ସଂକ୍ଷେପରେ ଆଜିର ତାଜା ଖବର - Thursday, 22 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବବିଙ୍କ ପ୍ରଭାବ ନା ଚଞ୍ଚକତା ? ୩ ବର୍ଷରେ ୩ ହଜାର କୋଟିରୁ ଅଧିକ ଅନୁଦାନ

ଯାଜପୁର ପାଇଁ ଭଣ୍ଡାର ଖୋଲି ଦେଇଥିଲେ କି ନବୀନ ? More

ଲକ୍ଷ୍ମୀ ବସ୍ ସେବା ଘୋଡ଼ା ୬କୁ ଦାନା ୯ ! ୧୦ ମାସରେ ୩୭୪ କୋଟି କ୍ଷତି

ଗୃହରେ ପରିବହନ ମନ୍ତ୍ରୀଙ୍କ ତଥ୍ୟ ଖୋଲିଲା ଯୋଜନାର ପୋଲ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ବାହାସ୍ଫୋଟିଆ ଯୋଜନା । More

ଟଏଲେଟ୍ ଫ୍ଲସରେ ଟଙ୍କା ବିଡା.. ଆଲିସାନ୍ ବଙ୍ଗଳାରୁ ବାହାରିଲା ହୀରା ହାର !

ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ । More

ସାମ୍ନାକୁ ଆସିଲା ସିମ୍‌ ବକ୍ସ ମାଷ୍ଟର ମାଇଣ୍ଡର ଫଟୋ, ଢାକାରେ ରହି କରୁଥିଲା ଅପରେଟ୍‌

ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍‌ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ । More

ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍...

ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି।  More

ଚିକିଟି ମଦ ମୃତ୍ୟୁ: ଆକ୍ସନ ନେଲେ ଅବକାରୀ ମନ୍ତ୍ରୀ...

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  More

Panchang Today 22nd August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି-୩ୟା ଦିବା ୦୧.୪୬ ଗତେ ୪ର୍ଥୀ। ଘାତଚନ୍ଦ୍ର-ଧନୁ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି। More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ୍-ଟ୍ୟାଙ୍କର ଧକ୍କା, ୪ ମୃତ...

ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା । More

ପୁଣି କାଳ ସାଜିଲା କି ମୁକୁଳା ଡ୍ରେନ୍ ? ନାବାଳକ ଭାସିଯାଇ ନିଖୋଜ

ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି। More

୧୮ IAS ଅଫିସରଙ୍କ ଅଦଳବଦଳ କଲେ ସରକାର

ଉଷା ପାଢୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି। More

AIRTEL-BSNL-JIO; ଓଡ଼ିଶାରେ କାହାର ଗ୍ରାହକ କେତେ ?

୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସରକୁ ସର୍ବଭାରତୀୟ ସ୍ତରର ଘରୋଇ ମନୋରଞ୍ଜନ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା । More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲହଡ଼ି ଖେଳିଲା ବର୍ଷା ପାଣି

ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ପାଣି । More

ଡାଇରିଆ କବଳରୁ ରକ୍ଷା ପାଇଁ ଗ୍ରାମଦେବତୀଙ୍କୁ ପୂଜା

ଝାଡ଼ାବାନ୍ତି ପାଇଁ ପୂଜା ପାଠ । ଗ୍ରାମ ଦେବତୀଙ୍କୁ ଶାନ୍ତି କରିବା ପାଇଁ ଚଣ୍ଡୀ ପାଠ ଓ ହୋମ କରୁଛନ୍ତି ଗ୍ରାମବାସୀ । More