ସଂକ୍ଷେପରେ ଆଜିର ତାଜା ଖବର - Wednesday, 03 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଲ୍ଲେ ବଲ୍ଲେ ଢାବା ପରେ ବିବାଦରେ କୁସୁମା ବଙ୍ଗଳା

ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ? More

ଘୋଷଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ବଢ଼ିଲା ଆଶା

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ । More

ଟଙ୍କା ସାରିଦେଲା ସମ୍ପର୍କ! ପୁଅ ପାଲଟିଲା ପିତୃହନ୍ତା, ଋଣ ଭାରରେ ବୁଡ଼ି ଥିବାରୁ ଚରମ ନିଷ୍ପତ୍ତି

ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା । More

ଅନନ୍ତଙ୍କ ବିବାହ ଉତ୍ସବ ପାଇଁ ଶ୍ରୀମନ୍ଦିରର ସେବାୟତଙ୍କୁ ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ

ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର। More

କୋଟି କୋଟି ଟଙ୍କା ଗଲାଣି, ଏବେବି ସରିନି ଷ୍ଟାଡିୟମ ନିର୍ମାଣ କାମ..ଦାୟୀ କିଏ ?

ଚାନ୍ଦବାଲିରେ କନ୍ଧାଠାରେ ଷ୍ଟାଡିୟମ ନିର୍ମାଣ ୨୦୧୬ ମସିହାରୁ କାର୍ଯ୍ୟାଦେଶ ଆରମ୍ଭ ହୋଇଥିଲା। ୨୦୨୪ ମସିହା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟ ବରାଦ ପରେ ଏନ୍ ଏ ସି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇ ସାରିଲାଣି। More

ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ !

କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ନାବାଳକଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। More

‘ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ, ଆଜି କାଲି ଭିତରେ ନିଷ୍ପତ୍ତି’

ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ। More

ଭୁବନେଶ୍ୱରରେ ବିଭତ୍ସ ହତ୍ୟା, ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା କରିଛି ପୁଅ । More

ବନ୍ଦ ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; କାହିଁକି ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ଭଦ୍ରକ କଲେଜ ସ୍ଥିତ ଏକ ଭଡା ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ଚିଠି ଜବତ କରିଛି ଭଦ୍ରକ ସହରାଞ୍ଚଳ ଥାନା ପୋଲିସ । More

ଚାଷ ଜମିକୁ ଯିବା ବାଟରେ ଜଗିଥିଲା ମୃତ୍ୟୁ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି । More

Panchang Today 3rd July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ..

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୩ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଦ୍ୱାଦଶୀ । ପ୍ରାତଃ ୦୭.୧୦ ଗତେ ତ୍ରୟୋଦଶୀ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୧୦ ପର୍ଯ୍ୟନ୍ତ। More

ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି-ମଣତି

ଅନ୍ୟପଟେ ଆଜି ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସହଯୋଗ କାମନା କରିଛନ୍ତି । ପୁରୀରେ ରଥଯାତ୍ରା ସମୀକ୍ଷାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ମୁରବୀଶୂନ୍ୟ ହୋଇଛି କି ଓଡ଼ିଶା କଂଗ୍ରେସ ? ପାର୍ଟି ଅଫିସରେ ୯ ଦିନ ଝୁଲିଲା ତାଲା !

ଆଜି ତାଲା ଖୋଲିଥିଲେ ବି କଂଗ୍ରେସ ଅଫିସ୍ ଖାଁ ଖାଁ । AICCକୁ ସବୁ ଜଣାଇଛି କହିଲେ ଶରତ । More

‘ବାହାରିଆ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେବା ହୋଇଥିଲା ବଡ଼ ଷଡ଼ଯନ୍ତ୍ର’

ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି। More

ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ପ୍ରବଳ ଧୁଲେଇ

୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି। More

ହାତୀଙ୍କୁ ହାଇଫାଇ ସୁବିଧା; ରହିଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍-ରେସ୍ତୋରାଁ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ । ସେମାନଙ୍କ ପାଇଁ ଅଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍ ଓ ରେସ୍ତୋରାଁ । More