ସଂକ୍ଷେପରେ ଆଜିର ତାଜା ଖବର - Saturday, 10 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜେଡିକୁ ଘାରୁଛି ଅନାସ୍ଥା ଭୟ, ଗୋଠ ଏକାଠି ରଖିବାକୁ ନବୀନଙ୍କ ପରାମର୍ଶ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ। More

ବଡ଼ ଖବର; ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା SOP, ଜଣାପଡ଼ିବ କିଏ ପାଇବେ...

ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।  More

ଆଳୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ବସ୍ତି; ୩ କିଲୋକୁ ଶହେ ଟଙ୍କାରେ ବିକ୍ରି ଆରମ୍ଭ...

ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ। More

ଶଳାଭାଉଜ ଓ ନଣନ୍ଦେଇ ନଈକୁ ଡେଇଁବା ଘଟଣାରେ ଟ୍ବିଷ୍ଟ୍; ଚମକି ପଡ଼ିଲା ପୋଲିସ

କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।  More

ଜମିବାଡ଼ି ଘର ଯାଉଛି, ମିଳୁନି ଉପଯୁକ୍ତ ପ୍ରାପ୍ୟ; କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ ? 

କୁଆଡ଼େ ଯିବେ ବିସ୍ଥାପିତ ? କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ ? କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ ।  More

ଭୋକ ମେଣ୍ଟାଇବାକୁ ଝରି ପୋକ ହିଁ ସାହାରା...

ଆଦିବାସୀ ପରିବାରର ଭୋକ ମେଣ୍ଟାଇବାକୁ ଝରି ପୋକ ହିଁ ସାହାରା ହୋଇଛି । ବିକାଶ ଦେଖି ନଥିବା ନିରୀହ ଆଦିବାସୀମାନେ ନିଜର ପେଟ ପାଇଁ ଯେମିତି ଏ ବିକଳ୍ପକୁ ବାଛି ନେଇଛନ୍ତି । More

ଓଡ଼ିଶାକୁ ୬ଟି ରେଳ ପ୍ରକଳ୍ପ; ମୁଖ୍ୟମନ୍ତ୍ରୀ କହିଲେ, ଏହା ପରିବହନକୁ ନୂଆ ଦିଶା ଦେବ...

ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ।  More

୬ ଲେନ୍‌ ହେବ ପୁରୀ-ଭୁବନେଶ୍ୱର ରାସ୍ତା, ଓଡ଼ିଶାରେ ୩ ବଡ଼ ପ୍ରକଳ୍ପ

ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସ୍ କୁ ଚିଠି । ଏ ସଂପର୍କରେ ଡିପିଆର୍  ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ । More

ପ୍ରେମିକ ଘରେ ନିଆଁ ଲଗାଇ ପ୍ରେମିକା ଗିରଫ !

ବାସୁଦେବପୁର ଥାନାରେ ପ୍ରେମିକ ପରିବାରର ଏତଲା । More

ହାଇଆଲଟ୍‌ରେ BSF, ଅନ୍ଧାରେ ହେଲେ ମାଡ଼ି ଆସୁଛନ୍ତି ବାଂଲାଦେଶୀ...!

ଜଲପାଇଗୁଡ଼ିରେ ପ୍ରାୟ ୫ଶହ ବାଂଲାଦେଶୀଙ୍କୁ ବାଂଲାଦେଶକୁ ଫେରାଇ ଦେଇଛି ବିଏସ୍ଏଫ୍। ଝାପରଟୋଲା ଚେକପୋଷ୍ଟ ପାଖରେ ୩ଟି ପର୍ଯ୍ୟାୟରେ ସେମାନେ ଅବୈଧ ଭାବେ ଭାରତରେ ପଶିବାକୁ ଉଦ୍ୟମ କରିଥିଲେ। More

ଭାରତରେ ପ୍ରଥମ ! ଶିମିଳିପାଳରେ ଶିକାରୀଙ୍କୁ ଧରିବ AI କ୍ୟାମେରା, ଜଙ୍ଗଲରେ ଲାଗିବ ଟାୱାର

ଭାରତରେ ପ୍ରଥମ ଥର ପାଇଁ ଶିମିଳିପାଳରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା କହିଛନ୍ତି ଶିମିଳିପାଳ ଡେପୁଟି ଡାଇରେକ୍ଟର। More

ହୀରାକୁଦରେ ଖୋଲିଲାଣି ୧୪ ଗେଟ୍, ୧୦ ଜିଲ୍ଲାରେ ବନ୍ୟାସ୍ଥିତି !

ମହାନଦୀର ବ୍ୟାକ୍ ୱାଟର ଯୋଗୁଁ ଚାଷ ଜମି ଜଳମଗ୍ନ । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ SRCଙ୍କ ନିର୍ଦ୍ଦେଶ । More

Panchang Today 10th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। More

ଭାଙ୍ଗୁଛି ବିଜେଡି ସଙ୍ଗଠନ; ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ  । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ । More

ଫୁଲୁଛି ମହାନଦୀ ଓ ଏହାର ଶାଖାନଦୀ, ୧୦ ଜିଲ୍ଲାର କଲେକ୍ଟରଙ୍କୁ ଆଲର୍ଟ

ଉପରମୁଣ୍ଡରୁ ହୀରାକୁଦ ପାଣି, ତଳମୁଣ୍ଡରେ ଲଗାଣ ବର୍ଷା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁରରେ ବନ୍ୟାସ୍ଥିତି । More

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ଭେଟି ଦିଆଯାଉଥିଲା MP ଲ୍ୟାଡ୍

ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା । More

କାହିଁକି ମିଳୁନି ପାଣ୍ଡିଆନ୍‌ଙ୍କ ହେଲିକପଟର ଗସ୍ତ ଖର୍ଚ୍ଚର ହିସାବ ? ଗାଏବ କରିଦେଇଛି କି ପୂର୍ବ ସରକାର ?

ଘିରି ଘିରେ ହୋଇ ହେଲିକପଟରରେ ଘୁରୂଥିଲେ, ହେଲେ ଖର୍ଚ୍ଚର ହିସାବ ନାହିଁ ତାହାଲେ କାହା ଟଙ୍କାରେ ହେଲିକପଟରରେ ଉଡୁଥିଲେ ଭି.କେ. ପାଣ୍ଡିଆନ୍ ? ପାଣ୍ଡିଆନ୍‌ଙ୍କ ହେଲିକପଟର ଉଡ଼ାରେ ପାଣି ଭଳି ଖର୍ଚ୍ଚ ହୋଇଛି କେତେ ଟଙ୍କା ? More

ଆସୁନି ଆଳୁ, ବଢ଼ୁଛି ଟେନସନ୍; NHରେ ଅଟକିଲା ପଶ୍ଚିମବଙ୍ଗ ମୁହାଁ ଖାଦ୍ୟ ସାମଗ୍ରୀ ଗାଡ଼ି...

ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କଲେ । More