ସଂକ୍ଷେପରେ ଆଜିର ତାଜା ଖବର - Sunday, 09 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

ରାଜନେତା ହେବାର ଆଶାକୁ ଧୂଳିସାତ କଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ. ପାଣ୍ଡିଆନ ସନ୍ନ୍ୟାସ ନେଲେ ସକ୍ରିୟ ରାଜନୀତିରୁ। More

ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ଏଥର ବିଧାନସଭାରେ ୮୨ ନୂଆ MLA

ଓଡ଼ିଶା ବିଧାନସଭାର ମୋଟ୍‌ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି ।  More

Sports: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଗୌତମ ଗମ୍ଭୀର କେତେ ଫିଟ୍‌

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ କି ଦୌଡ଼ରେ ସର୍ବାଗ୍ରେ ଥିବା ଗୌତମ ଗମ୍ଭୀର? ଭାରତୀୟ ପ୍ରଶଂସକଙ୍କ ଉଚ୍ଚ ଆଶା, ଟିମ୍‌ରେ ତାରକା ସଂସ୍କୃତି ଓ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ଚାଲେଞ୍ଜ୍‌କୁ ଅତିକ୍ରମ କରି ଆଗକୁ ବଢ଼ିବାରେ କେତେ ସଫଳ ହେବେ ଏହି ପୂର୍ବତନ ବ୍ୟାଟର୍‌? More

ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା

ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍‌ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି। More

ପୁଣି ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି। More

ରାଜନୀତି ଛାଡ଼ିଲେ ଭିକେ ପାଣ୍ଡିଆନ୍‌

ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ । More

ମୋଦି ଝଡ଼ରେ ମାଟି କାମୁଡ଼ିଲେ BJD ର ଗଣ୍ତା ଗଣ୍ତା ମନ୍ତ୍ରୀ

ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି। More

୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ

୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ। More

ଅବସର ପରେ ନିଯୁକ୍ତି, ତଥ୍ୟ ମାଗିଲା ଗୃହ ବିଭାଗ; ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଦେବାକୁ ନିର୍ଦ୍ଦେଶ

ରାଜ୍ୟର ଗୃହ ବିଭାଗର ବିଭିନ୍ନ ଡିପାର୍ଟମେଣ୍ଟରେ କେତେ କର୍ମଚାରୀ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି ତଥ୍ୟ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ତଥ୍ୟ ଦେବାକୁ କୁହାଯାଇଛି । More

ସରିଲା ଖରାଛୁଟି... ଏହି ଦିନ ଖୋଲିବ ସ୍କୁଲ୍; ଜାଣନ୍ତୁ କେବେ

ଆସନ୍ତା ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ପରିଷ୍କାର କରିବାକୁ ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । More

ନୂଆ ମୁଖ୍ୟମନ୍ତ୍ରୀ ନେଇ ବଢୁଛି ସସ୍‌ପେନ୍ସ; ୧୦ ନୁହେଁ ୧୨ ରେ ହେବ ଶପଥ ସମାରୋହ

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? More

BJPର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ? ସାମିଲ ହେବେ କେଉଁ କେଉଁ ବିଧାୟକ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡାଟା ଯାଞ୍ଚ ଆରମ୍ଭ ହୋଇଛି । More

Panchang Today 9th June 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୯ ରବିବାର। ଚନ୍ଦ୍ର- ମିଥୁନ ଦିବା ୦୨-୦୮ ଗତେ କର୍କଟ। ତିଥି- ୩ୟା ଦିବା ୦୩.୪୪ ଗତେ ୪ର୍ଥୀ। ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୨.୦୮ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ରାତ୍ରି ୦୮.୨୧ ଗତେ ୦୧ ପାଦ-କୃଷିହାନି-ଭୂମିଦାନ। More

ମୌସୁମୀ ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା

ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର। More

‘୨ ଦିନ ଧୈର୍ଯ୍ୟ ଧର ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦିଶିବ’

ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। More

ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା। More

ଶ୍ରୀମନ୍ଦିରକୁ ଅନ୍ଧାର ରଖିବା ପଛରେ ଦାୟୀ କିଏ ?

ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ। More

ଦଳ ଏତେ ସରି ଭୋଗିଲା, ତଥାପି ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ। More