ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିବାହ ବାର୍ଷିକୀ; ଜଗା ଦର୍ଶନ ପୂର୍ବରୁ ଟାଣିନେଲା ଯମ

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର। More

କାହା ସମର୍ଥନରେ ଯିବ କେନ୍ଦୁଝର ସଦର ଜନମତ ? ମଇଦାନରେ ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ

କମ୍ପୁଛି ନିର୍ବାଚନୀ ମଇଦାନଳ, ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଜୋରଦାର ଟକ୍କର । More

ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି

ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ । More

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ, ବିଜେପିରେ ମିଶିବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ନିଖୋଜ

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର। More

BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ..ଥରହର ବିରୋଧୀ ଶିବିର

ବିଜେପି ହେଭିୱେଟ୍‌ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର। More

ପ୍ରଥମ ପର୍ଯ୍ୟାୟ ଭୋଟ୍‌: ନେତା ନିର୍ଣ୍ଣୟ କରିବେ ଆଦିବାସୀ ! ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍‌

ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ? More

‘ଓଡ଼ିଶାବାସୀ କହୁଛନ୍ତି ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ସିଟ୍‌ ଜିତିବୁ’

ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ । ‘ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ। More

'ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି’

ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି। More

ହାଇପ୍ରୋଫାଇଲ୍ ସିଟ୍ ଭୁବନେଶ୍ୱରରେ ଲଢ଼ୁଛନ୍ତି ଲୋକସଭା ପ୍ରାର୍ଥୀ

ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍‌ ଶୋକୁ ନେଇ ଦଳୀୟ କର୍ମୀ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି । More

ଆମେ ଯାହା କହୁ କାମରେ ତାହା କରି ଦେଖାଉ: ରାଜନାଥ ସିଂହ

ପ୍ରଥମ ଥର ଆସି ଏତେ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରାଜନାଥ । ଏହା ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଛନ୍ତି ରାଜନାଥ । More

ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ । More

ଭିନ୍ନ ମୋଡ଼ ନେଉଛି ଚାନ୍ଦବାଲି ରାଜନୀତି ! ଭାଇରାଲ ହେଉଛି ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ଭିଡିଓ

ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। More

ଭବାନୀପାଟଣାରେ ପହଞ୍ଚିଲେ ରାଜନାଥ ସିଂହ, ଉଚ୍ଛ୍ୱସିତ ସ୍ୱାଗତ ଜଣାଇଲା ରାଜ୍ୟ ବିଜେପି

ଓଡ଼ିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । More

ନବରଙ୍ଗପୁରରୁ ୨ ରୁବେଲା ଭାଇରସ୍ ରୋଗୀ ଚିହ୍ନଟ, CDMOଙ୍କ ସୂଚନା

ନବରଙ୍ଗପୁର ଜିଲ୍ଲାରେ ରୁବେଲା ଆତଙ୍କ । ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି l More

କିଏ ଜିତିବ ୨୦୨୪ ବାଜି? କାହାର ହେବ ସୁନ୍ଦରଗଡ଼ ଲୋକସଭା ଆସନ ?

ସୁନ୍ଦରଗଡ଼ ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ । More

୪ ଦିନ କାଳବୈଶାଖୀ ସମ୍ଭାବନା, ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ

ଆହୁରି ୪ ଦିନ ତାତିରୁ ଆଶ୍ବସ୍ତି ଦେଇପାରେ କାଳବୈଶାଖୀ ବର୍ଷା । ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆଜି ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ More

କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲା ପୁଅ, ରାସ୍ତାରେ ଚଲାଇ ଚଲାଇ ଶାସ୍ତି ଦେଲେ ବାପା

କୁହାଯାଏ ନା, ‘ବାପ୍ ବାପ୍ ହୋତା ହୈ ...’ ଘରେ ଥିଲା ସ୍ତ୍ରୀ । ହସଖୁସିରେ ପରିବାର ଚାଲିଥିଲା । ଦଶ ବର୍ଷର ବୈବାହିକ ସମ୍ପର୍କର ସାକ୍ଷୀ ସ୍ୱରୂପ ପୁଅଟିଏ ମଧ୍ୟ ଥିଲା । ଏହା ସତ୍ତ୍ୱେ ଦ୍ୱିତୀୟ ବିବାହ କରିବାକୁ କୋର୍ଟରେ ପହଞ୍ଚି ଯାଇଥିଲା ପୁଅ । More

ବର୍ବର... ନିଶା ଦେଇ ନାବାଳିକାଙ୍କୁ ଆଠ ଜଣ ସହପାଠୀଙ୍କ ଦୁଷ୍କର୍ମ!

ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । More

ଭୋଟ୍ ହାତେଇବାକୁ ପ୍ରୟାସ, ଘନ ଘନ ଓଡ଼ିଶା ଗସ୍ତରେ କେନ୍ଦ୍ର ନେତୃବୃନ୍ଦ

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । More

ବର୍ଷା ମାଡ଼ରେ ଆଣ୍ଠେଇଲା ତାତି; ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। More

ସ୍ୱାମୀଙ୍କ ପାଇଁ ଝାଳ ବୁହାଉଛନ୍ତି ସ୍ତ୍ରୀ; ଦିନ ରାତି ଏକ୍ କରି ମାଗୁଛନ୍ତି ଭୋଟ୍

ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ ସ୍ତ୍ରୀ। More

ନବୀନଙ୍କ ଜିଲ୍ଲାରେ ଦାଦନ ବେଶୀ; ହିଞ୍ଜିିଳିରେ ସର୍ବାଧିକ, କଂଟାବାଞ୍ଜି କଥା ନକହିବା ଭଲ !

ବ୍ରହ୍ମପୁର ସମାବେଶରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି। ସାଉଦି ଆରବରେ ହଇରାଣ ହୋଇଥିଲେ ଖଲ୍ଲିକୋଟ ଅଞ୍ଚଳର ଏହି ଦାଦନ ଶ୍ରମିକ। ନା ଠିକରେ ଖାଇବା ମିଳୁଥିଲା, ନା ଠିକରେ ମଜୁରୀ। ପରେ ବହୁ କଷ୍ଟରେ ସେମାନେ ଘରକୁ ଫେରିଥିଲେ। More

କେନ୍ଦ୍ରାପଡା ରାଜନଗରରେ ବୈଜୟନ୍ତଙ୍କ ବିଶାଳ ମୋଟର ସାଇକେଲ ରାଲି

ବୈଜୟନ୍ତଙ୍କ ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଛନ୍ତି। More

BJPର ପ୍ରଚାର ଚକ୍ରବ୍ୟୂହ, ପ୍ରତିଦିନ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା..!

ମୋଦି ଯିବା ପରେ କାଲି ଆସୁଛନ୍ତି ରାଜନାଥ, ବିଷ୍ଣୁ ଦେବ ସାଏ । ୯ ତାରିଖରେ ଆସିବେ ନୀତିନ ଗଡ଼କରି, ହିମନ୍ତ ବିଶ୍ବଶର୍ମା । More