ସଂକ୍ଷେପରେ ଆଜିର ତାଜା ଖବର - Saturday, 15 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜାତିବାଦର କରୁଣ କାହାଣୀ, ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ

ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା । More

ଆସିଲା ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ତାଲିକା

ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ More

କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣା; କାରଣ ଖୋଜିବାକୁ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୪ ଶିଶୁଙ୍କ ମୃତ୍ୟୁର କାରଣ ଖୋଜା। ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।  More

ଘରକୁ ଫେରିଲା କୁଏତରେ ମୃତ ୨ ଓଡ଼ିଆଙ୍କ ଶବ, ଜନ୍ମମାଟିରେ ଶୋକାକୁଳ ପରିବେଶ

ପରିବାର ପାଇଁ ଭିଟାମାଟି ଛାଡ଼ିଥିଲେ, ବିଦେଶୀ ଯାଇ କାମ କରୁଥିଲେ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେଲେ ପରିବାର ସ୍ବଚ୍ଛନ୍ଦରେ ଚଳିବ । ହେଲେ ବିଧିର ବିଧାନ କିଛି ଅଲଗା ହିଁ ଥିଲା । More

ବାସନ୍ଦ ଭୟ... ଆରପାରିକୁ ଚାଲିଗଲା ପୁଅ, ମୃତଦେହ ଛୁଇଁଲାନି ମା’

ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର । More

ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ । More

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଅଗ୍ନିକାଣ୍ଡରେ ମୃତ ୨ ଓଡ଼ିଆଙ୍କ ପାର୍ଥିବ ଶରୀର

ମୃତକଙ୍କ ପରିବାର ଲୋକ ବି ପହଞ୍ଚିଥିଲେ ଏୟାରପୋର୍ଟରେ। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯାଇଛି । ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ । More

କୋରାପୁଟରେ ବର୍ଷା ଛେଚୁଛି... ରାଜଧାନୀରେ ଗୋଡ଼ଠୁ ମୁଣ୍ଡ ଯାଏଁ ଝାଳ ବୋହୁଛି...

ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ। More

IASଙ୍କ ଭଳି ନବୀନ ସରକାରରେ ଥିଲେ ବହୁ ଗାଦି ମଡ଼ା IPS

ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ । More

ପୋଡ଼ପିଠା-ଖିଲିପାନର ମଜା ଭିତରେ ଜମିଲା ପହିଲି ରଜ

ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ । More

ଆକ୍ସନ୍ ମୋଡ଼ରେ CM, ହେଲେ ପଛକୁ ଟାଣୁଛି ୨୪ ବର୍ଷର ଢିଲା-ଅପରାଗ CMO !

ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ । More

କଥା ଛୋଟ ହେଉ କି ବଡ଼, ପିଏମ୍ ମୋଦିଙ୍କ ପାଇଁ ସବୁ ସମାନ

ଜମା ଭୁଲିଲେନି, ପ୍ରତିଶ୍ରୁତି ରଖି ଚିଠି ପଠେଇଲେ ପ୍ରଧାନମନ୍ତ୍ରୀ । କଟକ ଜିଲ୍ଲା ନିଆଳି ଦକ୍ଷିଣ ଉସୁମା ଅଞ୍ଚଳର ସୁବାସ ଚନ୍ଦ୍ର ଓଝା । More

ଦୁନିଆ ଅନ୍ଧାର ହୋଇଯାଇଛି, ପୁଅ ଆଉ ବିଦେଶରୁ ଫେରିବନି!

ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି । More