ସଂକ୍ଷେପରେ ଆଜିର ତାଜା ଖବର - Monday, 23 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୋଲିସ ମେଳିକୁ ନେଇ ସିପି ଅଫିସର ତନାଘନା, ପ୍ରତି ଥାନା IICଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର

୨୧ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କହିଲେ ରିଜର୍ଭ ଇନ୍ସପେକ୍ଟର । More

ତେଜିଲା ଭୁବନେଶ୍ବର ବିଜେଡି କଳି, କାଲି ଶଙ୍ଖ ଭବନରେ ଗଣ୍ଡଗୋଳ... ଆଜି ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍

ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି। More

ତାତିଲେ ଆଦିବାସୀ .. ଜଙ୍ଗଲ ଜମିର ସଂପୂର୍ଣ୍ଣ ଅଧିକାର ପାଇଁ ଦାବି

ଜଙ୍ଗଲ ଜମି ଅଧିକାର ଆଇନକୁ ସଂପୂର୍ଣ କାର୍ଯ୍ୟକାରୀ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗଠନ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । More

Odisha Police Constable Recruitment 2024: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ସୁଯୋଗ ନେବେ ଦଶମ ପିଲା

ଆପଣ ଯଦି ଦଶମ ପାଶ୍ କରିଛନ୍ତି ଆଉ ଓଡ଼ିଶା ପୋଲିସ୍‌ରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଓଡ଼ିଶା ପୋଲିସ୍ ବିଭାଗ, କଟକ ଏହି ସୁଯୋଗ ନେଇ ଆସିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ। More

'ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଆମ କଥା ଶୁଣିଛନ୍ତି' : ପୀଡ଼ିତା

ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ଭରତପୁର ଥାନା ଘଟଣାର ପୀଡ଼ିତା । More

ଭରତପୁର ଥାନାରେ ନୂଆ IICଙ୍କ ପୂଜାପାଠ; ଗେଟ୍‌ରେ ଝୁଲାଇଲେ ଲଙ୍କାଲେମ୍ବୁ 

ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ । More

ସୁନା ଝିଅ ଅଞ୍ଜଳି; ଶାରୀରିକ ଅକ୍ଷମତା ସତ୍ତ୍ୱେ ହୋଇଛନ୍ତି ସ୍ୱାବଲମ୍ବୀ, ସାଜିଛନ୍ତି ପ୍ରେରଣା

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି। More

ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । More

Panchang Today 23th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ

NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। More

ବିତୁଛି ବର୍ଷ ପରେ ବର୍ଷ, କିନ୍ତୁ ସରୁନି ବ୍ରିଜ୍ କାମ

ବର୍ଷା ଦିନ ଆସିଲେ ଆପ୍ରୋଚ ରୋଡରେ ଲହଡ଼ି ଭାଙ୍ଗୁଛି ପାଣି । ଅନ୍ୟ ଦିନେ ଧୂଳିଧୂଆଁ। ଖାଲଖମା ରାସ୍ତାରେ ଯାଆସରେ ନୟାନ୍ତ ହେଲେଣି ଅଞ୍ଚଳବାସୀ। More

ପ୍ରବାସୀ ଓଡ଼ିଆଙ୍କୁ ଘାରିଛି E-KYC ଟେନସନ୍, ଡାଟା ଅପଡେଟ୍ ନାଁରେ ମଗାଯାଉଛି ଲାଞ୍ଚ

ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି । More

କେତେବାଟ ଆଗେଇଲା ଭରତପୁର ଥାନାକାଣ୍ଡର ତଦନ୍ତ ? ଘଟଣାକୁ ନେଇ ତୀବ୍ର ହେଉଛି ରାଜନୀତି

କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ? More

ସତ ହେଲା ଆଶଙ୍କା, ଭୋଟ୍ ହାତେଇବାକୁ ଏୟାରଷ୍ଟ୍ରିପକୁ ଦିଆଯାଇଥିଲା ଏୟାରପୋର୍ଟର ରଙ୍ଗ

ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ? More