମାସକୁ ପ୍ରାୟ ୨ ହଜାର ଡଲାର୍ ଖର୍ଚ୍ଚ ହେଉଛି। ଏଭଳି ସ୍ଥିତିରେ ଭାରତରେ ସ୍ବାସ୍ଥ୍ୟ ସେବା ଢେର ଶସ୍ତାରେ ମିଳୁଥିବାରୁ ସେ ଖୁସି ପ୍ରକାଶ କରିବା ସହ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/america-lady-2025-09-28-15-37-16.jpg)