ସଂକ୍ଷେପରେ ଆଜିର ତାଜା ଖବର - Friday, 25 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାହସୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଚାରିଆଡ଼ୁ ପ୍ରଶଂସା

ଶିବାନୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାହସିକତା ପାଇଁ ଶିବାନୀଙ୍କୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ । More

ଭଦ୍ରକ-ବାଲେଶ୍ୱର ସମେତ ଅନେକ ଜିଲ୍ଲାରେ ସ୍କୁଲ ଛୁଟି !

ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ନିଷ୍ପତ୍ତି । More

ବାତ୍ୟା କୋଳରେ ଥାଇ ପୃଥିବୀ ଦେଖିଲେ ନବଜାତ

ସାଇକ୍ଲୋନ ପ୍ରକୋପ ଭିତରେ ସୁରକ୍ଷିତ ଜନ୍ମ ନେଲେ ୧୬ ଶହ ଶିଶୁ । ୧୬ ଶହ ଶିଶୁଙ୍କ ଭିତରେ ଅଛନ୍ତି ୧୩ ଯାଁଳା ଶିଶୁ । More

ଦମ୍ ଦେଖାଇବା ଆଗରୁ 'ସାଣ୍ଡୱିଚ୍' ବନିଗଲା ଦାନା ! ହେଲେ କାହିଁକି ଦୁର୍ବଳ ହେଲା ?

ବାତ୍ୟା ଦାନା ଯେଉଁଭଳି ଭାବେ କ୍ଷୟକ୍ଷତି ଘଟାଇବ ଏବଂ ୧୪ଟି ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା, ସେହି ଅନୁସାରେ ଦାଉ ସାଧିପାରିଲାନି ଦାନା । More

ସରିନି ବାତ୍ୟାର ପ୍ରଭାବ, କାଲି ଯାଏଁ ପ୍ରବଳ ବର୍ଷା! ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବାତ୍ୟା ଦାନାର ପ୍ରଭାବ ଯୋଗୁଁ ବର୍ଷା ଏବଂ ପବନ ଜାରି ରହିଛି । ଏଥିପାଇଁ ଆସନ୍ତାକାଲି ସକାଳ ୮ଟା୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More

ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଛନ୍ତି । More

ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା; କହିଲେ, ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ଆସି ସାରିଥିବ ବିଦ୍ୟୁତ

କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍‌ ବ୍ୟାଘାତ ହୋଇଛି । ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ୍‌ ଆସି ସାରିଥିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । More

Cyclone Dana: ଗଛ ପଡ଼ିଥିଲେ ଏହି ନମ୍ବରରେ କରନ୍ତୁ କଲ୍, କଟାଯିବ ଗଛ

ବାତ୍ୟା ଦାନା ତାଣ୍ଡବ ରଚିବା ପରେ ଏବେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି । More

ସହରରେ ପଡ଼ିଲାନି 'ଦାନା'ର ପ୍ରଭାବ, ଆଶ୍ବସ୍ତ ହୋଇଛନ୍ତି ଟ୍ବିନ୍‌ସିଟି ବାସିନ୍ଦା

ବାତ୍ୟା ଦାନା ପ୍ରଭାବରେ ରାଜଧାନୀ ଭୁବନେଶ୍ବରର ଆକାଶ ଗତକାଲିଠାରୁ ମେଘୁଆ ରହିଥିଲା । ମଝିରେ ମଝିରେ ଝିପିଝିପି ବର୍ଷା ଲାଗି ରହିଥିଲା । ହେଲେ ବର୍ଷା ଓ ପବନର ପ୍ରକୋପ ନ ଥିଲା । More

Cyclone Dana: କମିଲା ପ୍ରକୋପ, ନଦୀ ଦେଖାଉଛି ଉଗ୍ର ରୂପ! ପ୍ରବଳବର୍ଷା ପରେ ଫୁଲୁଛି

ପ୍ରବଳବର୍ଷା ପରେ ଫୁଲୁଛି ନଦୀ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍‌ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ । More

MKCGରେ ପୁଣି ରାଗିଂ ! ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ

ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଛି NMC । NMC ପକ୍ଷରୁ ଚିଠି ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିନ୍ । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି । More

