ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଗଲେ ମହାପ୍ରଭୁ; କାଲିଠୁ ମିଳିବ ଆଡ଼ପ ଅବଢ଼ା...

ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା । More

ବିଜେଡିରେ 'ପାଣ୍ଡିଆନ' କଳି; ତେଜୁଛି ସମ୍ବିତ-ଦେବାଶିଷ କଥା କଟାକଟି

ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ। More

'ପୁରୁଣା ଚାବି କାମ ନକଲେ ବି ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ'

ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ। ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର। More

ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର

ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି। More

ଭୁବନେଶ୍ବରରେ ମହିଳାଙ୍କ ହାଇଡ୍ରାମା; CMଙ୍କ କାରକେଡ୍ ଆଗକୁ ପଶି ଆସିଲେ; ଅଟକି ରହିଲା ଗାଡ଼ି...

ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍‌ ଗଲା । More

ବ୍ୟାଙ୍କ ଆଗରେ ଗୁଳି ଫୁଟାଇ ଲୁଟିନେଲେ ୧୨ ଲକ୍ଷ ଟଙ୍କା

ପାଟ୍ରୋଲ୍‌ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ। ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ନେଇଗଲେ ୧୨ ଲକ୍ଷ ଟଙ୍କା। More

୨୦୧୯ ରେ ଗୋଡ଼ିମାଟି ଜିତିଲେ କିନ୍ତୁ ବାରବାଟୀରେ ଦେବାଶିଷ କାହିଁକି ଜିତି ପାରିଲେନି ?

ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। More

ଉପାସରେ ବାବା ଚନ୍ଦ୍ରଶେଖର; ଦୁଇଦିନ ହେବ ନୀତିକାନ୍ତିରେ ବିଳମ୍ବ

ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ଗତକାଲି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା। More

ଜଣା ପଡ଼ିଲା କେବେ ଖୋଲିବ ରତ୍ନ ଭଣ୍ତାର, ଘୋଷଣା ହେଲା ତାରିଖ

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । More

ପରକୀୟା ପ୍ରୀତି କଲା ସର୍ବନାଶ, ନିଜ ହାତରେ ଜନ୍ମ କଲା ପୁଅର ତଣ୍ଟି ଚିପି ହତ୍ୟା କଲା ମାଆ

ଏ ମା’ର କେଉଁ ରୂପ ? ରାକ୍ଷସୀ ନା ପିଶାଚୀ ! ଯିଏ ନିଜ ଜନ୍ମକଲା ଛୁଆକୁ ତିଳେଇ ତିଳେଇ ମାରିଛି । More

ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା! ବନ୍ଦ ଘରୁ ଉଦ୍ଧାର ହେଲା ନାବାଳିକାଙ୍କ ଶବ

ବନ୍ଦ ଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ । ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ତନାଘନା ତଦନ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ । More

ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ, ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ

ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । More

ଦୀର୍ଘ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ; ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆଜି !

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି। More

ବେପରୁଆଙ୍କୁ IEMS ଛାଟ; ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବ AI

ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ, ହିଟ ଆଣ୍ଡ ରନ ଘଟାଉଥିବା ଗାଡି ଗୁଡିକୁ AI ଜରିଆରେ କ୍ୟାପଚର କରିବ କ୍ୟାମେରା। More

ବଡ଼ ଦେଉଳ ଛାଡ଼ି ଘୋଷଯାତ୍ରାରେ ଶ୍ରୀଜିଉ; କେବେ ଖୋଲିବ ରତ୍ନଭଣ୍ଡାର ?

ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଏହାରି ଭିତରେ ଆସନ୍ତାକାଲି ବସିବାକୁ ଯାଉଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଧାର୍ଯ୍ୟ ହୋଇପାରେ ତାରିଖ।  More

ପୁଣି BJD ରେ ପାଣ୍ତିଆ‌ନ୍‌ଙ୍କ ଦବଦବା ! ବ୍ୟୁରୋକ୍ରାଟ୍ ପରେ କର୍ପୋରେଟ୍ ଭରସାରେ ନବୀନ

ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା। More

ଦ୍ୱିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। More

ରଥଟଣା ବେଳେ କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ? ସାମ୍ନାକୁ ଆସିଲା ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର...

ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା। More