ସଂକ୍ଷେପରେ ଆଜିର ତାଜା ଖବର - Sunday, 18 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସିମ୍ ବକ୍ସ ଆତଙ୍କ,ହଟୁଛି ପରଦା; ଭୁବନେଶ୍ବରରୁ କଟକ ଲମ୍ବିଛି ଚେର...

ସିମ୍‌ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ।  More

ରାଜ୍ୟକୁ ଡରେଇଲାଣି ଡେଙ୍ଗୁ; BMCକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଏକାମ୍ର MLA...

ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି। More

ଆଉ ରହିବନି ଆଳୁ ସଙ୍କଟ, ୟୁପିରୁ ଟ୍ରେନରେ ଆସିବ ଆଳୁ

୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । More

ଏଥର ଗଣେଶ ପୂଜାରେ ଡିଜେ ବ୍ୟାନ୍‌, ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି। More

ସୁନା ଭଳି ଗରିବ କୁଡ଼ିଆର ଥିଲେ ଆଶାର ଆଲୋକ, ଏବେ ସହାୟତା ଅପେକ୍ଷାରେ କନକଲତା

ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି । More

‘ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଚାଲିଛି ତଦନ୍ତ, ଖୁବଶୀଘ୍ର ଆସିବ ନିର୍ଯ୍ୟାସ’

ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। More

ଏଥର ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣକୁ ପୋଲିସର ତାଗିଦ୍

କଟକରେ ପୂଜା ପ୍ରସ୍ତୁତି ବୈଠକରେ ପୋଲିସ୍ କମିଶନରଙ୍କ ସୂଚନା । ଗଣେଶ ମୂର୍ତ୍ତି ବିକୃତ ନକରିବାକୁ ଗୁରୁତ୍ୱ । More

ମାଗଣାରେ ମିଳିବ ମହାପ୍ରସାଦ ! ଚାଲିଛି ରୂପରେଖ ପ୍ରସ୍ତୁତି..

‘ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କରାଯି । ଖୁବଶୀଘ୍ର ମରାମତି କାର୍ଯ୍ୟ ସହ ଗଣତି ମଣତି କରାଯିବ ।’  More

Panchang Today 18th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୩ଶୀ ପ୍ରାତଃ ୦୫.୫୧ ଗତେ ୧୪ଶୀ ରାତ୍ରି ୦୩.୦୫ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର । More

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ 

କାନ୍ଦି କାନ୍ଦି ଶେଷ ବିଦାୟ ଜଣାଇଲେ ଜୁଏଲ । ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ । More

ନୂଆ ବିଧାୟକଙ୍କୁ ରିଜିଜୁଙ୍କ ଟିପ୍ସ; ‘ଗୃହରେ ହଙ୍ଗାମା କମ୍‌ କର, ଶୃଙ୍ଖଳା ଅଧିକ ରଖ’

ବିଧାନସଭାରେ ଭଲ ପରଫର୍ମାନ୍ସ ଦେଖାଇ ଶ୍ରେଷ୍ଠ ବିଧାୟକ ହେବାକୁ ପାଠଶାଳାରେ ଜ୍ଞାନ ଦେଲେ ହେଭିୱେଟ୍ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ମନ୍ତ୍ର ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । More

ନଳା ପାଣିରେ ଭାସିଲା ସିଂହଦ୍ବାର, ଗନ୍ଧିଆ ପାଣି ମାଡ଼ି ଗଲେ ଶ୍ରୀମନ୍ଦିର

ପଚା ନଳା ପାଣିରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ବାର । ନାକ ଟେକିଲେ ସେବାୟତ ଓ ଦିଅଁ ଦର୍ଶନ ପାଇଁ ଯାଉଥିବା ଭକ୍ତ । ରୋଷଘର ପେଜନଳା ସହ ସଂପୃକ୍ତ ଡ୍ରେନ୍ ଚୋକ୍ ହୋଇଯିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । More

ରାଜଧାନୀରେ ସିମ୍ ବକ୍ସ ହଇଚଇ, ବାଂଲାଦେଶରୁ ଅପରେଟ୍ ହେଉଥିଲା ନେଟୱର୍କ

ରାଜଧାନୀରେ ସିମବକ୍ସ ହଇଚଇ । ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର। More

ଜିଲ୍ଲା ଖଣିଜ ପାଣ୍ଠିର ମହାଦୁରୁପଯୋଗ ଅଭିଯୋଗ; DMF ନାଁରେ ଖାଇଗଲେ କୋଟି କୋଟି ଟଙ୍କା...

ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ। More

କଲିଜା ଥରାଇ ଦେଇଛି କୋଲକାତା କାଣ୍ଡ; ଓଡ଼ିଶାରେ ବି ଅସୁରକ୍ଷିତ ମଣୁଛନ୍ତି ମହିଳା ଡାକ୍ତର

ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ।  More