ସଂକ୍ଷେପରେ ଆଜିର ତାଜା ଖବର - Saturday, 22 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜେଲ୍‌ରୁ ମୁକୁଳିଲେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ

ଆଗକୁ ଯୁବମୋର୍ଚ୍ଚାର ଆନ୍ଦୋଳନ ଆହୁରି ତେଜିବ- ଇରାଶିଷ ଆଚାର୍ଯ୍ୟ । More

ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା !

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । More

ସହିଦଙ୍କ ପାଇଁ ସଭିଏଁ ଏକାଠି: ଅମର ରହେ ଧ୍ୱନୀ ସାଙ୍ଗକୁ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଲେ ମୁସଲମାନ ସଂପ୍ରଦାୟର ଲୋକେ

ଶୋକାକୁଳ ପରିବେଶ ଭିତରେ ସମ୍ପନ୍ନ ହୋଇଛି ପୁଞ୍ଚ୍ ଆତଙ୍କୀ ଆକ୍ରମଣରେ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କ ଜନ୍ମ ମାଟି ପୁରୀ ଅଳଗୁମ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଜଳିଛି ସହିଦଙ୍କ ଚିତା। More

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ବିଜୟ

ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ବଡ଼ ଦାୟିତ୍ୱ। More

କାହା ଛତ୍ରଛାୟାରେ ବଳିୟାନ ସୋହେଲାର ରାଜା ଖାନ୍ ?

ବିଜେପି କହିଛି, ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ରାଜା ଖାନ। ଭଟଲିରେ ସୁଶାନ୍ତଙ୍କ ଅପରାଧିକ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ରାଜା ଖାନ। ଯାହାକୁ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପିରୁ ବରଗଡ଼ ଆସି STF ଟିମ୍ ପଚରାଉଚରା କରିଛି। More

ମେ' ନହେଉଣୁ ଶୁଖିଗଲାଣି ମହାନଦୀ; ଚିନ୍ତାରେ ମତ୍ସ୍ୟଜୀବୀ

ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ହାତେ ଦୂରରେ ଖାଲି ବାଲି ଆଉ ପଥର । ଦୂର ଦୂର ଯାଏଁ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା। More

ପଦାରେ ପଡ଼ିଲା 5T ସ୍କୁଲ୍‌ର ଅସଲ ଚେହେରା; ୩୫ ପିଲାଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା!

ସ୍କୁଲରେ ପିଲା ନାହାଁନ୍ତି, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେଉଛି । ଆଉ ନୂଆ ରୂପ ପାଉ ପାଉ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ସରକାରୀ ତହବିଲରୁ ଏମିତି ଚାଲିଛି ଅର୍ଥ ଶ୍ରାଦ୍ଧ । More

କେବେ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ?

କେବେ ନିଯୁକ୍ତ ହେବେ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ । ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ତତ୍ପର ଆଇନ ବିଭାଗ । More

କ୍ୟାରିଅରର ଅନ୍ତିମ ସୋପାନରେ ଦିନେଶ କାର୍ତ୍ତିକ

ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍‌ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି। କ୍ୟାରିଅରର ଅନ୍ତିମ ସୋପାନରେ ପହଞ୍ଚିଲେଣି କାର୍ତ୍ତିକ। More

ଯାତ୍ରାରେ ଅଶ୍ଳୀଳ ଇଙ୍ଗିତ ପାଇଁ ଅଭିନେତ୍ରୀଙ୍କ ନାଁରେ ମାମଲା

ଏକ ଆଲବମ ଗୀତ 'ନିଆଳି ଛେନା'ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିଦେଇଥିଲେ ଅଭିନେତ୍ରୀ ଜଣକ। More

ଚିଲିକା କାଳୁପଡା ଜେଟି ନିକଟ ନଳଘାସରେ ନିଆଁ

ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି । More

କ୍ରିକେଟ ଖେଳରୁ ମହାଭାରତ: ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼

କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼।  ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି। More

ଜନ୍ମମାଟିରେ ଜନସମୁଦ୍ର; ସହିଦ ଦେବାଶିଷଙ୍କ ପାଇଁ କାନ୍ଦବୋବାଳିରେ ଫାଟିପଡ଼ୁଛି ଖଣ୍ଡାୟତ ସାହି

ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି । More

ଶୁଖିଯିବ ଓଡ଼ିଶା ! ଛତିଶଗଡ଼ ପରେ ଏବେ ଆନ୍ଧ୍ର ବନ୍ଦ କରିବ ପାଣି...

ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି । More

ଭୁବନେଶ୍ୱରରେ ସହିଦ ଯବାନଙ୍କ ପାର୍ଥିବ ଶରୀର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା । More

ମିଳିଲା ହଜିଯାଇଥିବା ଶ୍ରୀମନ୍ଦିର ୨ ଫାଇଲ୍‌

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ଆଇନ ବିଭାଗ ପାଉନଥିବା ଚର୍ଚ୍ଚା ହୋଇଥିଲା। More

ଅନଲାଇନରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କ୍ଲାସ୍, ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ଚିନ୍ତା

ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି। More

ଅଧାରେ ରହିଗଲା ଝିଅକୁ ଦେଖିବା, ଦେଶପାଇଁ ପାଇଁ ପ୍ରାଣବଳି ଦେଲେ ଓଡ଼ିଆ ପୁଅ

ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ। More

ଘଡ଼ଘଡ଼ି ସହ ବର୍ଷା ହେବ, ୫୦ କିମି ବେଗରେ ପବନ ବହିବ

୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି। ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। More

ଓଡ଼ିଶାରେ ଆତ୍ମଗୋପନ କରିଛି କି ଗୁଡ୍ଡୁ ମୁସଲିମ୍ ?

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF। More