ସଂକ୍ଷେପରେ ଆଜିର ତାଜା ଖବର - Thursday, 28 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଘରେ ପଶୁ ପଶୁ ବାଜିଲାଣି ଚାଳ, ବିଭିନ୍ନ ଜିଲ୍ଲାରେ ଦଳ ଦୁଇ ଫାଳ !

ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି । More

‘ପାପଶକ୍ତି ବିରୋଧରେ ଲଢିବାକୁ ଯାଉଛି, ବିଜେଡିରେ ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଚାଲିଛି’

ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ । More

କଂଗ୍ରେସ ଶିବିରରେ ଏବେବି ସସପେନ୍ସ, ଏପ୍ରିଲ ପହିଲାରେ ପ୍ରଥମ ପ୍ରାର୍ଥୀ ତାଲିକା

ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । More

ଟିକେଟ୍ ପାଇଥିବା ନେତାଙ୍କୁ ଆଶ୍ୱସ୍ତ, ନାଁ ନଥିବା ନେତାଙ୍କର ହଜିଛି ନିଦ !

ପ୍ରଥମ ଦଫାରେ ଟିକେଟ୍ ପାଇଥିବା ବିଜେଡି ନେତାଙ୍କୁ ଆଶ୍ୱସ୍ତି । କିନ୍ତୁ ତାଲିକାରେ ନାଁ ନଥିବା ନେତାଙ୍କର ନିଦ ହଜିଯାଇଛି । ଏଭଳି ସ୍ଥଳେ କିଏ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରି ଟିକଟ୍ ଲବି କରୁଛି ତ ଆଉ କିଏ ଟିକଟ୍ ପାଇଁ ସୁପ୍ରିମୋଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି । More

ମହିଳାଙ୍କୁ ଟିକେଟ ପ୍ରତିଶ୍ରୁତି ପୂରଣ କରିବ ତ ବିଜେଡି! ବିଗିଡ଼ିବ ମିଶନ ଶକ୍ତି ଭୋଟ୍ ବଳ

ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଗିଡ଼ିବ କି ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ? More

ବାରି ହୋଇ ପଡ଼ୁଛି ବିଜେଡିର ଗୋଷ୍ଠୀ କନ୍ଦଳ, ଚାରିଆଡ଼େ ଜଳୁଛି ଅସନ୍ତୋଷର ନିଆଁ

ଯାଜପୁର ଧର୍ମଶାଳା ବିଜେଡିରେ ଗୋଷ୍ଠୀ କନ୍ଦଳ । ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ । ସେ ଚଳିତ ନିର୍ବାଚନରେ ଯାଜପୁର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ବିଜେଡି ଟିକଟ ଆଶାୟୀ ଥିଲେ । More

‘ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପିରେ ମିଳିବ ସୁଯୋଗ’

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା। More

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି ଓ ସିଦ୍ଧାନ୍ତ

ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। More

ପଦ୍ମ ଧରିବେ ଭର୍ତ୍ତୃହରି, ସିଦ୍ଧାନ୍ତ, ଦମୟନ୍ତୀ !

ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଚର୍ଚ୍ଚା ହେଉଛି ଆଜି ବିଜେପିରେ ଯୋଗଦେଇପାରନ୍ତି ଓଲିଉଡ୍‌ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। More

ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି। More

ରାୟଗଡ଼ା ବିଜେଡିରେ ଅନ୍ତର୍କନ୍ଦଳ: ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିବାଦ !

ରାୟଗଡ଼ା ବିଜେଡିରେ ଅନ୍ତର୍କନ୍ଦଳ ! ଅନସୂୟା ମାଝୀଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିବାଦ । ପଦରୁ ଇସ୍ତଫା ଦେଲେ ରାୟଗଡ଼ା ମ୍ୟୁନିସିପାଲିଟିର ୨୧ ବିଜେଡି କାଉନସିଲର ।  More

'ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି କେନ୍ଦ୍ରାପଡ଼ାରୁ ଆରମ୍ଭ ହେବ'

କେନ୍ଦ୍ରାପଡ଼ା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ଦିଲ୍ଲୀ ହଜଖାସ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାସହ ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି। More

ଭୁବନେଶ୍ୱର ଦେଖିବ ବିଗ୍ ଫାଇଟ୍; ଅପରାଜିତା ବନାମ ମନ୍ମଥ

ଢେର୍ ଦିନ ଧରି ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା। More

BJD କୁ ଘାରିଲା କି ବିଦ୍ରୋହ ଭୟ ? ରିପିଟ୍‌ ହେଲେ ୫୬ ନେତା

ଆଜି ବିଧାନସଭା ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଯେଉଁଥିରେ ଅଛନ୍ତି ୧୨ ମହିଳା ପ୍ରାର୍ଥୀଙ୍କ ସହ ୧୬ ନୂଆ ମୁହଁ। ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ। More

ନିର୍ବାଚନ ମୈଦାନରେ BJP-BJD ଯୋଦ୍ଧା, କେଉଁଠି ହେବ ହାଇଭୋଲଟେଜ୍ ଟକ୍କର ? ଜାଣନ୍ତୁ..

ବିଜେପି ପରେ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପଦ୍ମ ଦଳ ୧୮ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଥିଲା। ଆଜି ଶଙ୍ଖଦଳ ପ୍ରଥମ ତାଲିକାରେ ଘୋଷଣା କରିଛି ୧୫ ଏମପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। More

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ; ବାରିହେଲା ଅସନ୍ତୋଷ ପ୍ରଶମନ ପାଇଁ କସରତର ଛାପ...

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । କେଉଁଠି ପୁଅ-ଝିଅ, ତ ଆଉ କେଉଁଠି ବେଟର୍ ହାଫଙ୍କୁ ଟିକେଟ୍ । ଡଜନେରୁ ଅଧିକ ଆସନରେ ଉତ୍ତରାଧିକାରୀଙ୍କ ଅଭ୍ୟୁଦୟ ।  More