ସଂକ୍ଷେପରେ ଆଜିର ତାଜା ଖବର - Saturday, 27 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ମାରିଲା ଗୋପାଳ ? ୪ କାରଣକୁ ନେଇ ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ? More

ଭୋଟ୍ ବେଳକୁ ଯୁବକ ଲୋଡ଼ା, ଚାକିରି ବେଳକୁ ବୟସ୍କ : ଅବସରପ୍ରାପ୍ତଙ୍କ ନିଯୁକ୍ତି ପାଇଁ ବିଜ୍ଞାପନକୁ ନେଇ ବିବାଦ

ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ । ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯୁବଗୋଷ୍ଠୀନାପସନ୍ଦ କରିଥିବା ବେଳେ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ । ଏପଟେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରୁଛୁ ।… More

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ବୈଠକରେ ଯୋଗଦେଇନଥିବା ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ନାଁ ଯୋଡ଼ି ହେବା ପରେ ତାକୁ ନେଇ ବଢ଼ିଛି ଚର୍ଚ୍ଚା। More

ରୁପାରେ ଛାଉଣି ହେବ ଶ୍ରୀମନ୍ଦିର ସିଂହଦ୍ୱାର, ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ

୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ଓ ସିସିଟିଭି ନିରୀକ୍ଷଣରେ ହେବ ରୁପା ଛାଉଣି। More

ଆଦିବାସୀ ଅଧ୍ୟୁଷିତ କୋରାପୁଟକୁ କେବେ ମିଳିବ ମଡେଲ ଡିଗ୍ରୀ କଲେଜ ?

ସେମିଳିଗୁଡ଼ାରେ ନିର୍ମାଣ ସତ୍ତ୍ୱେ ଭାରତମାଳା ସଡ଼କ ପାଇଁ ହେଲାନି କାର୍ଯ୍ୟକ୍ଷମ । ନୂଆ କୋଠା ପାଇଁ ନୂଆ ସ୍ଥାନ ଚିହ୍ନଟରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ । More

ନବ ହତ୍ୟା ମାମଲା: FBI ସହାୟତା ମଗାଯିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ

RTI ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲା।  More

ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପାରେ ଛାଉଣୀ ହେବ ସିଂହଦ୍ୱାର

ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।  More

Big Breaking: ୨୨୩ କଲେଜ ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ

ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି । More

ଅଚାନକ ବଢିଲା ଅଦା ରସୁଣର ଦର, ହେଲେ କାହିଁକି ?

ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା । More

ପରଦାରେ ବହୁଚର୍ଚ୍ଚିତ ଫିଲ୍ମ ‘ଶଳା ବୁଢ଼ାର ବଦଲା’, କୋଶଳୀ ପରେ ଏବେ ଓଡ଼ିଆ ଭାଷାରେ...

ପ୍ରାୟ ସବୁ ବୟସର ଦର୍ଶକ ଥିଏଟରରେ ନିଚ୍ଛକ ଓଡ଼ିଆ କାହାଣୀକୁ ଅତି ପାଖରୁ ଦେଖିଛନ୍ତି । ଆଉ ନାଚି ନାଚି ସିନେମାର ରିଭ୍ୟୁଦେଇଛନ୍ତି । More

ବଢ଼ିଲା OBC ସର୍ବେକ୍ଷଣ ଅବଧି

ରାଜ୍ୟରେ ଚାଲିଥିବା ଓବିସି ସର୍ବେକ୍ଷଣ ଅବଧିକୁ ବୃଦ୍ଧି କରାଯାଇଛି। ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଏହି ଅବଧିକୁ ବୃଦ୍ଧି କରାଯାଇଛି। More

ତାତିରୁ ମିଳିବ ଆଶ୍ୱସ୍ତି ! ଆଗାମୀ ୩ ଦିନ କମ୍ ରହିବ ତାପମାତ୍ରା

୨୮, ୨୯ ଏବଂ ୩୦ ତାରିଖରେ ମଧ୍ୟ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି । More

ବାଲେଶ୍ୱରିଆଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇଥିଲେ କି ନବୀନ ?

ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି । More

ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା; ମନ୍ଦିରକୁ ପ୍ରବେଶ କଲେ ଦେବଦମ୍ପତି

ନାଚ ଗୀତରେ ଦୁଲୁକୁଛି ସାରା ସହର । ରାଜରାସ୍ତାରେ ପାରମ୍ପରିକ ସହ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି ଶହ ଶହ କଳାକାର । ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଅବସରରେ ସମ୍ବଲପୁରରେ ଦେଖିବାକୁ ଦେଖିବାକୁ ମିଳିଛି ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଓ ଲୋକଗୀତର ସମ୍ଭାର । More

ନବ ଦାସ ହତ୍ୟା ମାମଲା : ସରକାରଙ୍କୁ ଘଣ୍ଟ ଘୋଡ଼େଇବାରେ ସଫଳ ହେଲା କି ବୋଥ୍ରା ଟିମ୍‌ ?

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ? More

ସ୍ନାନ ପୂର୍ଣ୍ଣମୀ ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ? More

ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ, ଜାଣନ୍ତୁ କେମିତି କରିବେ ବୁକିଂ ?

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି। More