ସଂକ୍ଷେପରେ ଆଜିର ତାଜା ଖବର - Sunday, 25 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଭିନ୍ନ ଜେଲରେ ରେଡ୍, ବିପୁଳ ମାଦକ ଦ୍ରବ୍ୟ ଜବତ: ହୁଗୁଳି ଯାଇଛି କି ସୁରକ୍ଷା ବ୍ୟବସ୍ଥା ?

ବିଚାରାଧିନ ବନ୍ଦୀ ବନିଥିବା ଅପରାଧୀଙ୍କ ସହ ହାତ ମିଳାଇଛନ୍ତି କି ଜେଲ୍ କର୍ମଚାରୀ ? ଫୁଙ୍ଗୁଳା ସୁରକ୍ଷା ବଳୟ ତିଆରି କରି ପାର୍ବଣ ପୂର୍ବରୁ ଖୋଲିଦେଉଛନ୍ତି କି ଅପରାଧ ଭିଆଇବାର ବାଟ ?  More

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ! ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା ପରେ ଉତ୍ତେଜନା । ପୋଡ଼ାସାହିରେ ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି । More

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ, ୩ ପ୍ରଭାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ଼ ପାଇଁ ବିଜେପି ଆପଣାଇବ ନୂଆ ରଣନୀତି । ଏଥିପାଇଁ ରାଜ୍ୟ ମୁଖ୍ୟାଳୟରେ ଚାଲିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । More

ଖୋଲିବ ଗୁପ୍ତ ସୁଡ଼ଙ୍ଗ ରହସ୍ୟ; ରତ୍ନଭଣ୍ଡାର ଯାଞ୍ଚ ପାଇଁ ASIକୁ ଅନୁମତି

ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଛି। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ। More

ଜେଲ୍‌ରେ ରେଡ୍‌; ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ମିଳିଲା ମୋବାଇଲ

ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ମୋବାଇଲ। More

ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା !

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। More

ଟାଟା ପାୱାର ନେଇଗଲା ଜୀବନ, ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି ମା’

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି । More

ଲାଗିଛି ସାଲାଇନ୍, କିଛି ଖାଉନି ହାତୀଛୁଆ

୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ । More

Panchang Today 25th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୦.୩୦ ଗତେ ବୃଷ । ତିଥି- ୭ମୀ ରାତ୍ରି ୦୩.୩୯ ଗତେ ୮ମୀ । More

ଗୃହ ବିଭାଗ ଚାର୍ଜଫ୍ରେମରେ ସାଂଘାତିକ ତଥ୍ୟ; ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଟ୍ଟେ !

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ ! More

'ସୁଭଦ୍ରା' ଯୋଜନା SOPକୁ ନେଇ ତେଜିଲା ରାଜନୀତି; ଗ୍ୟାରେଣ୍ଟି ନା ଧୂଆଁବାଣ କହି ନବୀନଙ୍କ ନିଶାନା...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ  ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା। More

କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ ? ମୋକିମ୍, ଶ୍ରୀକାନ୍ତ ନା ଜୟଦେବ ?

ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି । More

ସିସିଟିଭି ଅଚଳ, ପୋଲିସ ଫାଣ୍ଡି ଫାଙ୍କା; କେତେ ସୁରକ୍ଷିତ ଫକୀରମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ?

ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ? More

ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି; ଚାଲିଲା ବୁଲଡୋଜର...

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି। More