ସଂକ୍ଷେପରେ ଆଜିର ତାଜା ଖବର - Monday, 15 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ବୁଲିଛି କ୍ଷମତା ଚକ; ଭୋଟ୍ ବେଳରେ ନେତାଙ୍କୁ ଘେରି ଜବାବ ମାଗୁଛନ୍ତି ଜନତା...

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । More

ବ୍ରଜରାଜନଗର ବିଗ୍ ଫାଇଟ୍; ବାଜି ପଲଟାଇବେ କି ବିଜେପିର ହେଭିୱେଟ୍ ? 

କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ? More

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌; ୪୦ ଆହତ...

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ୪୦ ଆହତ ହୋଇଛନ୍ତି । More

ପୁରୁଖାଙ୍କ ଉପରେ ଅଧିକ ଭରସା କଲା କଂଗ୍ରେସ

ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। More

ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍; ବାଜି ମାରିବେ ନା ଖେଳ ଓଲଟାଇବେ ?

ବେଗୁନିଆ-ବୋଲଗଡ଼ରେ ଜାନକୀଙ୍କ ପୁଅ ପୃଥ୍ବୀବଲ୍ଳଭ କଂଗ୍ରେସ ଯୋଦ୍ଧା । ଟିକେଟ୍ ପାଉ ପାଉ ପରୋକ୍ଷରେ ପ୍ରତିପକ୍ଷଙ୍କୁ ପୃଥ୍ବୀବଲ୍ଳଭଙ୍କ ନିଶାନା  । ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା  କହିଲେ ପୃଥ୍ବୀବଲ୍ଳଭ । More

ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା।  More

୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର ରାଉତରାୟ

ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । More

ଏବେ ବି ଡିବିରି ଆଲୁଅରେ କଟୁଛି ଦିନ, ବିଜୁଳି ସାତ ସପନ

୨୦୧୫ ମସିହାରୁ ଦୀର୍ଘ ବର୍ଷ ହେଲା ବିଜୁଳି ବିଭାଗକୁ ବହୁବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଶୁଣୁଛନ୍ତି ନାଁ ବିଜୁଳି ବିଭାଗ ଶୁଣୁଛନ୍ତି । More

ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ମିଟିଂ... ହ୍ୱାଟ୍ସଆପ୍‌ରେ ଚାଟିଂ ତାପରେ ଫିକ୍ସିଂ !

୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। More

କଅଁଳ କଥା କହି ସବ ଧନ ସମ୍ପତ୍ତି ହାତେଇ ନେଲା ବଡ଼ ପୁଅ, ଏବେ ମା କରୁଛି ଗୁହାରୀ

ଆଉ କେତେ ବା ସାନ ପୁଅମାନଙ୍କ ଗଞ୍ଜଣା ସହିଥାନ୍ତା ବିଚରା ମାଆଟି । ଆଉ ସେଇଥି ପାଇଁ ପୁଅର ସ୍କୁଲରେ ପହଞ୍ଚିଛି ମାଆ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଅଞ୍ଚଳର ଏକ ଘଟଣା । ବଡ଼ ପୁଅ ନାଁରେ ଏପରି ଅଭିଯୋଗ ଆଣି ଭାଙ୍ଗି ପଡ଼ିଛନ୍ତି ମାଆ ସେବତୀ ନାୟକ । More

ଶ୍ରୀହିନ ହେଉଛି ଶିଳ୍ପ ନଗରୀ ଚୌଦ୍ୱାର; ଖତ ଖାଉଛି ଐତିହସ୍ଥଳୀ

ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି। More

କୋଟିଏ ରୁଦ୍ରାକ୍ଷରେ ହନୁମାନ, ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା

ଆଶ୍ରମ ପ୍ରତିଷ୍ଠାତା ଆତ୍ମାରାମ ମହାରାଜଙ୍କ ଉଦ୍ଦେଶ୍ୟ ରହିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବ ଧାରାର ପ୍ରସାର । ଯାହା ସମସ୍ତଙ୍କୁ ଭକ୍ତି ମାର୍ଗରେ ବାନ୍ଧି ରଖିଛି । More

ଲୋକସଭା ପ୍ରାର୍ଥୀକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ, ଇସ୍ତଫା ଦେଲେ ଜିଲ୍ଲା ସଭାପତି

କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି। More

ବଢ଼ୁଛି ବିଜେପି ବଳ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଭାସ ସିଂ

ଏପ୍ରିଲ୍‌ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ । More

ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା

ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। More

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା। More

ସାବଧାନ !! ଡହଡହ ଖରାରୁ ମିଳିବନି ତ୍ରାହି.. କଲବଲ କରିବ ତାତି..

ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। More

ଆଜିଠୁ ଓଡିଶା ଉପକୂଳରେ ୬୧ ଦିନ ଯାଏଁ ମାଛଧରା ବନ୍ଦ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। More

ରୋଷେଇ ଘରେ ମହଙ୍ଗା ମାଡ଼, ଚିନ୍ତାରେ ଖାଉଟି; ଆକାଶଛୁଆଁ ଆଳୁ ଦର...

ଆଳୁ ଦର ଆକାଶଛୁଆଁ । ୧୫ ଦିନରେ ୧୦ ଟଙ୍କା ମହଙ୍ଗା । କିଲୋ ୩୦ ପାର୍। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା। More

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା...ଆନନ୍ଦପୁରରୁ ଜୟଦେବ, ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ

ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି । More

ଓଡ଼ିଆ ନବବର୍ଷ ଆଣିବ କି ରାଜନୈତିକ ପରିବର୍ତ୍ତନ... କ’ଣ କହୁଛି ଓଡ଼ିଆ ପଞ୍ଜିକା ?

ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା । ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା । More

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା ! ଏବେ ବି ଝୁଲି ରହିଛି ବହୁ ସିନିୟର ଲିଡରଙ୍କ ଭାଗ୍ୟ

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା । ଏକାଧିକ ସିଟ୍‌ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ । More

ରୋଚକ ସ୍ଥିତିରେ ବାଲେଶ୍ବର ଲଢ଼େଇ; ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର...

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ।  More