ସଂକ୍ଷେପରେ ଆଜିର ତାଜା ଖବର - Friday, 11 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି, ଲାଗିବ କ୍ବାଲିଟି ଆନାଲାଇଜର ମେସନ୍

ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ରାଜ୍ୟ ସରକାର। More

ରାଜଧାନୀର ପୂଜା ମଣ୍ଡପରେ ନୂଆ ଦୃଶ୍ୟ, ସପତ୍ନୀକ ଆସି ଦୁର୍ଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଏବର୍ଷ ଦୁର୍ଗା ପୂଜା ପେଣ୍ଡାଲରେ ନୂଆ ଦୃଶ୍ୟ। ରାଜଧାନୀରେ ବିଭିନ୍ନ ପେଣ୍ଡାଲ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁଠି ତାଙ୍କୁ ମିଳିଛି ସମ୍ବର୍ଦ୍ଧନା। More

ବ୍ୟୟବହୁଳ ହେଉଛି ଶାରଦୀୟ ଦୂର୍ଗାପୂଜା, ଟ୍ୱିନ୍‌ସିଟିରେ ଏଥର ପୂଜା ବଜେଟ୍ ୬ ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା। More

OSSC LTRT Recruitment 2024: ଓଡ଼ିଶା ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ

ଅନେକ ଯୁବକ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଏହି ସୁଯୋଗ ନେଇ ଆସିଛି। More

ଓଡ଼ିଶାରେ କରିଥିଲା ହତ୍ୟା, ସୁରତରୁ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗତ ୨୦୨୪ ମାର୍ଚ୍ଚ ୨୯ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ନାରାୟଣର ସଂପୃକ୍ତି ଥିଲା । ନାରାୟଣ ଓ ତା’ର ଅନ୍ୟ ସହଯୋଗୀ ମିଶି ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । More

ଛାଡ଼ ହେଲା ପୂଜା ପେଣ୍ଡାଲର ଭଡ଼ା

ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼ । ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More

ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ବିଧାୟକ ହୋଇଥିଲେ ନିରଞ୍ଜନ     । More

ମା’ ଡମଣେଇ ! ୧୬ ଦିନାତ୍ମକ ପୂଜାରେ ମାଆଙ୍କର ନୂଆ ନୂଆ ବେଶ

ନିଆରା ଏହି ଶକ୍ତିପୀଠ, ଅନନ୍ୟ ମା ଡମଣେଇଙ୍କ ପରମ୍ପରା। More

ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ! ପଡ଼ିଲା ବଳି, ରକ୍ତ ରଞ୍ଜିତା ହେଲା ରାଜରାସ୍ତା

ରାଜବାଟି ସ୍ଥିତ ମା' ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ ବିଜୟ ଛତର । ମା'ଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । More

କଟକରେ ସୁନା-ଚାନ୍ଦି ମେଢ଼, ଭୁବନେଶ୍ୱରରେ ଆକାଶକୁ ଛୁଇଁଲା ଭଳି ତୋରଣ

ଚାରିଆଡ ଲାଇଟ୍ ଗେଟ୍ ଓ ଆକର୍ଷଣୀୟ ସାଜସଜ୍ଜା । ସନ୍ଧ୍ୟା ହେଲେ ବଢୁଛି ଭିଡ଼, ଜାମ୍ ହେଉଛି ରାସ୍ତାଘାଟ । More

ବଡ଼ଦାଣ୍ଡରେ ସିରିଜ ଦୁର୍ଘଟଣା ! ୪ ଜଣଙ୍କୁ ଗାଡ଼ି ମଡ଼ାଇ ଖସି ଯାଉଥିଲା ଡ୍ରାଇଭର

ଡ୍ରାଇଭର ଓ କାରରେ ବସିଥିବା ଅନ୍ୟ ଜଣେ ଥାନାରେ ଅଟକ । ଗତକାଲି ରାତି ୧୧ଟା ପରେ ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା । More

Panchang Today 11th October 2024: ଆଜିର ପଞ୍ଚାଙ୍ଗ, ମହାଷ୍ଟମୀରେ ଶୁଭ ସମୟ ଦେଖି ମାଆଙ୍କ ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ମରଣଯନ୍ତା ପାଲଟିଛି ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ

ରାସ୍ତା ସାରା ଖାଲଖମା, ଜୀବନ ଚାଲିଯିବାର ଭୟ । ଦୀର୍ଘ ୧୦ ବର୍ଷ ହେଲା ସମ୍ପ୍ରସାରଣ କାର୍ଯ୍ୟରେ ମନ୍ଥର ଗତି । More

ରାଜାରାଜୁଡା ଅମଳରୁ 'ବଳିନାୟକ' ଖେଳ, ଯିଏ ଧରାପଡ଼ିଲା ବଳି ପଡ଼ିବ !

ଅନ୍ଧବିଶ୍ୱାସ ଆଢୁଆଳରେ ଶତ୍ରୁଙ୍କୁ ଚକମା ଦେଉଥିଲେ ରାଜା । ଶତ୍ରୁଙ୍କୁ ଭ୍ରମିତ ପାଇଁ ରାଜାଙ୍କର ଥିଲା ଯୋଜନା କହିଲେ ନୀଳଗିରି ରାଣୀ । More

ଖଣ୍ଡଗିରି ଥାନାରେ ମହିଳାଙ୍କ ହଙ୍ଗାମା ଘଟଣା, ଚେତାବନୀ ଦେଇ ଛାଡ଼ିଲା ପୋଲିସ

ଥାନାରେ ଉତ୍ପାତ କରିବା ପଡ଼ିଲା ମହଙ୍ଗା । ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ମହିଳାଙ୍କ ଦୁର୍ବ୍ୟବହାର ପରେ ରୁଜୁ ହେଲା ମାମଲା । More

ମହାମାୟାଙ୍କ ମହାସପ୍ତମୀ ! ମନ୍ତ୍ରୋଚାରଣରେ କଂପିଲା ପୂଜାମଣ୍ଡପ, ସନ୍ଧ୍ୟାରୁ ଦର୍ଶନ ପାଇଁ ଭିଡ଼

ମା’ଙ୍କ ଚକ୍ଷୁଦାନ ସହ ହେଲା ପ୍ରାଣ ପ୍ରତିଷ୍ଠା । ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାଷ୍ଟମୀ । More

ବିଜେଡି ବଢୁଛି କମ୍, ଛିଡୁଛି ଅଧିକ ! କ୍ଷମତା ଗଲା, କମୁନି କନ୍ଦଳ; ବର୍ଷୁଛନ୍ତି ନେତା

ଯାଜପୁର ଆଉ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତି । ପୁଣି ବବିଙ୍କ ବୟାନ ଯାଜପୁରରେ ବିଜେଡି କହିଲେ କେବଳ ବବି-ଜିତୁ-ଡ୍ୟାନି । ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା । More