ସଂକ୍ଷେପରେ ଆଜିର ତାଜା ଖବର - Wednesday, 17 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

General Election 2024: ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା AAP

ଆମ୍ ଆଦମୀ ପାର୍ଟି ଆଜି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୨୨ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଦେଇଛି । More

ଥାର୍ଡ ପାର୍ଟିରେ କାର ଡିଲ କରି ଠକେଇ, ଦମ୍ପତ୍ତି ଫେରାର

ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ, ଆଉ ପରେ ଧରା ଛୁଆଁ ନ ଦେଅଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତଭାମା ଦାସ ଓ ସରୋଜ କୁମାର। More

କୋହଲିଙ୍କ ଗୁଣଗାନ କଲେ UPSC ଟପ୍ପର; କହିଲେ, IAS ହେବା ପଛରେ ରହିଛି ତାଙ୍କ ହାତ

ତେଲେଙ୍ଗାନାର ଅନନ୍ୟା ରେଡ୍ଡିଙ୍କ UPSC ସଫଳତା କାହାଣୀ ଏବେ ବେଶ୍‌ ଚର୍ଚ୍ଚାରେ। ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ଅନନ୍ୟା। More

ଏମ୍ସ ଭୁବନେଶ୍ୱରକୁ ବଡ଼ ସଫଳତା; ଆରମ୍ଭ ହେଲା AUS ପ୍ରତିରୋପଣ...

ଏମ୍ସ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ୍‌) ପ୍ରତିରୋପଣ କରାଯାଇଛି । More

କେନ୍ଦ୍ରାପଡ଼ା ମୈଦାନକୁ ଓହ୍ଲାଇବେ ମୋଦି ଓ ଅମିତ ଶାହ: ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି। More

ବିଜେପିକୁ ଚେକ୍‌ ଦେବା ପାଇଁ କାମ ଦେବ ତ ନବୀନଙ୍କ କଣ୍ଟାବାଞ୍ଜି ଚାଲ୍‌ ?

୨୦୧୯ ଭଳି ୨୪ରେ ବି ଦୁଇଟି ଆସନରୁ ଲଢିବେ ନବୀନ। ଗତଥର ବିଜେପୁର ଆଉ ଏଥର କଣ୍ଟାବାଞ୍ଜି। ପଶ୍ଚିମରେ ବିଜେପି ଦବଦବାର କାଉଣ୍ଟର ପାଇଁ ବିଜେଡି ସୁପ୍ରିମୋଙ୍କ 'କଣ୍ଟାବାଞ୍ଜି' ଗୋଟି। More

ସମ୍ବଲପୁର-ରେଢାଖୋଲ ପ୍ରାର୍ଥୀ ଅଦଳବଦଳ; ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା। More

ସ୍ୱାଧୀନ ପ୍ରାର୍ଥୀଙ୍କୁ ଏମିତି ମିଳୁଛି ସମର୍ଥନ; ଭୋଟର୍‌ ଦେଉଛନ୍ତି ଶହେ ଟଙ୍କା..କିଲେ ଚାଉଳ..ଖଣ୍ତେ ହଳଦୀ

ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ପ୍ରାର୍ଥୀ ହେବା ପରେ ଘାସିରାମ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କଲେ। ସେ ଗାଁ ଗାଁ ଘର ଘର ଯାଇ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି। ଲୋକେ ତାଙ୍କୁ ନିର୍ବାଚନରେ ବିଜୟୀ କରିବାକୁ ତାଙ୍କ ଥାଳରେ ଗୋଟିଏ କେଜି ଚାଉଳ, ଶହେ ଟଙ୍କା ଓ ହଳଦୀ ଖଣ୍ଡେ ସହାୟତା କରୁଛନ୍ତି। More

ଖପୁରିଆ କରତକଳରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରଥକାଠ ଚିରଟ ଅନୁକୂଳ

ଶ୍ରୀମନ୍ଦିରରୁ ଅଜ୍ଞାମାଳ ଆସିବ ପରେ ହେଲା ରଥକାଠ ଚିରଟ । ପ୍ରଥମ ପର୍ଯ୍ୟାୟରେ 450 ଖଣ୍ଡ କାଠର ହେବ ଚିରଟ । More

ମଳଦ୍ୱାରରେ ଲୁଚାଇ ଆଣୁଥିଲା କିଲେ ସୁନା ! ଧରା ପଡ଼ିଲାନି ସ୍କାନରରେ...

