ସଂକ୍ଷେପରେ ଆଜିର ତାଜା ଖବର - Thursday, 10 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ । More

ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର । More

ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତିର ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି । More

ଆସିଲା କଲ୍ ଡିଟେଲ୍ସ ରେକର୍ଡ: କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ ଶୁଭଲକ୍ଷ୍ମୀ...

୨ଟି ସିମ୍‌ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି ।  More

ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

୩୬୨୦ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ। ଏଥିପାଇଁ ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। More

'ମୁଁ ଆଉ ନିର୍ବାଚନ ଲଢ଼ିବିନି, ମୋ ପୁଅ ଲଢ଼ିବ...' ଜନ୍ମଦିନରେ କହିଲେ ସୁର

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଶୁଭେଚ୍ଛୁ। More

ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଉଠାଇଲେ ୩ ହଜାର ଆସିଲା ୨୯୦୦...

ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଆପଣ ଯେତିକି ଟଙ୍କା ଉଠାଇବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍‌ ଟଙ୍କା ଆସୁଥିବା ଅଭିଯୋଗ ଆସିଛି। More

ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ? CDR ଖୋଲିବ ମୃତ୍ୟୁ ରହସ୍ୟ !

ଭୁବନେଶ୍ୱରରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ମୃତ ଶୁଭଲକ୍ଷ୍ମୀଙ୍କ ମିଳିଛି କଲ୍ ଡିଟେଲ୍ ରେକର୍ଡ-CDR। More

ଘରୁ ମଶା ବାହାରିଲେ ଗଣିବେ ଫାଇନ୍, ଘର ଘର ବୁଲି ମଶା ଯାଞ୍ଚ କରାଯିବ...

ଘରୁ ମଶା ବାହାରିଲେ ଫାଇନ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ । More

Panchang Today 10th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବୃଷ, ତିଥି -  ୧୦ମୀ ନିଶାନ୍ତ ୦୫.୦୬ ଗତେ ୧୧ଶୀ, ଘାତ ଚନ୍ଦ୍ର – ବିଛା ଅହୋରାତ୍ର, ଘାତବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନାସ୍ତି More

ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ ଛାତ୍ରଛାତ୍ରୀ...ବଦଳିବ ସରକାରୀ ସ୍କୁଲ୍‌ କ୍ଲାସ୍‌ ରୁମ୍‌

ରାଜ୍ୟର ୧୬ଟି ଜିଲ୍ଲାର ସରକାରୀ ସ୍କୁଲ୍‌ ଶ୍ରେଣୀ ଗୃହର ହେବ ନବକଳେବର। ଦରିରେ ବସିବେ ଛାତ୍ରଛାତ୍ରୀ ଏବଂ ରଙ୍ଗୀନ ଡେସ୍କରେ କରିବେ ଲେଖାପଢ଼ା। More

କେମିତି ହୁଏ ମହାପ୍ରଭୁଙ୍କ ବନକଲାଗି, ଜାଣନ୍ତୁ

ଦୁଆର ବନ୍ଦ, ଦର୍ଶନ ବନ୍ଦ। ଚାଲିଛି ମହାପ୍ରଭୁଙ୍କ ବନକଲାଗି ନୀତି। ସାଧାରଣ ଭକ୍ତଟିଏ ବୁଝିବା ପାଇଁ ଏହାର ସରଳ ଅର୍ଥ ହେଲା ମୁଖ ଶିଙ୍ଗାର ବା ମୁଖସଜ୍ଜା। ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ଲାଗି ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି। More

ଅଲୋଡା ହେଉଛି କି ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ ?

ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ। More

ବଦଳୁଛି କି ବିଜେଡିର ସମଦୂରତା ଫର୍ମୁଲା ? NDA ଆଡକୁ ଢଳୁଛି କି ବିଜେଡି ?

ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ। More

ପୁଣି ପ୍ରେମିକ ଦୁଆରେ ଦୀପିକାଙ୍କ ଧାରଣା: ପ୍ରେମିକଙ୍କ ସଂପର୍କିୟ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ 

ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ। More

ସହାନୁଭୂତି ନୁହେଁ, ସମାନୁଭୂତିରେ ମାନବ ଅଧିକାରକୁ ବିଚାର କରିବା ଦରକାର: ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର କମିଶନ ବୈଠକରେ ଯୋଗଦେଇ ମାନବାଧିକାର ପ୍ରସଙ୍ଗରେ ଉଦ୍‍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବାଧିକ କାଳ ପାଇଁ ସର୍ବାଧିକ ଲୋକଙ୍କର ସର୍ବାଧିକ ଖୁସିକୁ ଗଣତନ୍ତ୍ରର ପ୍ରକୃତ ସାର୍ଥକତା ବୋଲି କୁହାଯାଇପାରିବ। More