ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି ?

ନିର୍ବାଚନ ହାରିବା ପରେ ଆଭିମୁଖ୍ୟ ବଦଳାଉଛି ବିଜେଡି। ସମଦୂରତା ଭୁଲି ବିଜେପିର ପ୍ରମୁଖ ବିରୋଧୀ ସାଜିବାକୁ ରଣନୀତି। More

ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍

ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। More

ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି। More

ଓଡ଼ିଶା ଫେରିବେ ମନୋଜ ଆହୁଜା, କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । More

ସରକାରୀ ବାସଭବନରେ ବିଜେଡି ନେତା ବବି ଦାସଙ୍କ ଆଲିସାନ୍ ବଙ୍ଗଳା

ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ । More

ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ

ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। More

ମହିଳା ସାମ୍ବାଦିକଙ୍କୁ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା କୁକୁର ଆକ୍ରମଣର ଶିକାର ହେଲେ ଏକ ଘରୋଇ ଚ୍ୟାନେଲର ମହିଳା ସାମ୍ବାଦିକ। More

‘ମାସକ ଭିତରେ ଭୁବନେଶ୍ୱରର ସବୁ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ’

ନିକଟରେ ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ଟିଭ ଓ ଆକ୍ସନ ମୁଡକୁ ଆସିଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ । More

‘ଛାଡ଼ ପାଇବେନି ଖଣି ଲୁଟେରା, ଚାଲିଛି ଖୋଳତାଡ଼.. ସବୁ ଜେଲ ଯିବେ !’

ଖୋଲିବ ଖଣି ଦୁର୍ନୀତି ପେଡ଼ି । ବନ୍ଧା ହେବେ ଖଣି ମାଫିଆ । ଏହା ସହ ଶାହା କମିଶନ ସୁପାରିଶକୁ ମଧ୍ୟ ତର୍ଜମା କରି ଅମଳ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । More

ବବିଙ୍କ କ୍ୱାର୍ଟର୍ସରେ GA ଅଧିକାରୀ, କହିଲେ ବେଆଇନ ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

ଲୁଚି ଛପି କିଛି ବ୍ୟକ୍ତି ଏହି କ୍ବାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। More

ଦୁର୍ଭାଗ୍ୟ ! ଓଡ଼ିଆ ଅକ୍ଷର ପଢ଼ିପାରୁନଥିବାରୁ ଗଲା ସରପଞ୍ଚ ପଦବୀ

କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ଥ କରିପାରିନଥିଲେ। More

ଜମାକରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର କୁନ୍ତିଲତା ଫେରାର

ଏହାପରଠୁ କୁନ୍ତିଲତା ଗଞ୍ଜୁ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ନ ପାଇ ଉତ୍ତ୍ୟକ୍ତ ଜମାକାରୀ ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ l More

ଅପେକ୍ଷା କର, ‘ସୁଭଦ୍ରା’ ଯୋଜନାକୁ ନେଇ ଭ୍ରମିତ କର ନାହିଁ: ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନା ସଂପର୍କରେ କୌଣସି ଭ୍ରମିତ ଖବର ଦେଖାନ୍ତୁ ନାହିଁ । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ ନୁହେଁ । More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । More

ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା, ଅଣ୍ତରଗ୍ରାଉଣ୍ତରେ ଚାଲିଥିଲା କ'ଣ ?

ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି । ବବିଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି ବୋଲି ଖବର ମିଳିଛି । More

Panchang Today 25th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More

ସମଦୂରତାରୁ ସିଧା ବିରୋଧୀ ! ଏଥର ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବ BJD

ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି । More

ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ? More

ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

କିଏ ସାରିଥିଲେ ରେଗୁଲାରାଇଜେସନ ପ୍ରକ୍ରିୟା, ଉଠିଲା ପ୍ରଶ୍ନ । କିସମ ପରିବର୍ତ୍ତନ ପ୍ରକ୍ରିୟାରେ ରୋକ୍ ଲଗାଇଲେ କେନ୍ଦ୍ରମନ୍ତ୍ରୀ । More

କୁଆଡ଼େ ଗଲେ ଅଲିଭ ରିଡଲେ; ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଥିଲେ, ଏବର୍ଷ ହାତ ଗଣତି

ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ । More

ପରିବା ଦର ଆକାଶ ଛୁଆଁ, କଲବଲ ଖାଉଟି; ହୁ ହୁ ହୋଇ ବଢ଼ୁଛି ଦର, ୫୦୦ ଟଙ୍କାରେ ପୂରୁନି ବ୍ୟାଗ୍

ପରିବା କିଣି ଗଲେ ମରିବା ଭଳି ଲାଗୁଛି । ହାଟରେ ଯେଉଁ ପରିବାକୁ ବି ଛୁଇଁଲେ ଦାମ୍ ୫୦, ୬୦ ନହେଲେ ୮୦ରୁ ୧୦୦ ଟଙ୍କା । More