ଗୁଇନ୍ଦା ସୂଚନା ଆଧାରରେ ଜବତ କଲା କଷ୍ଟମ ବିଭାଗ । ସଂପୃକ୍ତ ବ୍ୟକ୍ତିକୁ ଗିରଫ କଲା କଷ୍ଟମ ବିଭାଗ । More

ତାତିରୁ ତ୍ରାହି ନାହିଁ; ଦିନ ୨ଟା ସୁଦ୍ଧା ୪୦ ଉପରେ ୮ ସହର

ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ।  ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More

ଆଶ୍ଚର୍ଯ୍ୟ !! ମୁଣ୍ତରେ ହାତ ଥୋଇ ମନ୍ତ୍ର ପଢ଼ିଦେଲେ ଭଲ ହୋଇଯାଉଛି ଜଣ୍ତିସ

ଜନ୍ମିତ ଶିଶୁ ଠାରୁ ବୃଦ୍ଧବୃଦ୍ଧା ରୋଗୀ ଜଣ୍ଡିସରୁ ଭଲ ହେବାକୁ ଏଠାକୁ ଆସନ୍ତି। ଡୁଆଝର ଗାଁର ଗୌନ୍ତିଆ ନିଜ୍ଜାମୁଦ୍ଦିନ ଖାନ ଓ ସର୍ଦ୍ଦାର ଖାନ ଉତ୍ତରପ୍ରଦେଶ ଯାଇ ସେଠାରେ ଜଣେ ଗୁରୁଙ୍କ ଠାରୁ ଜଣ୍ଡିସ ରୋଗର ମନ୍ତ୍ର ଶିଖିକି ଆସିଥିଲେ। ସେମାନଙ୍କ ମନ୍ତ୍ର ଦ୍ଵାରା ଅନେକ ରୋଗୀ ଭଲ ହେବାରୁ ଧୀରେ ଧୀରେ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗୁଥିବା କୁହାଯାଉଛି। More

ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହେଲେ ଅନନ୍ତ

ସିଂହଦ୍ୱାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଭିତରକୁ ପ୍ରବେଶ କରିଥିଲେ ଅନନ୍ତ। More

ଏହି ଗରମରେ ଘରେ ବନାନ୍ତୁ ‘କେଶର ପିସ୍ତା କୁଲଫି’

ଏହି ଗରମରେ ଯଦି ଥଣ୍ଡା ଥଣ୍ଡା ଆଇସକ୍ରିମ୍ କିମ୍ବା ଲସି ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବନେଇବା ଥଣ୍ଡା ଥଣ୍ଡା ‘କେଶର ପିସ୍ତା କୁଲଫି’ । More

BJD ର ପଞ୍ଚମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ

ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଲା ପ୍ରାର୍ଥୀ । ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ । More

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର; ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଗାଁ ଦାଣ୍ଡ

ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ। More

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର, ୨୧ ରାଜ୍ୟରେ ହେବ ଭୋଟ୍ ଗ୍ରହଣ

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । More

ଚିକିତ୍ସା ବିଜ୍ଞାନର ଚମତ୍କାରିତା ! ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା...

ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତର । More

BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ, ରଣପୁରରେ ବଦଳିଲା ଟିକେଟ...

ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ପ୍ରାର୍ଥୀ ବଦଳାଇ ସୁରମା ପାଢ଼ୀଙ୍କୁ ଟିକେଟ୍ ଦେଲା ବିଜେପି । BJPର ଆଜି ଘୋଷିତ ଆଉ ୧୯ MLA ସିଟରେ ୧୬ ନୂଆ ଯୋଦ୍ଧା । ବିଜେଡିରୁ ଆସିଥିବା ୫ନେତାଙ୍କୁ ବି ସୁଯୋଗ, ରିପିଟ୍ ମାତ୍ର ୩ କ୍ୟାଣ୍ଡିଡେଟ୍ । More

ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ବାହୁଡ଼ା ଯାତ୍ରା ପାଇଁ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ବିଶ୍ୱାସ ରହିଛି ବାବା ଲିଙ୍ଗରାଜ ପ୍ରତିମାକୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ। More

ବଦଳିଲା ରଣପୁର ବିଜେପି ଟିକେଟ୍, ପୁଣି ପ୍ରାର୍ଥୀ ହେଲେ ସୁରମା ପାଢ଼ି

ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି।  More

ଦିଲୀପ କହିଲେ ଏଥର ମୋଦି ଲହର ଅଧିକ ରହିଛି

ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ । ଦ୍ୱିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା । More