ସଂକ୍ଷେପରେ ଆଜିର ତାଜା ଖବର - Sunday, 10 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଲାଙ୍ଗିରରେ ସରିଲା ଗଣତି, ମିଳିଲା ୩୦୫ କୋଟି ନଗଦ !

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା । More

ଦେବ ଦୀପାବଳୀରେ ବଡ଼ଦାଣ୍ଡରେ ଜଳିବ ଏକ ଲକ୍ଷ ଦୀପ, ବିଶ୍ୱର ମଙ୍ଗଳକାମନା ଲାଗି ହେବ ଦୀପଦାନ

ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆସନ୍ତା ୧୨ ତାରିଖ ଦେବଦୀପାବଳିରେ ଏକ ଲକ୍ଷ ଦୀପଦାନ କରାଯିବ । More

ବିବାହ ବେଦୀରେ ହଙ୍ଗାମା ! ଦ୍ୱିତୀୟ ବିବାହ କରୁଥିଲା ସ୍ୱାମୀ, ଦୁଇ ଝିଅ ସହ ପହଞ୍ଚିଲେ ପତ୍ନୀ

ଭୁବନେଶ୍ବର ବାଳକାଟିସ୍ଥିତ ଏକ ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ । More

ଗେଟ-ଲେଜର ସୋ-ସବୁଜ ବାଣ ଫୁଟାଇବାରେ ହୋଇଛି ବଡ଼ ଲୁଟ !

ଗେଟ, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ ହୋଇଥିବା ମୋକିମ୍ ଅଭିଯୋଗ କରିଛନ୍ତି। More

‘୧୪୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଛି, ଆଉ ୩୬ଟି ବାକି ଅଛି’

ଟଙ୍କା ଗଣତି ନେଇ SBI ରିଜିଓନାଲ୍ ମ୍ୟାନେଜରଙ୍କ ସୂଚନା । ‘୨ଟି ମେସିନ ଖରାପ ହେଲାଣି, ମୋଟ ୪୦ଟି ମେସିନ୍ ରହିଛି’ । More

ପ୍ରେମ ପାଇଁ ଗଢ଼ିଥିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ମାମଲାରେ ଜଣେ ଗିରଫ

ଏହି ଘଟଣାରେ ଅନ୍ୟ ଯୁବକଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏକ ପ୍ରେମ ଘଟଣାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ପାଇଛି । More

ସରୁନି ମଦ ଟଙ୍କା ଗଣତି, ଆହୁରି ବାକି ଅଛି ୭୦ଟି ବ୍ୟାଗର ଟଙ୍କା

ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ । More

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ

ବିଦ୍ୟୁତ୍‌ ଆଘାତରେ ପୁଅ ସହ ପୁତୁରାର ମୃତ୍ୟୁ, ବାପା ଗୁରୁତର More

ପିଟି ପିଟି ନରହନ୍ତା ଭାଲୁକୁ ମାରିଦେଲେ ଲୋକେ

ଜଣେ ଠିକାଦାରକୁ ଆକ୍ରମଣ କରି ଭାଲୁ ମାରି ଦେଇଥିଲା..ସେଥିପାଇଁ.. More

Panchang today 10th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ More

କମୁଛି ପାରଦ ବଢୁଛି ଶୀତ, ସକାଳୁ ସକାଳୁ ଜୋର୍ ଜାଡ଼

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । More

କୁଆଡ଼ୁ ଆସୁଛି ଏତେ ଟଙ୍କା ? ୧୦୬ ଗଣାସରିଛି, ଆହୁରି ୭୦ ବସ୍ତା ବାକି ଅଛି !

ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। More

ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳ ମାଳ ଦୁର୍ନୀତି ? 

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି । More

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ବିଜୟ ପରେ ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍

କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ । More

NCRB ରିପୋର୍ଟ: ମଦ୍ୟପାନ-ଓଭରସ୍ପିଡିଂ-ବେପରୁଆ ଗାଡ଼ି ଚାଳନା ନେଉଛି ଅଧିକ ଜୀବନ

ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି । More

ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା; ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ?

କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି, More