Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Thursday, 10 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Body Disappears : ଦଶାହ କ୍ରିୟା ପୂର୍ବରୁ ଶ୍ମଶାନରୁ ଗାଏବ ହୋଇଗଲା ଶବ

ଦଶ ଦିନ ତଳେ ମୃତ୍ୟୁପରେ ମାଆର ଶବ ପୋତିଥିଲା ପୁଅ । ହେଲେ ଦଶାହ କର୍ମ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ଶ୍ମଶାନକୁ ଯାଇ ଶବ ଗାଏବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ପୁଅ । More

Pravat Tripathy Counters Naveen Patnaik: ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର; କହିଲେ, ୱକ୍‌ଫ ପ୍ରସଙ୍ଗ ଏଡ଼ାଇବାକୁ ମୋ ସସପେଣ୍ଡକୁ ଅସ୍ତ୍ର

ନବୀନଙ୍କ ଅଭିଯୋଗ, ଜବାବ ରଖିଲେ ପ୍ରଭାତ। କହିଲେ ନବୀନ ମହାମିଥ୍ୟା କହି ଖସିଯିବାକୁ ବସିଛନ୍ତି । ୱକଫ୍ ପ୍ରସଙ୍ଗକୁ ଏଡ଼ାଇବା ଲାଗି ମୋ ନିଲମ୍ବନ କଥା କହିଛନ୍ତି । More

Pads Initiative: ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଓଡ଼ିଶାର ପ୍ୟାଡ୍‌ ମ୍ୟାନ୍‌

ସାନିଟାରୀ ନାପକିନ୍‌ ତିଆରି କରି ଚର୍ଚ୍ଚାରେ ସତ୍ୟ ନାରାୟଣ ନାୟକ । ପ୍ରଥମେ ପ୍ୟାଡ୍‌ ବନାଇ ପରୀକ୍ଷା ମୂଳକ ଭାବେ ନିଜ ସ୍ତ୍ରୀଙ୍କୁ ବ୍ୟବହାର ପାଇଁ ଦେଲେ ଆଉ ଆଜି ସେ ପାଲଟି ଯାଇଛନ୍ତି ଉଦ୍ୟୋଗପତି । More

Pravat Challenges Naveen: ନବୀନଙ୍କୁ ଧୋଇଦେଲେ ପ୍ରଭାତ, ବଡ଼ ଇସ୍ୟୁକୁ ଘୋଡେଇବାକୁ ଏ ନାଟକ

BJD Conflict: ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଦଳର ଆବଶ୍ୟକତା ଥିଲା ବୋଲି ୨୦୧୭ରେ ମୋ ଉପରୁ ନିଲମ୍ବନ ଆଦେଶ ଦଳ ଉଠାଇଥିଲା । ମୁଁ ଦଳରେ ନାହିଁ ବୋଲି ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ । ତାଙ୍କ ଅଫିସ୍ ଏହି ମହାମିଛ ନବୀନଙ୍କ ମୁହଁରେ କହିଛନ୍ତି ବୋଲି ସେ କହିଛନ୍ତି । ଦଳ ସଭାପତି ଏପରି କହିବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପ୍ରଭାତ । More

Panchang Today 10th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୭.୦୪ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୧.୦୧ ଗତେ ୧୪ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ସନ୍ଧ୍ୟା ୦୭.୦୪ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । More

Mohan Majhi Meets Amit Shah: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହେଲା ଆଲୋଚନା

ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଶାହଙ୍କୁ ଭେଟିବା ପରେ ରାଜ୍ୟରେ ଖାଲି ପଡିଥିବା ୧୨ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି । ସଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବୁଧବାର ନର୍ଥ ବ୍ଲକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ । More

Naveen Patnaik Defends VK Pandian: ‘ଖାଲି ରାଜ୍ୟ ନୁହେଁ, ବିଜେଡି ପାଇଁ ବି ବହୁତ କାମ କରିଛନ୍ତି ପାଣ୍ଡିଆନ୍’: ନବୀନ ପଟ୍ଟନାୟକ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟସଭାରେ ୱକଫ୍ ଭୋଟିଂ ଦ୍ବନ୍ଦ୍ବକୁ ନେଇ କିନ୍ତୁ ଚୁପ୍ ରହିଛନ୍ତି ବିଜେଡି ସୁପ୍ରିମୋ । More

Water Crisis In Nabarangpur : ଗାଁ ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର ;୮୦ରୁ ଅଧିକ ଯୁବକ ଅବିବାହିତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବଡବାର୍ଲି ଗାଁର ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର । ଝିଅ ଦେବାକୁ ରୋକଠୋକ୍ ମନା କରିଦେଉଛନ୍ତି ପରିବାର । More

