ସଂକ୍ଷେପରେ ଆଜିର ତାଜା ଖବର - Wednesday, 26 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ନିର୍ବାଚନ ପୂର୍ବରୁ ନିର୍ବାଚିତ ହେଲେ ୩୬ ହଜାର ୯୭୬ ପ୍ରାର୍ଥୀ

୩୨୬ ସମିତି ସଭ୍ୟ  ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି । More

ଧାନବସ୍ତା ରଖି ଗଣତନ୍ତ୍ର ଦିବସ ପାଳିଲେ ଚାଷୀ

ମଣ୍ଡିରୁ ଧାନ ନଉଠିବା ନେଇ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ। More

୨୦୨୩ରେ ଢିଙ୍କିଆରେ ହେବ ପଞ୍ଚାୟତ ନିର୍ବାଚନ

ଗତ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। More

ଚିହ୍ନ ପାଇବା ପରେ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ଫେସବୁକ୍, ହ୍ୱାଟସପ୍, ଇନଷ୍ଟାଗ୍ରାମ, ଟୁଇଟର ଓ ଭିଡିଓ ମେସେଜ୍ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି। More

ରାଜାଙ୍କ ଘରେ ରକ୍ତର ଛିଟା, ମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ

କଟକ ତୁଳସୀପୁର ଶ୍ରୀବିହାର କଲୋନୀସ୍ଥିତ ଘର, ଉପର ମହଲାରେ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ସହ ରହୁଥିଲେ ମାଆ ପରେଶ କୁମାରୀ । ତଳ ମହଲାରେ ରହୁଥିଲେ ଅଭିଯୁକ୍ତ ପୁଅ ସୌମେନ୍ଦ୍ର । More

ସିଂହକୁ ଝିଅ ଭଳି ପାଳୁଛନ୍ତି ପ୍ରଶାନ୍ତ, ବର୍ଷା ଡାକିଦେଲେ ଧାଇଁ ଆସୁଛି

ଚର୍ଚ୍ଚାରେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଆନିମଲ କିପର ପ୍ରଶାନ୍ତ ଗୌଡ଼ । ୬ ମାସ ପୂର୍ବେ ସିଂହି ବିଜଲୀ ୩ ଛୁଆ ଜନ୍ମ ଦେଇଥିଲା । ୨ ଛୁଆ ମୃତ ଜନ୍ମ ହୋଇଥିବା ବେଳେ ଏକ ମାତ୍ର କୁନି ମାଈ ସିଂହ ବର୍ଷାକୁ ସିଂହି ବିଜଲୀ ଗ୍ରହଣ କରିନଥିଲା । More

ସାବଧାନ ! ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀର ଦୋକାନୀ, ଚିରା ନୋଟ୍‌ ଦେଇ କରୁଛନ୍ତି ଲୁଟ୍‌

ଭୁବନେଶ୍ୱରରେ ଏବେ ଅଭିନବ ଉପାୟରେ ଲୁଟ୍ କରୁଛନ୍ତି ଲୁଟେରା। ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟୁଛନ୍ତି ଲୁଟେରା। ଲୁଟ୍ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। More

ରାତି ଅଧରେ ହଷ୍ଟେଲ ଛାତରୁ ଖସି ପଡ଼ିଲେ ଡାକ୍ତରୀ ଛାତ୍ରୀ

ବୁର୍ଲା ଭୀମସାରର ଛାତ୍ରୀ ନିବାସ ଛାତରୁ ଖସି ପଡ଼ିଛନ୍ତି। ରୁମ୍‌ ମେଟ୍‌ ଘରକୁ ଯାଇଥିବା ବେଳେ ସେ ଏକାକି ରହୁଥିଲେ। ତେବେ ଛାତ୍ରୀ ଜଣକ ଛାତରୁ ତଳକୁ କେମିତି ଖସି ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ।   More

୩ କୋଟି ବ୍ୟାଙ୍କ ଫ୍ରଡ, ୩ ଗିରଫ

୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ । More

ପାଣିପାଗ ଯୋଗୁଁ ମଣ୍ଡି ସମସ୍ୟା ହୋଇଥିବା ସ୍ୱୀକାର କଲେ ମନ୍ତ୍ରୀ

ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । More

ମନେପଡୁଛି ୨୦ ବର୍ଷ ତଳର ସେଇ ହୃଦୟ ବିଦାରକ ଦୃଶ୍ୟ; ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି ପିଡ଼ିତ

