ସଂକ୍ଷେପରେ ଆଜିର ତାଜା ଖବର - Sunday, 07 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚିଲିକାରେ ୨ ଘଣ୍ଟା ଫସିଲେ କେନ୍ଦ୍ରମନ୍ତ୍ରୀ !

କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଅରଖକୁଦାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଚିଲିକା ମଝିରେ ୨ ଘଣ୍ଟା ଧରି ଫସିରହିଥିଲେ। More

କଂଗ୍ରେସ ପ୍ରଭାରୀଙ୍କ ଧାଏଁ ଧାଏଁ ନିଶାନା; କହିଲେ, BJD-BJP ମଧ୍ୟରେ ହୋଇଛି ଡିଲ୍

ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବାହାର ରାଜ୍ୟର ଲୋକଙ୍କ ଦବଦବା ରହିଛି । More

ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର ମାରିଲା ପୋଲିସ୍, ଧରାଇଦେଲେ ମିଳିବ ୧୦ ହଜାର ଟଙ୍କା ପୁରସ୍କାର

ପୋଲିସ ପାରିଲାନି...ଲୋକେ ପାରିବେ ! ରାଜଧାନୀରେ ଲାଗିଲା ଆପାର୍ଟମେଣ୍ଟ ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର । ବସ୍ ବେ' ରେ, ଇଲେକ୍କ୍ରି ଖୁଣ୍ଟରେ, କାନ୍ଥରେ, ବାଡ଼ରେ। More

୧୦ ଦିନ ପରେ ବି ହଟୁନି ହାଇଟେକ୍ ସସପେନ୍ସ; ଶବ ନେବାକୁ ଚାହିଁ ବସିଛନ୍ତି ଦିଲୀପଙ୍କ ମାଆ

ଏସି ସଜାଡ଼ିବାକୁ ଯାଇ ଆଇସିୟୁରେ ପହଞ୍ଚିଗଲେ... ବଞ୍ଚି ଥାଉ ଥାଉ ମୃତ ଘୋଷିତ ହେଲେ... ଆଉ ଶେଷରେ, ନିଜ ପରିଚୟ ଦେବାର ଦିନକ ପରେ ପ୍ରାଣ ହରାଇଲେ । More

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କଟକ ଲୋକସଭା ଆସନରୁ ଲଢ଼ିବେ କି ନିର୍ବାଚନ ?

ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ। ସକାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ । More

କାଲିଠୁ ପରିବହନ ଶ୍ରମିକ ସଂଘର ଧର୍ମଘଟ; ତେଲ ଡିପୋରୁ ବନ୍ଦ ରହିବ ପେଟ୍ରୋଲ, ଡିଜେଲ ଲୋଡିଂ

ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ । More

ନବୀନ ସରକାର ହେଉଛି ବ୍ୟୁରୋକ୍ରାଟ ସରକାର: ଅଜୟ କୁମାର

ଏଠି ମନ୍ତ୍ରୀ ଓ ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି । ଏଠି ବିଜେପି-ବିଜେଡି ଦୁଇ ଭାଇ । ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା ହୋଇଛି । More

କଟନୀ ଛଟନୀ ଭୟ ! ମଣ୍ଡିରେ ନଦେଇ ଦଲାଲଙ୍କୁ ଚାଷୀ ବିକୁଛନ୍ତି ଧାନ

ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି । More

ନୟାଗଡ଼ରେ ପୁଣି ତାତିଲେ ଚାଷୀ, ଆରୁଣଙ୍କ ଉପରେ ଝାଡ଼ିଲେ ଅସନ୍ତୋଷ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା । ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରାବାଜି । More

କଳା ଜିରା ଚାଉଳ ପରେ ଏବେ ମଗ୍‌ଜି ଲଡ଼ୁକୁ ଖୋଜିଲେଣି ଲୋକେ

କୋରାପୁଟର କଳାଜିରା ଚାଉଳକୁ ଚିହ୍ନିବେ ସମସ୍ତେ । ଢେଙ୍କାନାଳର ମଗଜି ଲଡ଼ୁ ଏବେ ଜାତୀୟ ସ୍ତରରେ ପରିଚିତ । More

ନଡିଆ-ଗୁଡ-ଅରୁଆ ଚାଉଳ-ବେଲପତ୍ର ଦେଇ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ

ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ । ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ । More

Panchang Today 7th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ରବିବାର ଚନ୍ଦ୍ର- ତୁଳା ଦିବା ୦୪.୦୧ ଗତେ ବିଛା ତିଥି - ୧୧ଶୀ ରାତ୍ରି ୧୨.୪୬ ୧୨ଶୀ More

ସମ୍ବଲପୁରେ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର !

ଗିରଫ ହୋଇଥିବା ଅଭିଯୁକ୍ତମାନେ କୋରାପୁଟ, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର। ସେମାନେ ଟ୍ରେନରେ ଆସି ପ୍ରଥମେ ରେକି କରନ୍ତି,ପରେ ଡକାୟତି କରନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି। More

ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ

ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି। More

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ; ଦଶପଲ୍ଲା ଦେଖିଲା ଟ୍ରେନ୍, ଷ୍ଟେସନ୍‌ର ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ଦଶପଲ୍ଲାରୁ ଗଡ଼ିଲା ଟ୍ରେନ୍, ଅର୍ଥାତ ଖୋର୍ଦ୍ଧାପଟୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏ ରେଳପଥ ପ୍ରସ୍ତୁତ। More

ନୂଆବର୍ଷରେ ନୂଆ କଂଗ୍ରେସ ପ୍ରଭାରୀଙ୍କ ରଣନୀତି, ନେତାଙ୍କୁ ଟାସ୍କ ଦେଲେ ଅଜୟ କୁମାର

ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି। More

ମାଇଲେଜ୍ ପଲିଟିକ୍ସରେ ମାତିଛି କି ବିଜେଡି ? ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ସମଲେଇ ମନ୍ଦିର ପ୍ରକଳ୍ପ

ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ। More

ହାଇଟେକ୍ ଟ୍ରାଜେଡି: ଦିଲୀପଙ୍କୁ ମୃତ ଘୋଷଣା ପରେ ବଢ଼ିଲା ବିବାଦ, DNA ଟେଷ୍ଟ ଭରସା ଦେଇ ମେଡିକାଲ ଓ ପୋଲିସ ଚୁପ୍

ଆଉ କେତେ ମରିବେ ଜଟଣୀ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ? ଆଉ କେତେଥର ସେ ଉଠିବେ ମରଣ ଶେଯରୁ ? ଆଉ କେତେ ଶବ ଦାହ କରିବେ ଦିଲୀପଙ୍କ ସଂପର୍କୀୟ ? More