ମାନବିକତା ଦେଖାଇଲେ ଆଶାକର୍ମୀ, ନିଜ କାନ୍ଧରେ ବୃଦ୍ଧାଙ୍କୁ ବୋହି ଆଣିଲେ ବାତ୍ୟା ଆଶ୍ରୟସ୍ଥଳୀ

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ । More

ବାତ୍ୟା 'ଦାନା' କୋଳରେ ପୃଥିବୀ ଦେଖିଲା ନବଜାତ, ପରିବାର ଲୋକେ ଖୁସିରେ ନାଁ ରଖିଲେ 'ଦାନା'

ବାତ୍ୟା ‘ଦାନା’ ସମୟରେ ଭଦ୍ରକ ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଶୁଭ ମଲ୍ଲିକଙ୍କ ଏକ ପୁତ୍ର ସନ୍ତାନ ହୋଇଛି । ପ୍ରସବ ପରେ ମେଡ଼ିକାଲ ପକ୍ଷରୁ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । More

ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’ ?

ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଏଥିପାଇଁ ବାତ୍ୟାର ଗତିରେ ସାମାନ୍ୟ ମନ୍ଥର ହୋଇଯାଇଥିଲା । More

‘ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ’

ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ।  More

Panchang Today 25th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

Cyclone Dana:ବହିଲା ଅଣଚାଷ ପବନ; ୧୬ ଜିଲ୍ଲାକୁ ଘାରିଲା ଫ୍ଲାସଫ୍ଲଡ୍ ଆଶଙ୍କା

ପାଣିପାଗ ବିଭାଗର କହିବା କଥା, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ।  More

ଆଜି ସକାଳ ୮ଟାରୁ ଭୁବନେଶ୍ବରରେ ସ୍ବାଭାବିକ ହେବ ବିମାନସେବା

ଆଜି ସକାଳ ୮ଟାରୁ ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହେବ ।  ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି । More

Cyclone Dana: ଲ୍ୟାଣ୍ଡଫଲ୍ କଲା, ତାଉ ଦେଖାଇଲା; ଟଳିପଡ଼ିଲା ଗଛଲତା, ଭାଙ୍ଗିଲା ଚାଳ ଛପର ଘର

Cyclone Dana: ମଧ୍ୟରାତ୍ରରୁ ତାଣ୍ଡବ ରଚିଥିବା ବାତ୍ୟା ଦାନା ବହୁ ଅଞ୍ଚଳରେ ନିଜର ତାଉ ଦେଖାଇଛି। ଏବେ ଶେଷ ପର୍ଯ୍ୟାୟରେ ରହିଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। More

ଭୀଷଣ ବାତ୍ୟା ‘ଦାନା’: ରାତି ୩ରୁ ଭୋର୍ ଭିତରେ ଆରମ୍ଭ ହୋଇପାରେ ଲ୍ୟାଣ୍ଡଫଲ୍ !

ଏବେ ପାରାଦୀପ ଠାରୁ ୮୦ କିଲୋମିଟର ଏବଂ ଧାମରା ଠାରୁ ୧୧୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼ । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି ।  More

Cyclone Dana: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ PM; ଫୋନ ଯୋଗେ ବତ୍ୟା ଅପଡେଟ୍ ନେଲେ ମୋଦି

ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।  More

ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ CJI; ନିଯୁକ୍ତ କଲେ ରାଷ୍ଟ୍ରପତି 

ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । More

ଅଣଚାଶ ପବନ ସାଙ୍ଗକୁ ନିର୍ଘାତ ବର୍ଷା ଧରି ଆସୁଛି ‘ଦାନା’; ଅଧାରୁ ଅଧିକ ଓଡ଼ିଶାକୁ ପ୍ରବଳ ବର୍ଷା ୱାର୍ଣ୍ଣିଂ

ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ।  More

ତୋଡ଼ ଦେଖାଉଛି ବାତ୍ୟା ‘ଦାନା’; ଗଛ ଧରାଶାୟୀ, ଶୋଇଲାଣି ବିଜୁଳି ଖୁଣ୍ଟି

ଲାଣ୍ଡଫଲ ପୂର୍ବରୁ ତୋଡ଼ ଦେଖାଇଛି ବାତ୍ୟା ଦାନା । ଉପକୂଳ ଓଡ଼ିଶା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ପବନ ସାଙ୍ଗକୁ ଅଶାନ୍ତ ହୋଇ ଉଠିଛି ସମୁଦ୍ର । More