୨୬ ଜାନୁଆରୀ ୨୦୦୨ । ଏହି ଦିନ ଭୁବନେଶ୍ୱର ଗାନ୍ଧିମାର୍ଗର ସାଧାରଣତନ୍ତ୍ର ଉତ୍ସବ ପାଳନ ବେଳେ ଘଟିଥିବା ବେଲୁନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ୨୧ ଜଣ ଦୁର୍ଘଟଣାର ଶିକାର ହୋଇଥିବାବେଳେ ୯ ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ଦୁର୍ଘଟଣାକୁ ଆଜି ୨୦ ବର୍ଷ ପୂରିଛି ।  ଅଘଟଣର ଦୁଇ ଦଶନ୍ଧି ପରେ ଏବେ ବି ପୀଡ଼ିତମାନେ ନିଜ ଜୀବନରେ ହାର୍‌ ମାନି ନାହାଁନ୍ତି ବରଂ ଛାତ, ଭାତ ଓ ଭବିଷ୍ୟତ ପାଇଁ ଏବେ ବି ସେମାନେ ସଂଗ୍ରାମ ଜାରି ରଖିଛନ୍ତି । More

ଓଡ଼ିଶାରେ କରୋନା ସଂକ୍ରମଣ କମିବାର ସଙ୍କେତ ମିଳୁଛି: SRC

ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ୧୦ ହଜାର ତଳେ ରହୁଛି। ତେଣୁ ରାଜ୍ୟରେ କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିବା ଏସ୍ଆରସି କହିଛନ୍ତି। More

ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। More

ରାଜ୍ୟରେ ତଳମୁହାଁ ସଂକ୍ରମଣ ; ଦିନକରେ ୭ ହଜାର୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ରାଜ୍ୟରେ ଆଜି ୭ ହଜାର୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ କ୍ୱାରେଣ୍ଟିନରୁ ୪ ହଜାର ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୧୨୦ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୬୭ ଚିହ୍ନଟ ହୋଇଛନ୍ତି । More

Daily Horoscope 26 Jan 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୬ ତାରିଖ, ବୁଧବାର, ମକର୧୩ ଦିନ, ମାଘମାସ, କୃଷ୍ଣପକ୍ଷ, ନବମୀତିଥି, ସ୍ୱାତୀନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର, ଲାଉ ନ ଖାଇଲେ ଭଲ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ.. More

ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି ପରେଡ୍ ସ୍ଥଳ

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ମୋଟ ୬୨ଟି ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇଛି । More

ପୁରୁଖା ରାଜନେତାଙ୍କୁ ଟକ୍କର ଦେବାକୁ ମୈଦାନରେ ଦିବ୍ୟାଙ୍ଗ

ଦୁର୍ଘଟଣାରେ ହାତ ହରାଇଛନ୍ତି ସତ, ହେଲେ ହରାଇନାହାନ୍ତି ଆତ୍ମବିଶ୍ୱାସ। More

ବାବା ବଳିଆ ଓ ପ୍ରତିଭା ରାୟଙ୍କୁ ପଦ୍ମ ପୁରସ୍କାର

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର। ଓଡ଼ିଶାର ୬ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର । More

ଓମିକ୍ରନରେ କୋଭିଡ୍ ସରିବନି, ଚତୁର୍ଥ ଲହର ବି ଆସିପାରେ

 କେବଳ ସହର ନୁହେଁ ଗାଁଗହଳିରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି। More

ଦିନକୁ ଦିନ ରାକ୍ଷସ ପାଲଟୁଛି ମଣିଷ; ଚିକେନ୍ ଖାଇବାକୁ ଡାକି ୫ ବର୍ଷର ଶିଶୁକୁ ଦୁଷ୍କର୍ମ

ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସୁଛି । ଆଜି ଦୁଇ ଦୁଇଟି ଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ରବିବାର ଘରକୁ ଚିକେନ ଖାଇବାକୁ ଡାକିନେଇ ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ନେଇ ପୁରୀ ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି । More

ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସିଙ୍କୁ ଠାବ କଲା ପୋଲିସ

ଗତକାଲିଠାରୁ ରୀନାଙ୍କର କୌଣସି ଖବର ମିଳୁନଥିବା ଅଭିଯୋଗ କରିଛନ୍ତି। More