ସଂକ୍ଷେପରେ ଆଜିର ତାଜା ଖବର - Tuesday, 20 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆରମ୍ଭ ହେଲା ଟଙ୍କା ବଣ୍ଟା ! ଭୋଟ୍ ପାଇବାକୁ ଭଣ୍ଡାର ମେଲା କରିଛନ୍ତି ରାଜ୍ୟ ସରକାର 

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଅଭିଯୋଗ । ରାଜକୋଷ ଶୂନ ହୋଇଯିବ କହି ବିରୋଧୀଙ୍କ ନିଶାନା । More

ଆମଦାନୀ ନେତା ଓଭରଲୋଡ ଟେନସନରେ ବିଜେଡି

ଭୋଟ୍ ଆଗରୁ ବାଜିଲାଣି BJDରେ ବିଦ୍ରୋହର ବିଗୁଲ୍ । More

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା; AI ଧରିଲା ତ୍ରୁଟି, ହଲକୁ ଦେଢ଼ ଘଣ୍ଟା ଆଗରୁ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପିଲା

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା । More

ଖୋର୍ଦ୍ଧା ଓଡ଼ିଆ ବୀରଙ୍କ ମାଟି, ଏଠି ଲଢେଇ ଅଲଗା ପ୍ରକାରର

୨୦୦୯ରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ୨୦୦୯ରେ ଜ୍ୟୋତିନ୍ଦ୍ରନାଥ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ତାଙ୍କର ଏକଦା ଦୃଢ ସମର୍ଥକ ଥିବା ରାଜେନ୍ଦ୍ର ସାହୁ। More

ଦଳ ନୁହେଁ ଏଠି ପ୍ରର୍ଥୀଙ୍କୁ ମିଳେ ଗୁରୁତ୍ୱ, ଏବେ ବି ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଚାଲିଛି ଲଢ଼େଇ

ଦୁହିଁଙ୍କ ଲଢେଇ ଭିତରେ ଅନବରତ ଦଳବଦଳକୁ ଦୃଷ୍ଟିରେ ରଖି ୨୦୧୯ରେ ରାଜେନ୍ଦ୍ରଙ୍କୁ ବେଗୁନିଆ ପଠାଇଥିଲା ବିଜେଡି। ହେଲେ ଖୋର୍ଦ୍ଧାରେ ଉଭୟଙ୍କ ସଂଗଠନ ସକ୍ରିୟ ଥିବାରୁ ୨୦୨୪ ପାଇଁ ଉଭୟ କ୍ଷେତ୍ର ପ୍ରସ୍ତୁତିରେ ଲାଗିଥିବା କୁହାଯାଉଛି। More

ଜଳେଶ୍ୱରରେ ବିଜେଡି ରାସ୍ତାରେ କଣ୍ଟା ବିଜେଡି ! ଅଶ୍ୱିନୀଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ...

କଂଗ୍ରେସ ଦଖଲରୁ ଜଳେଶ୍ୱରକୁ ଛଡ଼ାଇ ଆଣିବା ପରେ ୨୦୧୯ରେ ବି ବିଜୟର ଧାରାକୁ ବଜାୟ ରଖିଥିଲେ ଅଶ୍ୱିନୀ। More

୨୦୦୦ରୁ ବିଜେଡି ଦଖଲରେ, ତଥାପି ଲୋକେ ପାଣି ପାଇଁ ଡହଳ ବିକଳ

ସନ୍ଥକବି ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରାର ବିକାଶ ଯୁଜୁମରାର ଦେବଝରଣ ଓ ନାକଟିଦେଉଳର ଭୀମମଣ୍ଡଳୀର ବିକାଶ ଲୋକେ ଦାବି କରି ଆସୁଛନ୍ତି। More

ଏଥର BJDରୁ କିଏ ? ରୋହିତ ନା ପ୍ରସନ୍ନ, ଏତିକିରେ ସରୁନି ଆଶାୟୀ ତାଲିକା...

ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ନିର୍ବାଚନ ମଣ୍ଡଳୀରେ କାଟତି ବଢାଇଥିବା ରୋହିତ ୨୦୨୪ ପାଇଁ ବି ବେଶ୍ ଆଶାୟୀ। ଏଥର ତୃତୀୟ ପାଳିରେ ଟିକେଟ୍ ପାଇ ବିଧାୟକ ଭାବେ ହାଟ୍ରିକ ମାରିବାକୁ ତାଙ୍କ ଯୋଜନା। More

ପୁଣି ବିଜେଡି-ବିଜେପିରେ ହେବ କଡ଼ା ଫାଇଟ୍‌, ପୁଣି ବର୍ଷା ନା ଫେରିବେ ପ୍ରଦୀପ

୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। More

କେବେ ଜାଗିବ ମଣିଷପଣିଆ ? ପରଜାତିରେ ବିବାହ କଲେ ଝିଅ; ମାଆକୁ ମିଳିଲାନି ଚାରି କାନ୍ଧ

ଗତକାଲି ଗୋମତୀଙ୍କ ମୃତ୍ୟୁ ପରେ ବି ତାଙ୍କୁ କାନ୍ଧ ଦେବାକୁ ସମାଜର ମୁରବି ମାନେ ବାରଣ କରିଥିବା ଅଭିଯୋଗ ହୋଇଛି। More

Panchang Today 20th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୨୦ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି - ୧୧ ଶୀ ଦିବା ୦୯.୫୬ ଗତେ ୧୨ଶୀ ଘାତଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

ରାଜ୍ୟରେ ଶୀତ ଉଭାନ; ବଢ଼ୁଛି ଦିନ ଓ ରାତି ତାପମାତ୍ରା

ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। More

ଆଜିଠୁ ମାଟ୍ରିକ ପରୀକ୍ଷା; ୫ ଲକ୍ଷ ପିଲାଙ୍କୁ ଜଗିବ AI କ୍ୟାମେରା

କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ। More

୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ, MLA ସିଟ୍ ପାଇଁ ୩୦୦୦ ଆଶାୟୀ

ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି। More

‘ଅବ କି ବାର ଚାର୍ ଶୋ ପାର୍’ ! ଓଡ଼ିଶା ବଜେପିକୁ ମୋଦିଙ୍କ ବଡ଼ ଟାସ୍କ

କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା । More

ବିପଦରେ ପିଲାଙ୍କ ଭବିଷ୍ୟତ, ରାଜରାସ୍ତାରେ ଶିକ୍ଷକ.. କେମିତି ହେବ ପରୀକ୍ଷା!

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପ୍ରଥମ ପେପରରେ ଭଲ କରିବାକୁ ପିଲା ରିଭିଜନ ଚଳାଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ । More

ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା। More

ରାଜଧାନୀରେ ରହିବାକୁ ଲାଗିଲାଣି ଡର, ଘର ଛାଡ଼ି ଗଲାମାନେ ହେଉଛି ଚୋରି..!

ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି । More