ସଂକ୍ଷେପରେ ଆଜିର ତାଜା ଖବର - Thursday, 01 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ’

ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ। ଯାହାର କ୍ୱାଲିଟି ମଧ୍ୟ ଭଲ ରହିଛି। ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ।  More

ଗୋଟିଏର ସରିନି, ମାଡ଼ି ଆସିଲାଣି ଆଉ ଏକ ଲଘୁଚାପ; ୪ ଜିଲ୍ଲାକୁ ୱାର୍ଣ୍ଣିଂ ଦେଲେ SRC

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । More

ପୂର୍ଣ୍ଣଗର୍ଭା ମହାନଦୀ, ୨ ଗୋଡ଼ରେ ଲୁହା ଶିକୁଳି; ୫୦ କିଲୋମିଟର ଭାସିବା ପରେ ବି ଜୀବିତ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି ଉକ୍ତିଟି ବାସ୍ତବରେ ପରିଣତ ହୋଇଛି, ଛତିଶଗଡ଼ର ଜଣେ ମାନସିକ ଅନଗ୍ରସର ମହିଳାଙ୍କ କ୍ଷେତ୍ରରେ । More

ସ୍ୱାମୀ ବିଛାଇଥିଲା ପ୍ରେମର ମାୟାଜାଲ! ପୋଲିସ ହାତରେ ଲାଗିଲା ମଧୁମିତାଙ୍କ ସୁଇସାଇଡାଲ ନୋଟ୍

ପୋଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା l More

ବିଜେପିରେ ମିଶିଲେ ମମତା ମହାନ୍ତ

ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା । More

ବିଜେପିରେ ମିଶିବେ ମମତା ମହନ୍ତ !

ଗତକାଲି କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । More

ଘରେ ବନାନ୍ତୁ ସୁଆଦିଆ ‘ତାୱା ପନିର’

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ବନେଇବା ‘ତାୱା ପନିର’ More

କୂଳ ଲଙ୍ଘୁଛି ସମୁଦ୍ର, ଭୟଭୀତ ଅବସ୍ଥାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକେ

ଜନବସତି ଆଡକୁ ମାଡ଼ି ଆସୁଛି ସମୁଦ୍ର । ଭୟଭୀତ ଅବସ୍ଥାରେ ଏରସମା ଶିଆଳି ବେଳାଭୂମୀ ନିକଟସ୍ଥ ଗ୍ରାମବାସୀ । ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନର ନିଘା ନଥିବା ଅଭିଯୋଗ । More

୩ ମାସ ପରେ ଆଜିଠୁ ଖୋଲିଲା ଭିତର କନିକା ଜାତୀୟ ଉଦ୍ୟାନ

ଆଜିଠୁ ଖୋଲୁଛି ଭିତର କନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଆଜିଠୁ ଖୋଲୁଛି ଭିତର କନିକା । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ବନ୍ଦ ଥିଲା । More

ପ୍ରବଳ ବର୍ଷା ସମ୍ଭାବନା! ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା। ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । More

Panchang Today 1st August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୧୨ଶୀ ଦିବା ୦୩.୨୯ ଗତେ ୧୩ଶୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୨୯ ପର୍ଯ୍ୟନ୍ତ। More

ପାଉଁଶ ପ୍ରଦୂଷଣରେ ଘାଣ୍ଟି ହେଉଛି ସମ୍ବଲପୁର-ଝାରସୁଗୁଡ଼ା !

ରାସ୍ତା କଡ଼, ବିଲବାଡ଼ିରେ ଗଦା ହୋଇଛି ପାଉଁଶ । ନିର୍ଦ୍ଧାରିତ ଡମ୍ପିଂ ସ୍ଥାନରେ ପାଉଁଶ ପଡୁନଥିବା ଅଭିଯୋଗ । More

ହଜିଯିବ BSKY ! ଆସିବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମ୍

ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ। More

ସରକାରଙ୍କ ସ୍କାନରରେ ଭୂତ ରାସନକାର୍ଡଧାରୀ, ବାଦ୍ ପଡ଼ିବେ ୧୬ ଲକ୍ଷ..!

ଯଦି ଏବେ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।  ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର୍ ଧରିଛି।  More

ଅଧୁରା ରହିଲା ଭ୍ରମଣ ସୁଖ; ୱାୟନାଡରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ, ଅନ୍ୟଜଣେ ନିଖୋଜ

ଭ୍ରମଣର ସୁଖଦ ଅନୁଭବ ପାଇଁ ବୁଲିବାକୁ ଯାଇ ଶେଷରେ ଶବ ହୋଇ ଫେରିବା ଭଳି କରୁଣ ପରିସ୍ଥିତି। କେରଳର ୱାୟନାଡ୍ ଯାଇଥିବା ଓଡ଼ିଶାର ଦୁଇ ଡାକ୍ତର ବନ୍ଧୁ ପ୍ରଳୟଙ୍କରୀ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହେବା ପରେ ଏବେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି, ଅନ୍ୟ ଜଣେ ନିଖୋଜ ଅଛନ୍ତି। More

ଜେଲ୍ ଗଲେ ଜଟଣୀର ଯନ୍ତ୍ରୀ ମାଡାମ୍, ପାରାଦୀପ ଇଲିସି ଓ ବାଳକାଟୀ ଖାସି ପାଇଁ କରୁଥିଲେ ଡିମାଣ୍ଡ

ସପ୍ତାହ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ତିନି ତିନି ଜଣ ବଡ଼ ବାବୁ। ପ୍ରଥମେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ, ପରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏବଂ ଏବେ ପାଳି ପଡିଛି ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କର। More