ସଂକ୍ଷେପରେ ଆଜିର ତାଜା ଖବର - Monday, 14 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା !

ପାଟଣାଗଡ଼ରେ ସାମ୍ନାକୁ ଆସିଲା 'କାଂପା' କେଳେଙ୍କାରୀ !  'କାଂପା' ସ୍କାମ୍ ଅଭିଯୋଗରେ ଫରେଷ୍ଟର୍ ସସପେଣ୍ଡ୍ । More

ରତ୍ନଗର୍ଭା କେନ୍ଦୁଝର ମାଟିରେ ସୁନାର ସନ୍ଧାନ; ନମୁନା ସଂଗ୍ରହ କରୁଛି GSI 

ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ ।  More

ଶ୍ରୀମନ୍ଦିରରେ ବାଧାମୁକ୍ତ ଜଗା ଦର୍ଶନ ବ୍ଲୁ ପ୍ରିଣ୍ଟ; ଜାଣନ୍ତୁ କେଉଁ ବାଟେ ଯାଇ କେଉଁଠି ଛିଡ଼ା ହୋଇ କରିବେ ଦର୍ଶନ...

ଶ୍ରୀମନ୍ଦିର ଭିତରେ ଆଉ ହେବନି ଠେଲାପେଲା, କି ରହିବନି ଭିଡ଼ ଝମେଲା । ସାମ୍ନାକୁ ଆସିଲା ନାଟ ମଣ୍ଡପରେ ପ୍ରସ୍ତାବିତ ବ୍ୟାରିକେଡ୍ ଡାଇଗ୍ରାମ୍‌ର ନକଲ । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି- ଭକ୍ତ କେଉଁଠୁ ଲାଇନ୍ ଧରିବେ ?  More

ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା: ‘ରେରା’ ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ? 

ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା। More

ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ, ୬ ମାସରେ ଥରେ ସମୀକ୍ଷା ବୈଠକ

ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର । More

ନିଆରା ପରମ୍ପରା......ଲାଠି ଯାତ୍ରା

ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ... ଦେହରେ ଆସନ୍ତି ଠାକୁରାଣୀ । ଚାଲନ୍ତୁ ଜାଣିବା ଏହି ଲାଠିଯାତ୍ରାକୁ ବିଷୟରେ, କଣ ରହିଛି ଏହାର ମାହତ୍ମ୍ୟ... More

ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ହେଲେ.....ପ୍ରକୃତିକୁ ଅଣଦେଖା

ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ହେଲେ ଗ୍ରାଉଣ୍ଡରେ ତାହା କେତେ କାମରେ ଲାଗେ? ରାଜ୍ୟର ସବୁଠୁ ଉଚ୍ଚ ପାହାଡ଼ ଶୃଙ୍ଖ ଦେଓମାଳିଠୁ ଆରମ୍ଭ କରି ବାଲେଶ୍ବରର ସମୁଦ୍ରକୂଳ ସମେତ ଯେମତି ପାଲଟି ଯାଇଛି ଅଣଦେଖା। ପ୍ରକୃତିର କୋଳରେ ଥିବା ଏହି ସବୁ ଅଞ୍ଚଳ ଏବେ ଅଣଦେଖା। More

Panchang Today 14th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୧ଶୀ ପ୍ରାତଃ ୦୬.୪୧ ଗତେ ୧୨ଶୀ । ରାତ୍ରି ୦୩.୪୨ ଗତେ ୧୩ଶୀ । More

ସମସ୍ୟା ଘେରରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।  More

ଉଜ୍ଜ୍ବଳା ଯୋଜନା ନାଁରେ ମହିଳାଙ୍କୁ ଠକେଇ; ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା !

ଉଜ୍ବଳା ଯୋଜନାରେ ଠକେଇ ! ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବାହାନଗା ବ୍ଲକ ଅଞ୍ଚଳରୁ । More

ଖୋଲୁଛି ରଙ୍ଗିଲା ବାବା କୈବଲ୍ୟଙ୍କ ଗୁମର; ଡିଜେ ଗୀତରେ ମତୁଆଲା, ଯୁବକମାନଙ୍କ ସହ ମିଶି ନାଚୁଛନ୍ତି ଧୁମ୍ 

ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ,  ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି। More

ସରିଲା ସବୁ ଆଡ଼ମ୍ବର, ଆୟୋଜନ; କାନ୍ଦୁଛି ଭକ୍ତ ପ୍ରାଣ, ଅପେକ୍ଷା ପୁଣି ଗୋଟିଏ ବର୍ଷ

କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ । More

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ; ବଦାନ୍ୟଭକ୍ତଙ୍କୁ ଦାନ ପାଇଁ ଆଇନମନ୍ତ୍ରୀଙ୍କ ଅପିଲ୍

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। More