ସଂକ୍ଷେପରେ ଆଜିର ତାଜା ଖବର - Monday, 05 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୫୧ ଘଣ୍ଟାର ନନଷ୍ଟପ୍ ଅପରେସନ୍ ପରେ ଗଡ଼ିଲା ଟ୍ରେନ୍‌, ଧନ୍ୟବାଦ ଜଣାଇବା ବେଳେ ଛଳଛଳ ହୋଇଗଲା ରେଳମନ୍ତ୍ରୀଙ୍କ ଆଖି

ଠିକ୍ ରାତି ୧୨ଟାରେ ଅପ୍ ଲାଇନରେ ଆଉ ଏକ ଟ୍ରେନ୍ ଗଡ଼ିବା ପରେ ମୁଣ୍ଡିଆ ମାରିବା ସହ ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଥିଲେ ରେଳମନ୍ତ୍ରୀ। More

ସିନ୍ଥିରୁ ସିନ୍ଦୂର ପୋଛିଦେଲା କରମଣ୍ଡଳ, ଦିନ ୪ଟା ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି.. More

ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର ଏବେ ବଡ଼ ଚ୍ୟାଲେଞ୍ଜ

୨୭୫ ଭିତରୁ ୧୭୦ ଶବ ନେଇ ସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର । More

ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର ? ଉତ୍ତର ଖୋଜିବାକୁ ଆକ୍ସନ ମୋଡ୍‌ରେ CBI

ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍ । More

କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଗୋଟି ଗୋଟି କରି କହିଲେ କରମଣ୍ଡଳର ଲୋକୋ ପାଇଲଟ...

ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୨ ଲୋକୋ ପାଇଲଟ ଏବେ ଚିକିତ୍ସାଧୀନ । More

କରମଣ୍ଡଳ କୋଳରେ ଛକିଥିଲା କାଳ, ଭାଗ୍ୟବଳରୁ ବଞ୍ଚିଗଲା ପ୍ରାଣ 

ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ। More

ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ: ଶ୍ରୀମନ୍ଦିର ତିନିବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ

ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ। More

Odisha train tragedy: ମୃତ ଶରୀର ଏବଂ ଟ୍ରେନର ଷ୍ଟିଲ୍ ଭିତରେ ଫସିଯାଇଥିଲେ ଜଗନ୍ନାଥ ସାହୁ; ନିଜକୁ ନିଜେ ରକ୍ଷା କଲେ; ଜାଣନ୍ତୁ କେମିତି…

୩୯ ବର୍ଷୀୟ ଜଗନ୍ନାଥ ସାହୁ ସେହି ସମୟକୁ ଭୁଲି ପାରି ନାହାନ୍ତି। ସେ ମଧ୍ୟ ବାଲେଶ୍ୱର ଟ୍ରିପଲ ଟ୍ରେନ୍‌ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥାନ୍ତେ, କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା। ଭଗବାନ ତାଙ୍କୁ ବଛେଇ ଦେଇଛନ୍ତି। More

AIIMSରେ ଯାଗା ନାହିଁ, କଣ୍ଟେନରରେ ସଂରକ୍ଷିତ ରହିବ ମୃତଦେହ

ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । More

ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା

ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି । More

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । More

Today Panchang 5th June 2023; ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ପ୍ରାତଃ ୦୬.୩୯ ଗତେ ୨ୟା ଘାତ ଚନ୍ଦ୍ର – ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମିଥୁନ, ପୁଷ୍କର ଦୋଷ – ପ୍ରାତଃ ୦୬.୩୯ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ More

ପୁଣି ଓଡ଼ିଶାରେ ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌

ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମନରୁ ନଲିଭୁଣୁ ଓଡ଼ିଶାରେ ପୁଣି ଏକ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ମାଲ୍‌ବାହୀ ଟ୍ରେନ୍‌ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ମେଣ୍ଢାପାଲି ନିକଟରେ ଦୁର୍ଘଟଣା ଘଟିଛି। More

ରାଜ୍ୟ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ହଠାତ ଦୁର୍ବୃତ୍ତ ମାନେ ଆସି କଲେ ଢେଲା ମାଡ଼

ଢେଲା ମାଡରେ ବିଜେପି କାର୍ଯ୍ୟାଳୟରେ କାଚ ଭାଙ୍ଗି ଯାଇଛି । More

ଟ୍ରେନ୍‌ ଗଡ଼ିବା ପରେ ହାତ ଯୋଡ଼ି ମୁଣ୍ଡିଆ ମାରିଲେ, କାନ୍ଦି ପକାଇଲେ ରେଳ ମନ୍ତ୍ରୀ...

ଟ୍ରେନ୍‌ ଟ୍ରାକ୍‌ରେ ଗଡ଼ିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହାତ ଯୋଡ଼ି ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ଗଣମାଧ୍ୟକୁ ପ୍ରତିକ୍ରିୟା ଦେବାବେଳେ ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। More

ବାହାନଗା ହିରୋଙ୍କୁ ସଲାମ କରୁଛି ସାରା ବିଶ୍ୱ

ବାଲେଶ୍ୱର ବାହାନଗାର ଟ୍ରେନ୍ ଟ୍ରାଜେଡି ଆଉ ଓଡ଼ିଶା କି ଭାରତ ଭିତରେ ସୀମିତ ନାହିଁ। ଶୁକ୍ରବାର କାଳ ରାତିରେ କରମଣ୍ଡଳର କରୁଣ କାହାଣୀ ସାରା ବିଶ୍ୱକୁ ଛାଇ ଗଲାଣି। More

୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ, ଶେଷରେ ଗଡ଼ିଲା ଟ୍ରେନ୍‌...

୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ ପରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି।  More

ଟ୍ରେନ୍ ଟ୍ରାଜେଡି: ବାପା-ମାଆଙ୍କୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ବହନ କରିବେ ଅଦାନୀ

ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ।  More

ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ଅଘଟଣ ପରେ ଅଘଟଣ

ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା। More

ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଧରି ଘୂରି ବୁଲୁଛନ୍ତି ସମ୍ପର୍କୀୟ

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ... More

ବାହାନଗା ବିପର୍ଯ୍ୟୟ ପରେ ଶବ ହସ୍ତାନ୍ତର ଚିନ୍ତା, ଏଯାଏଁ ଚିହ୍ନଟ ହୋଇନି ଅନେକ ମୃତଦେହ

ସଂପର୍କୀୟଙ୍କ ପାଇଁ ୱେବସାଇଟ୍, ହେଲପ ଲାଇନ୍ ନମ୍ବର ଜାରି ହୋଇଛି । More

ବାହାନଗା ହିରୋଙ୍କୁ ସଲାମ କରୁଛି ସାରା ବିଶ୍ୱ, ଦୁର୍ଘଟଣା ଦୁର୍ଗତଙ୍କ ଦେବଦୂତ ସାଜିଥିଲେ ସ୍ଥାନୀୟ ବାସିନ୍ଦା

ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ । More