ସଂକ୍ଷେପରେ ଆଜିର ତାଜା ଖବର - Saturday, 20 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲୁଟ୍ ହେଉଛି ନୟାଗଡ଼ କାସିଆ ପାହାଡ଼; ସବୁ ଜାଣିଶୁଣି କାହିଁକି ଆକ୍ସନ ନେଇନି ଜିଲ୍ଲା ପ୍ରଶାସନ ?

ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।  More

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଜାଣନ୍ତୁ କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା...

ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା। More

ବିବାଦରେ BJD ର ମୁଖ୍ୟାଳୟ; ୧୨ କୋଟିରେ ଦିଆଯାଇଛି ୧୦୦ କୋଟିର ସଂପତ୍ତି..

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍। More

କେବେ ହେବ ରତ୍ନଭଣ୍ଡାର ମରାମତି; ଭଣ୍ଡାର ଘରେ ରହିଛି କି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍‌କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର। More

ବନ୍ଧୁକ ପାଇଁ ହୋଇଥିଲା ଡିଲ୍‌; ନ ଦେବାରୁ ହାଣିଲେ ୨ ସାଙ୍ଗ

ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍‌ରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ। ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ। More

+୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: ଆଗରେ ରେଭେନ୍ସା

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି। More

ରାସ୍ତା ଉପରେ ଶଙ୍ଖ ଭବନ! ଏବେ ଖୋଲିବ ତଦନ୍ତ ଖିଅ

ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି। More

ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ, ଆଜି ଦ୍ୱିତୀୟ ଦିନ

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ। More

୨୩ ଯାଏଁ ନିର୍ଧୂମ ଛେଚିବ ବର୍ଷା! ଅବପାତରେ ପରିଣତ ହୋଇଛି ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । More

ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୪୦ରୁ ଅଧିକ ଆହତ

ଘରୋଇ ବସ୍‌ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ।ତେବେ ବିଳମ୍ୱିତ ରାତିରେ ବାମଣ୍ଡା ନିକଟରେ ସୁନାଖାଇ ପୋଲ ତଳକୁ ଖସିପଡିଥିଲା। More

ସରିଲା ଲୀଳାଖେଳା; ଭାଇ ଉଉଣୀଙ୍କୁ ନେଇ ନୀଳକନ୍ଦରକୁ ବିଜେ କଲେ ଚକାଡ଼ୋଳା..

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ । More

Panchang Today 20th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୧୪ଶୀ ସନ୍ଧ୍ୟା ୦୫.୫୯ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୪୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ More

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ସେ ସଂରକ୍ଷିତ କରିଥିବା ଧାନ କିସମମଧ୍ୟରେ ରହିଛି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ ପ୍ରଭୃତି। More

ସରକାରୀ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, କ୍ୱାକ୍ ଜାଲରେ ଗଞ୍ଜାମ ଗ୍ରାମାଞ୍ଚଳ

କେଉଁଠି ମେଡିସିନ୍ ଷ୍ଟୋରରେ ଡେଣ୍ଟାଲ କ୍ଲିନିକ୍ ଚାଲିଛି ତ କେଉଁଠି ଜୀବନ ନେଉଛି ନକଲି ଡାକ୍ତରଙ୍କ ଚିକିତ୍ସା । More

ଭର୍ତ୍ତୃହରିଙ୍କ ଅଳିଆ ଉପାଖ୍ୟାନ; ସରଗରମ୍ ରାଜନୀତି, ଜେଲରେ ପୂରାଇବାକୁ ଦେବାଶିଷଙ୍କ ଆହ୍ୱାନ

ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ । More

ଜଷ୍ଟିସ୍ ରଥଙ୍କ ବୟାନ୍, ‘ମୁକୁଟ ଦେଖିଛି ହେଲେ ସଂଖ୍ୟା କହିବିନି’

ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ । More

ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ, ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍

ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ । More

ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ମିଳିଲା ନିଯୁକ୍ତି

ପିତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର ।  More