ସଂକ୍ଷେପରେ ଆଜିର ତାଜା ଖବର - Thursday, 27 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ?

ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି । More

OCS ପରୀକ୍ଷା-୨୦୨୧ ଫଳ ପ୍ରକାଶ ଉପରୁ ହଟିଲା ଅଙ୍କୁଶ

ରେଜଲ୍ଟ ପ୍ରକାଶ ଉପରେ ଅଙ୍କୁଶ ଜାରି ପରେ ଶତାଧିକ ପ୍ରାର୍ଥୀ ପ୍ରଭାବିତ । ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । More

ଏଣିକି ବସ୍‌ରେ ରେଡ୍‌ କରିବେ ମହିଳା କମିଶନ, ମହିଳାଯାତ୍ରୀଙ୍କୁ ଆଗ ନଚଢ଼ାଇଲେ...

ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ ଜଣାଇଲେ । 'ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର' । More

‘ସରକାରୀ ଅଧିକାରୀ ନୁହେଁ, ପ୍ରିଣ୍ଟିଂ ପ୍ରେସ୍‌ରୁ ହିଁ ପ୍ରଶ୍ନପତ୍ର ଲିକ୍‌ ହୋଇଛି’

ପ୍ରିଣ୍ଟିଂ ପ୍ରେସ୍‌ର ଜଣେ ହେଲ୍‌ପର ପ୍ରଶ୍ନପତ୍ର ଲିକ୍‌ କରିଥିଲେ । ପ୍ରେସ୍‌ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ । More

ସୋ’ ରୁମ୍‌ରୁ ମନ ପସନ୍ଦର ଶାଢ଼ି କିଣିଲେ ରାଷ୍ଟ୍ରପତି

ଭୁବନେଶ୍ୱରର ଏକ ସୋ’ ରୁମରୁ ୬ ଖଣ୍ଡ ଶାଢ଼ି ଓ ୬ ଖଣ୍ଡ ସୁଟ୍ ପିସ୍ କିଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରେସିଡେଣ୍ଟଙ୍କ ଅଫିସରୁ ଫୋନ୍ ପାଇ ମଙ୍ଗଳବାର ରାତିରେ ସୋ’ ରୁମ୍ ମ୍ୟାନେଜର ଓ ଆଉ ଜଣେ କର୍ମକୃର୍ତ୍ତା ରାଜଭବନରେ ପହଞ୍ଚିଥିଲେ । More

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ ବୋଲି କୁହାଯାଇଛି । ଅନ୍ୟପଟେ ମାଟ୍ରିକ୍‌ ଖାତା ଦେଖା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ । More

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ରାଇସ୍‌, ସଜନା ଶାଗ, ଦହିବରା ସମେତ ଏହିସବୁ ଖାଦ୍ୟ ଖାଇବେ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି। More

ମହାନଦୀକୁ ଡେଇଁ ଯୁବକ ନିଖୋଜ!

ସମ୍ବଲପୁରରେ ମହାନଦୀକୁ ଡେଇଁ ଯୁବକ ନିଖୋଜ ସନ୍ଦେହ । ଚାଉଁରପୁର ବ୍ରିଜରୁ ଡେଇଁ ଯୁବକ ନିଖୋଜ ସନ୍ଦେହ । More

ଜୀବନ୍ତ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼: ମାଛ ଲୋଭରେ ଆସି ଧରାପଡ଼ିଲା ..

ବହୁ ସମୟର କସରତ ପରେ କୁମ୍ଭୀରକୁ ଧରିଲା ବନବିଭାଗ More

Today Panchang 27th July 2023: ଏହି ଶୁଭ ସମୟରେ ଘରକୁ ଆଣନ୍ତୁ ନୂତନ ଜିନିଷ...

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର, ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ... More

କମନ ୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଅଟୋ ଚାଳକଙ୍କ ପୁଅ

ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରୋତ୍ତୋଳନ ପ୍ରତିଯୋଗିତା ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ More

ବହୁ ପ୍ରତୀକ୍ଷାର ଅନ୍ତ : ଦଶପଲ୍ଲାକୁ ଗଡିବ ଟ୍ରେନ୍

ଶେଷ ପର୍ଯ୍ୟାୟରେ ଷ୍ଟେସନ ଓ ଟ୍ରାକ୍ କାମ । ଷ୍ଟେସନ କାର୍ଯ୍ୟର ସମୀକ୍ଷା କଲେ ରେଳ ସୁରକ୍ଷା ଆୟୁକ୍ତ ଓ ଖୋର୍ଦ୍ଧା D.R.M । More

ଲକ୍ଷାଧିକ ଟଙ୍କା ହରାଇ ଛାତ୍ରଙ୍କ ଆତ୍ମହତ୍ୟା, ମୃତ୍ୟୁ ପଛରେ ଅନଲାଇନ୍ ଗେମ୍

ବାଲେଶ୍ୱର ସୋର ଥାନା ଗୁଡ଼ ଅଞ୍ଚଳର ଘଟଣା । ମୃତକ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା । More

ଆଜିଠୁ ଛେଚିବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା

ମାଲକାନଗିରି ଓ କୋରାପୁଟକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ । ତଳି ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ହେବା ଆଶଙ୍କା । ଆସନ୍ତା ୩୦ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା । More

'ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ'

ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ। More

ଦୁଇ ମାସ ଆଗରୁ ଜାଣିଥିଲେ ରାଷ୍ଟ୍ରପତି ଆସୁଛନ୍ତି, ତଥାପି କଲେନି ମରାମତି ! କାହିଁକି..?

କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ। More

ଜେଇ ସିଭିଲ୍ ପ୍ରଶ୍ନପତ୍ର ଲିକ୍ ମାମଲା: OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ୍ ?

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପୋଲିସ ହାତରେ ଲିକ ହୋଇଥିବା ପ୍ରଶ୍ନପତ୍ର ଲାଗିଥିଲେ ବି ତାହା ଜେଇ ସିଭିଲର ପ୍ରଶ୍ନପତ୍ର ବୋଲି ଜାଣିବାକୁ ୭ ଦିନ ଲାଗିବା ପଛର କାରଣ କଣ। ଯଦି ପୋଲିସକୁ ଜଣାଥିଲା, ତାହେଲେ ପରୀକ୍ଷା ପୂର୍ବରୁ ଓଏସଏସସିକୁ କାହିଁକି ଅବଗତ କରାଯାଇ ନଥିଲା। More

ପ୍ରାୟ ସବୁ ଜିଲ୍ଲାରେ ବିଜେଡି-ବିଜେଡି ଲଢ଼େଇ, ନେତା କରୁଛନ୍ତି ସମାନ୍ତରାଳ ସଂଗଠନ !

ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍  ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ। More

ଦିଲ୍ଲୀରେ ପୁଣି ପ୍ରବଳ ବର୍ଷା, ଜଳବନ୍ଦୀରେ ନୋଏଡ଼ା

ଦିଲ୍ଲୀ ସହ ଏହା ପାଖରେ ଥିବା ନୋଏଡ଼ା ଏବଂ ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହୋଇଥଲା। More