ସଂକ୍ଷେପରେ ଆଜିର ତାଜା ଖବର - Friday, 18 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦାରିଂବାଡ଼ିରୁ ବଲିଉଡ୍‌; ଫଲି ଆର୍ଟିଷ୍ଟ ଭାବେ ନାଁ କଲା ଓଡ଼ିଆ ପୁଅ

ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ଏହି ସାଉଣ୍ଡ ସୃଷ୍ଟି କରାଯାଇଥାଏ ଏବଂ ଏହା ପଛରେ ଥିବା କଳାକାରଙ୍କୁ କୁହାଯାଏ ଫଲି ଆର୍ଟିଷ୍ଟ । କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ଫଲି ଆର୍ଟିଷ୍ଟ । More

ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ। More

ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼। More

କାଠରେ ନୁହେଁ, CNG ରେ ଦାହ କରାଯିବ ମୃତଦେହ

ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି । More

୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ୨୫ରୁ ପୁଣି ଏକ ଘୂର୍ଣ୍ଣିବଳୟ !

ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି। More

ପୁଅ ଯିବାର ୮ ଦିନରେ ଝୁରି ଝୁରି ଚାଲିଗଲା ମାଆ

ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। More

ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲା; ହାତେ ମାପି ଚାଖଣ୍ଡେ ଚାଲୁଛି କି ପୋଲିସ ?

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ? More

ବାରିପଦା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲା ପ୍ରସୂତୀ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ICU, ୱାର୍ଡରେ ଥିବା ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। More

ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ନିଲମ୍ବିତ ବିଜେଡି ନେତାଙ୍କୁ ପୋଲିସ୍‌ର ଜେରା

ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ। More

ଫିଲ୍ମ ‘ଗଦର-୨’ରେ କାମ କରି ଚର୍ଚ୍ଚାରେ ଓଡ଼ିଆ ପୁଅ ବରୁଣ

ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି  ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି। More

୨୫ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ! ୨୩ ପରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। More

5T ସଚିବଙ୍କୁ ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟ- ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଛିଡ଼ା ହେଉଛନ୍ତି

5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ। More

Today Panchang 18th August 2023: ଜାଣନ୍ତୁ ଆଜି କେଉଁ ରାଶିର ରହିଛି ଘାତ ବାର...

ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ । More

ଆହୁରି ଦୁଇ ଦିନ ବଡ଼ ବର୍ଷା ! ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା...

ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। More

ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା

ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି। More

କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ..ଦିନକ ପରେ DPR ଦେଲେ ସରକାର

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର । More

ଆତ୍ମହତ୍ୟା ନା ଅନରକିଲିଂ ? ବିଜେଡି ନେତାଙ୍କ ମାମଲା ରଫାଦଫା ଉଦ୍ୟମକୁ ନେଇ ପ୍ରଶ୍ନ

୧୫/୧୬ ବର୍ଷ ବୟସର ନାବାଳିକାଟିଏ ଆଜି ଯେଭଳି ପ୍ରାଣ ହରାଇଲା ମାହାଙ୍ଗା ଅଞ୍ଚଳରେ, ୨ ମାସ ପରେ ଚେତା ପଶିଛି ପୋଲିସର । ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତୁଲ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ । More

ରାଜ୍ୟରେ ଘାଇଁ ଘାଇଁ ବଢୁଛି ଡେଙ୍ଗୁ ମିଟର; ୨ ହଜାର ଡେଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଯୁଆଡ଼େ ଦେଖିବ, ସେଆଡ଼େ ଡେଙ୍ଗୁ । ଭୁବନେଶ୍ୱରରୁ ବଲାଙ୍ଗିର, ପୁରୀରୁ ବାଲେଶ୍ୱର ସବୁଠି ଆତଙ୍କ ମଚାଇଲାଣି ହୁ ହୁ ବଢୁଥିବା ଡେଙ୍ଗୁ ଜ୍ୱର । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ। More

୩ ଦିନ ଛେଚିବ ! କାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ସତର୍କବାଣୀ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। More