ସଂକ୍ଷେପରେ ଆଜିର ତାଜା ଖବର - Monday, 31 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ଓଡ଼ିଆ ପୁଅ ସୌଭାଗ୍ୟ

ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। More

OSSC ପରିଚାଳିତ ଏକାଧିକ ପରୀକ୍ଷାରେ ବିଭ୍ରାଟ,କାଠଗଡ଼ାରେ ସରକାର

ବାଲେଶ୍ୱରରେ ପରୀକ୍ଷାର୍ଥୀଙ୍କ ହଲ୍ଲାବୋଲ୍ । ASO ମାମଲାରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ରାୟ ହାଇକୋର୍ଟରେ ବଳବତ୍ତର । More

ପୂର୍ବତନ ଛତ୍ରପୁର ବିଧାୟକଙ୍କୁ ଆଜୀବନ ଜେଲ୍

୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ । More

ଓସିଏସ୍ ଟପ ଟେନରେ ପୁରୁଷ ଯେତିକି ମହିଳା ସେତିକି,୧୬୪ ମହିଳାଙ୍କ ସହ ୪୩୨ ଜଣ ସଫଳ

ତମାମ ପ୍ରତିକୂଳ ପରିସ୍ଥିତିରେ ବି ସଫଳତା ପାଇଛନ୍ତି ଅନେକ ପରିକ୍ଷାର୍ଥୀ More

ଢୁ ଢୁ ବର୍ଷାରେ ଆଉଟସୋର୍ସିଂ କର୍ମଚାରୀଙ୍କ ରଣହୁଙ୍କାର, କମ୍ପିଲା ମହାତ୍ମା ଗାନ୍ଧି ମାର୍ଗ

ଆନ୍ଦୋଳନ କରି ହକ୍ ମାଗିଲେ ଆଉଟସୋର୍ସିଂ କର୍ମଚାରୀ । ୧୦ ଦଫା ଦାବିରେ ଆନ୍ଦୋଳନ, ଶିକ୍ଷକ ଓ ଅଧ୍ୟାପକ ବି ଦାବି ନେଇ ଗର୍ଜିଲେ । More

ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ, ମାଛ ଧରୁଥିବା ବେଳେ ଚାଲିଗଲା ବାପ, ପୁଅଙ୍କ ଜୀବନ

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। More

ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। More

ପ୍ରକାଶ ପାଇଲା ଓଏଏସ୍‌ ରେଜଲ୍ଟ, ସୁଦେବ କୁମାର ପୃଷ୍ଟି ଟପ୍ପର

ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ More

ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

୨୫ ବର୍ଷ ପୂର୍ବରୁ ଘଟିଥିଲା ହତ୍ୟାକାଣ୍ଡ ,ଏବେ ଏହି ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ହୋଇଛି । More

ବିବାହ ବିଚ୍ଛେଦ ମାମଲା; ବର୍ଷାଙ୍କୁ ଚାଲିଛି ଚୂଡ଼ାନ୍ତ ଜେରା

ବର୍ଷାଙ୍କୁ ଛାଡ଼ପତ୍ର ମାମଲାରେ ଚୂଡ଼ାନ୍ତ ଜେରା ଆରମ୍ଭ କରାଯାଇଛି । ପୂର୍ବରୁ ବର୍ଷାଙ୍କ ଜେରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । More

ଖୁସି ଖବର ଜଣାଇବା ପାଇଁ ସ୍ତ୍ରୀ ଫୋନ୍‌ କରୁଥିଲେ, ହେଲେ ସେତେବେଳକୁ ଚିଲିକା ମଝିରେ ଭାସୁଥିଲା ଶବ...

ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପା,ପୁଅ। ହଠାତ୍‌ ମାଡ଼ି ଆସିଲା ବର୍ଷା, ପବନ। ଆଉ ଚିଲିକା ମଝିରେ ବଜ୍ରପାତ ହେବାରୁ ଚାଲିଗଲା ବାପା,ପୁଅଙ୍କ ଜୀବନ। More

ରାୟଗଡ଼ାରେ ବଡ଼ ଅଘଟଣ; ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ

ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । More

ନବ ଦାସ ହତ୍ୟା ମାମଲାରେ ନୂଆ ଖୁଲାସା: ସନ୍ଦେହ ବଢ଼ାଇଲା OPD ଟିକେଟ୍‌ !

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ୍‌କୁ ନେବା ପରେ ସେଠାରେ କ’ଣ ସବୁ ଚିକିତ୍ସା କରାଯାଇଥିଲା, ଏସବୁ ଓପିଡି ଟିକେଟ୍‌ରେ କିଛି ବି ଉଲ୍ଲେଖ କରାଯାଇନାହିଁ। More

Panchang Today 31 July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ ଶୀ ପ୍ରାତଃ ୦୭.୨୭ ଗତେ ୧୪ଶୀ । ଘାତ ଚନ୍ଦ୍ର- ତୁଳା । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ More

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ୫ ଜିଲ୍ଲାରେ ପ୍ରବଳ ବର୍ଷିବା ସମ୍ଭାବନା

ପରବର୍ତ୍ତୀ ଦୁଇ ଦିନ ପାଇଁ ପୁରୀ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । More

ଗୁପ୍ତଧନ ପାଇଁ ନାବାଳକ ବଳି ! ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ

ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି । More

ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ଛଉ ନୃତ୍ୟ ଓ ଅଭିନୟର ସଉକ

କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । More

ମୋଟାପା ସାଜିଛି ପୁଅଙ୍କ ଅସ୍ୱାଭାବିକ ସ୍ତନବୃଦ୍ଧିର କାରଣ !

କିଶୋରାବସ୍ଥାରେ ପୁଅଙ୍କ ଛାତିରେ ଦେଖାଯାଉଛି କି ପରିବର୍ତ୍ତନ? ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି କି ପୁଅପିଲାଙ୍କ ସ୍ତନର ଆକାର? ଯଦି ହଁ, ତେବେ ସଂକୋଚ କରନ୍ତୁନି କି ଏହାକୁ ହେଳା କରନ୍ତୁନି। ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ । More

କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍ ?

ଉଚ୍ଚଶିକ୍ଷା ବିଭାଗକୁ ନାକ୍ ରାଙ୍କିଂ ଚିନ୍ତା । କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍? ଦୋଷ ତ୍ରୁଟି ରହୁଛି କେଉଁଠି? କାରଣ ଖୋଜି ଜଣାଇବାକୁ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । More

ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । More

ପୁଣି OSSC ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ULB ଆକାଉଣ୍ଟାଣ୍ଟ ପରୀକ୍ଷାରେ ସିଲ୍ ଖୋଲା ପ୍ରଶ୍ନପତ୍ର

ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ। More