Trading App Scam: ଟ୍ରେଡିଂ ଆପ୍ ନାଁରେ ଫେକ୍ ବିଜ୍ଞାପନକୁ ସାବଧାନ,ରାଉରକେଲାରୁ ଧରାପଡିଲେ ୯ ଜଣ

ଡିଜିଟାଲ୍ ଜମାନାରେ ଚତୁର ନହେଲେ, ସାଇବର ଲୁଟେରା ଚୁନ ଲଗାଇବା ଥୟ। କାରଣ ଚାରିଆଡ଼େ ମାଡ଼ିଯାଇଥିବା ଏହି ଅଦୃଶ୍ୟ ଲୁଟେରାଙ୍କ ଅସ୍ତ୍ର ସାଜିଛି ସୋସିଆଲ୍ ମିଡ଼ିଆ। ନକଲି ଆପ୍ ତିଆରି କରୁଛନ୍ତି, ଅନଲାଇନ ଟ୍ରେଡିଂ ନାଁରେ ଦି’ଗୁଣା ଅର୍ଥର ଲୋଭ ଦେଖାଇ ଲୁଟୁଛନ୍ତି କଷ୍ଟ ଉପାର୍ଜିତ ଟଙ୍କା। ଆଜି ଏମିତି ଏକ ଅନ୍ତର୍ଜାତୀୟ ରାକେଟର ଖୁଲାସା କରିଛି ରାଉରକେଲା ପୋଲିସ। ଯାହାର ମାଷ୍ଟରମାଇଣ୍ଡ ହେଉଛି, UAE ନାଗରିକତ୍ବ ହାସଲ୍ କରିଥିବା ଜଣେ ଅନ୍ତର୍ଜାତୀୟ ସାଇବର ଲୁଟେରା। ତାକୁ ମିଶାଇ ପୋଲିସ୍ ୯ ଜଣଙ୍କୁ ଧରିବା ସହ ୨୩ଟି ଆକାଉଣ୍ଟର କୋଟିଏ ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି। More

Rift in BJD: ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଫସିଗଲେ କି ନବୀନ ?

ପ୍ୟାରୀଙ୍କ ମେଳିକୁ ଦମନ କରିଥିବା ନବୀନ ଏବେ ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ହଟହଟା ହେଉଛନ୍ତି । ୱକଫ୍ ବିଲ୍ କୁ ନେଇ ବିଜେଡିରେ ଚାଲିଥିବା ହାଇଡ୍ରାମା, ନବୀନଙ୍କୁ ଏକ ପ୍ରକାର ନିଷ୍କ୍ରିୟ କରିଦେଇଛି କି? ଯେଉଁଥି ପାଇଁ ଦୀର୍ଘ ଦଶନ୍ଧି ପରେ ଦଳରେ ଖୋଲାଖୋଲି ଚାଲେଞ୍ଜର ସାମ୍ନା କରୁଛନ୍ତି ବିଜେଡି ସୁପ୍ରିମୋ । More

BJD Conflict: ବିଜେଡିରେ କୁହୁଳୁଛି ନିଆଁ; ୱକଫ୍ ଭୋଟିଂ ପରଠୁ ଥମୁନି ବିଜେଡି ମେଳି

ୱକଫ୍ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଥିବା ବିଜେଡିରେ ଥମୁନି ମେଳି। ତେଜିବାରେ ଲାଗିଛି ପାଣ୍ଡିଆନ୍ ବିରୋଧୀ ଅସନ୍ତୋଷ । ଗତକାଲି ଅଂଶୁମାନଙ୍କ ଘରେ ଯୁବନେତାଙ୍କ କବାଟ କିଳା ବୈଠକ ପରେ ପରେ ଆଜି ରାଜଧାନୀର ଏକ ହୋଟେଲରେ ଯୁବ ଓ ଅଭିଜ୍ଞଙ୍କ ମେଳି ହୋଇଥିଲା । ଅନ୍ୟପକ୍ଷରେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଥିଲେ ଆଉ କିଛି ବରିଷ୍ଠ । More

BJD Conflict: ବିଜେଡି ପାଲା; ଆଜି କିଏ କ'ଣ କହିଲେ...

ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିବା ବିଜେଡିରେ ଦଳୀୟ ଫାଟ ଚରମ ସୀମାରେ ପହଞ୍ଚିଛି । କ୍ଷମତା ହରାଇବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ଯାହାକି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ବିଜେଡି କ୍ଷମତାରେ ଥିବା ସମୟରେ ଚୁପ୍ ରହୁଥିବା ନେତା ଏବେ ମୁହଁ ଖୋଲିବା ପରେ ବଢୁଛି ନବୀନଙ୍କ ଅଡୁଆ । More