ସଂକ୍ଷେପରେ ଆଜିର ତାଜା ଖବର - Monday, 29 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ଆଲୋଚନା ସରିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା’

ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ। More

ଧର୍ମଶାଳା ବିଜେଡିରେ ବିସ୍ଫୋରଣ ! ପରାଜୟର କାରଣ ପାଇଁ ଦୁଇ ଗୋଷ୍ଠୀ ଦୋଷ ଲଦାଲଦି

ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି । More

ମହାବଳଙ୍କ ବେଶୀ ପସନ୍ଦ ଓଡ଼ିଶା ଜଙ୍ଗଲ, ସୁନ୍ଦରଗଡ଼ରେ ଆଡ୍ଡା ଜମାଇଛି ମଧ୍ୟପ୍ରଦେଶ ବାଘ !

ଗଜପତିରେ କ୍ୟାମେରା ଟ୍ରାପରେ ମହାରାଷ୍ଟ୍ରର ଜଙ୍ଗଲ ରାଜା । ଶିମିଳିପାଳରେ ବ୍ଲାକ୍ ଟାଇଗର ସଫାରୀ ଖୋଲିବାକୁ ନିଷ୍ପତ୍ତି । More

ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର: ନବୀନ ପଟ୍ଟନାୟକ

ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । More

ସାବଧାନ!!! ଏଣିକି ନାବାଳକ ସନ୍ତାନଙ୍କୁ ଗାଡି ଦେଲେ ଅଭିଭାବକ ଧାଇଁବେ କୋର୍ଟ

ସାବଧାନ ଅଭିଭାବକ । ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ । More

ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ! ସନ୍ଦେହ ପାଇଁ ଟେକ୍ନୋଲୋଜି ପ୍ରୟୋଗ ପ୍ରସ୍ତାବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ । ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିନି । More

ପ୍ୟାରିସ ଯିବ ପୁଅ... ଖୁସିରେ ମା’ ମନ କୁଣ୍ଢେମୋଟ

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି । More

ବୟସ ସିନା ୯୦ ବର୍ଷ, ଏବେ ବି ଚେରମୂଳୀରେ କରୁଛନ୍ତି ରୋଗୀ ସେବା

ପରିଣତ ବୟସରେ ହାର ମାନି ନାହାଁନ୍ତି ବୈଦ୍ୟରାଜ ଗୋଲେଖ ସାହୁ । ଚାକିରି ଛାଡି ସେବାକୁ ବ୍ରତ ଭାବେ ଆପଣେଇ ନେଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ଅନେକ ପ୍ରଶଂସା । More

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି । More

ଫୁଲୁଛି ମହାନଦୀ; ୭ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ !

ମୁଣ୍ଡଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ଜଳ । ସକାଳ ୬ଟାରେ ମୁଣ୍ଡଳିରେ ଅତିକ୍ରମ କଲା ୨ ଲକ୍ଷ କ୍ୟୁସେକ । More

କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆଜି ହୋଇପାରେ ନିଷ୍ପତ୍ତି...

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ । କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ସେନେଇ ହୋଇପାରେ ନିଷ୍ପତ୍ତି । More

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ; ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । More

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍; ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ।  More

Panchang Today 29th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର। ଚନ୍ଦ୍ର- ମେଷ ଦିବା ୦୪.୪୫ ଗତେ ବୃଷ । ତିଥି- ୯ମୀ ସନ୍ଧ୍ୟା ୦୫.୫୬ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୪.୪୫ ଗତେ ବିଛା ରାଶିର। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୧୦.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ । More

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଲା, ହେଲେ ହଟୁନି ଦର୍ଶନ ଯନ୍ତ୍ରଣା

ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।. More

ମୋଦି ସରକାରବେଳେ ଓଡ଼ିଶା ପାଇଛି ୪ ଲକ୍ଷ କୋଟିରୁ ଅଧିକ ଅର୍ଥ: ବୈଜୟନ୍ତ ପଣ୍ଡା

ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି। More

ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ, ବନ୍ଦ ହେଲେ ବିଜେଡିର ଆନ୍ଦୋଳନ ଚେତାବନୀ

ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା । More

ରାଜ୍ୟବ୍ୟାପୀ ଆଳୁ ହଲଚଲ୍, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ

ବିତିଗଲାଣି ଚାରି ଦିନ। ତଥାପି ଖସୁନି ଆଳୁ ରେଟ୍। ପଶ୍ଚିମବଙ୍ଗରୁ ଆଳୁ ଆସିଥିଲେ ବି କେଉଁଠି ଗଳାବାଟ ଦେଇ ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଆଳୁ ଆଣୁଛନ୍ତି ବ୍ୟବସାୟୀ। More

ଭୋଟ୍ ଭେଳିକି ଥିଲା କି ବାରବାଟୀ ସଂପ୍ରସାରଣ? ବିନା ଡିପିଆରରେ କେମିତି ହେଲା ଶିଳାନ୍ୟାସ !

ବାରବାଟୀ ଷ୍ଟାଡିୟମର ନବକଳେବର ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ଥିବାରୁ ତରବରିଆ ଭାବେ ତତକାଳୀନ ବିଜେଡି ସରକାର ବାରବାଟୀର ସଂପ୍ରସାରଣ ନେଇ ଶିଳାନ୍ୟାସ କରିଦେଲେ । More