ସଂକ୍ଷେପରେ ଆଜିର ତାଜା ଖବର - Saturday, 11 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

PM ମୋଦିଙ୍କ ରତ୍ନଭଣ୍ଡାର ବାଣ; କହିଲେ, ଚାବି ହଜିବାଠୁ ଡୁପ୍ଲିକେଟ୍ ଚାବି ତିଆରି ଆହୁରି ଗମ୍ଭୀର

ଓଡ଼ିଶାର ଜାତି, ଅସ୍ମିତା, ପ୍ରତି ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ । ଆଉ ସେଇ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। More

ନବୀନଙ୍କ ନାଁ ନେଇ ମୋଦିଙ୍କ ନିଶାନା; କହିଲେ, ଜିଲ୍ଲା ନାଁ କହିପାରୁନଥିବା ବ୍ୟକ୍ତି କେମିତି ବୁଝିବ ରାଜ୍ୟର ଦୁଃଖ

ବର୍ଷିଲେ, ଧୋଇଲେ । ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। More

ନନ୍ଦନକାନନ ବାଘ ‘ନନ୍ଦନ’ର ମୃତ୍ୟୁ, ଦୁଃଖରେ ବୁଡ଼ିଲା ପ୍ରାଣୀ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ । ବୟସାଧିକ କାରଣରୁ ବେଶ୍ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା । More

ପ୍ରଦୀପ ମାଝୀଙ୍କ ରାଲି ବେଳେ ଟଙ୍କା ବଣ୍ଟା ! ଭାଇରାଲ୍ ହେଲା ଫଟୋ

ଏହି ଟଙ୍କା ବଣ୍ଟା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାଜନୀତି ଜୋର ଧରିଛି । ପ୍ରଦୀପଙ୍କ ନାଁରେ ନିର୍ବାଚନ କମିଶନରେ ହାଜର ହୋଇଛି ବିଜେପି । More

ପ୍ରଚାର ମଇଦାନରେ ଷ୍ଟାର୍ କପଲ୍, ସେଲିବ୍ରିଟି ସ୍ୱାମୀ-ସ୍ତ୍ରୀଙ୍କୁ ଦେଖିବାକୁ ଜମୁଛି ଭିଡ଼

ସ୍ୱାମୀଙ୍କ ପାଇଁ କ୍ୟାମ୍ପେନ୍ କରୁଛନ୍ତି ସ୍ତ୍ରୀ । ଅଭିନେତା ତଥା ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ମାମା ମିଶ୍ର । ଗାଁକୁ ଗାଁ ଯାଇ ଜନସଭାରେ ନେତୃତ୍ୱ ନେଉଛନ୍ତି । More

ଭାରସାମ୍ୟ ହରାଇ ଓଲଟିଲା ପୋଲିଂ ପାର୍ଟି ବସ୍‌, ୨ ଆହତ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍ । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । More

ଦିନକ ପରେ ଭୋଟ ଦେବ ଓଡ଼ିଶା, ବୁଥ୍ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ନିର୍ବାଚନ ହେବ । ପ୍ରସ୍ତୁତି, ଭୋଟରଙ୍କ ସଂଖ୍ୟା ଓ ବୁଥ୍‌ ଆଦିକୁ ନେଇ ସୂଚନା ପ୍ରଦାନ କରିଛନ୍ତି ସିଇଓ। More

BJD ଉପରେ ମୋଦିଙ୍କ ହମଲା, କହିଲେ CMଙ୍କ ଉପରେ ଆଉ ଜଣେ ସୁପର୍ ସିଏମ୍

ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି । More

‘କଣ୍ଟାବାଞ୍ଜିରେ ଲଢ଼ୁଛନ୍ତି ନବୀନ, ହେଲେ ୧୦ଟା ଗାଁର ନାଁ କହିପାରିବେ କି ?’

ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । More

‘ରତ୍ନ ଭଣ୍ଡାର ଚାବି ହଜାଇ କାହା ପାପ ଘୋଡ଼ାଇବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?’

ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି । More

ନବୀନଙ୍କୁ ମୋଦିଙ୍କ ନିଶାନା..‘ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ?’

ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି । More

କଟକରେ ତ୍ରିମୁଖୀ ଲଢ଼େଇ, କିଏ କରିବ ବାଜିମାତ ?

ସରକାରଙ୍କ ବିଫଳତା ଗଣି, ଆଶା ଭରସାର ସ୍ୱପ୍ନ ଦେଖାଉଛନ୍ତି ପ୍ରାର୍ଥୀ । କଟକ ସଦର ଓ କଟକ ଚୌଦ୍ୱାରରେ ବଢୁଛି ପ୍ରଚାର ପାରା । More

ଦିନକ ପରେ ଦେଶରେ ଚତୁର୍ଥ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ । More

ମୋଦିଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନ; ମାରାଥନ୍ ପ୍ରଚାର ସହ ବିଶାଳ ଜନ ସମାବେଶରେ ଯୋଗଦେବେ

ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି। More

Panchang Today 11th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି-୪ର୍ଥୀ ରାତ୍ରୀ ୦୨.୦୪ ଗତେ ୫ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷୀହାନି-ଭୂମିଦାନ। More

ମୋଦି ମୋଦି ନାରାରେ କମ୍ପିଲା ଜନପଥ

ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ। More

‘ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ, ଏଥର ପଦ୍ମ ନିଶ୍ଚିତ ଫୁଟିବ’

ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଥିଲେ। More

ମୋଦିଙ୍କ ବିଶାଳ ରୋଡ୍‌ ସୋ’, ଜନପଥରେ ଜନ ସମୁଦ୍ର ! ଦେଖନ୍ତୁ ଭିଡିଓ...

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ରେ ସାମିଲ୍‌ ହୋଇଛନ୍ତି। More

୨୪ ମହାସଂଗ୍ରାମର ନାମାଙ୍କନର ପର୍ବ, ବିଶାଳ ରୋଡ୍ ସୋ’ରେ ନାମାଙ୍କନ ଭରିଲେ ହେଭିୱେଟ୍

ନାମାଙ୍କନ ଭରିଲେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ । ଚାନ୍ଦବାଲି ଆସନରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ । More

ଭୁବନେଶ୍ୱରରେ ମୋଦି; କରିବେ ବିଶାଳ ରୋଡ ଶୋ’

ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିବେ ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି। More