ସଂକ୍ଷେପରେ ଆଜିର ତାଜା ଖବର - Thursday, 04 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ୬ ତାରିଖରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି'

ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। More

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ-ପଥ; ସେବାୟତଙ୍କଠୁ ପ୍ରଶାସନ, ସମସ୍ତେ ତୟାର..

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ, ସଜେଇ ହେଲାଣି ପଥ। ଦଇତାପତିଙ୍କଠୁ ଆରମ୍ଭ କରି ପ୍ରଶାସନ, ବିଶ୍ୱକର୍ମା ମହାରଣାଙ୍କ ଠାରୁ ଆରମ୍ଭ କରି ଚିତ୍ରକର କାହାରିକୁ ତର ନାହିଁ। More

ରାଜ୍ୟରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ; ଟ୍ୱିନ୍‌ସିଟିର କୃତ୍ରିମ ବନ୍ୟା ପରିଚାଳନା ପାଇଁ ନିଆଯିବ IITର ସହାୟତା

ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ପରେ ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More

ମଞ୍ଚେଶ୍ବର ମର୍ଡର ପଛର ରହସ୍ୟ କ’ଣ, କେଉଁ ପରିସ୍ଥିତିରେ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପୁଅ

ଟଙ୍କା, କର୍ମ ସଂସ୍ଥାନର ଚାପ ନା ପାରିବାରିକ ସମସ୍ୟା ? କେଉଁ କାରଣରୁ ମାନସିକ ସନ୍ତୁଳନ ହରାଇ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପ୍ରଫେସର ପୁଅ ? More

ବିଜେଡି ନେତାଙ୍କ ମୁହଁରେ ତାଲା: ବିଶୃଙ୍ଖଳା ସାଙ୍ଘାତିକ

ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା। More

ମୁଣ୍ଡିଆ ମାରି ପ୍ରବେଶୀଲେ ମୋହନ, ଏଣିକି ସବୁ କାମ ଓଡ଼ିଆରେ

ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ। More

ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ଝୁଲନ୍ତା ମୃତଦେହ

ମୃତ ASOଙ୍କ ନାଁ ମୋରା ମାରାଣ୍ଡି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। More

କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଘରୋଇ କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ। More

ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟରୁ ମିଳିଲା ବଡ଼ ସୂଚନା

ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ କହିଲେ ଜଷ୍ଟିସ ପଶାୟତ । More

ଟ୍ରାଇସାଇକେଲ ଚଳାଇ ରାଇକିଆରୁ ଭୁବନେଶ୍ବର

ପଦ୍ମଲୋଚନଙ୍କ ଅଭିଯୋଗ ହେଉଛି ଅତି ସାଧାରଣ । ଯାହାକୁ ଚାହିଁଥିଲେ ନିଜର ସରପଞ୍ଚ ଓ ବିଧାୟକ ସମାଧାନ କରିପାରିଥାନ୍ତେ । More

କେମିତି ତିଆରି ହୁଏ ଟାହିଆ, କଣ ଏହା ପଛରେ ଇତିହାସ; ଜାଣନ୍ତୁ ...

ଦିନ କେଇଟା ପରେ ଗୁଣ୍ଡିଚା ଯାତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଦାଣ୍ଡକୁ ବିଜେ କରିବେ । More

ଏମିତି ମାଆ... ଛୁଆକୁ ଜନ୍ମ ଦେବାର ୨୪ ଘଣ୍ଟା ନପୂରୁଣୁ କରିଦେଲା ବିକ୍ରୀ !

ନୂଆବଜାରର ଜଣେ ଦଲାଲ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି। More

ଘରେ ଶୋଇଥିଲେ, ନିଆଁ ଲାଗି ଫାଟିଲା ସିଲିଣ୍ଡର..ଉଡିଗଲା ଛାତ

ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। More

୨୨ ଦିନ ପରେ ତୃତୀୟ ମହଲାରେ ଏଣ୍ଟ୍ରି କଲେ ମୋହନ

ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭାବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ। More

କମାଲ୍‌ କଲେ ଓଡ଼ିଆ ପୁଅ; ତିଆରି କଲେ ଡ୍ରୋନ୍‌...ପାଣିରୁ ଛାଣିବ ଜୀବନ

ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍। ବନ୍ୟାରେ ଭାସିଯାଉଥିଲେ ଉଦ୍ଧାର କରିବ । କେବେଳ ସେତିକି ନୁହେଁ ଦୁର୍ଗମ ହିମାଳୟରେ ବି ସେନାକୁ ସହାୟତା କରୁଛି ଏହି ଉନ୍ନତ ଡ୍ରୋନ୍। More

ଉପାନ୍ତରୁ ଉପକୂଳ ସବୁଠି ଛେଚୁଛି ବର୍ଷା; ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। More

ବଲ୍ଲେ ବଲ୍ଲେ ଢାବା ପରେ ବିବାଦରେ କୁସୁମା ବଙ୍ଗଳା

ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ? More

ଘୋଷଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ବଢ଼ିଲା ଆଶା

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ । More

ନିଆଁରେ ଘିଅ ଢାଳିଲେ କି ପ୍ରଭାତ, ବିଜେଡିରେ ବିଭୀଷଣ କିଏ ?

୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି । More

ଟଙ୍କା ସାରିଦେଲା ସମ୍ପର୍କ! ପୁଅ ପାଲଟିଲା ପିତୃହନ୍ତା, ଋଣ ଭାରରେ ବୁଡ଼ି ଥିବାରୁ ଚରମ ନିଷ୍ପତ୍ତି

ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା । More

ଗଛ ଲଗାଇଲେ, ଘଟିଲା ଚମତ୍କାର; ଅସୁସ୍ଥ ରହୁଥିଲା ପୁଅ, ହେଲା ସୁସ୍ଥ

ପୁଅ ଦେହ ସୁସ୍ଥ ପାଇଁ ଲଗାଇଲେ ୫୪ଟି ଓସ୍ତ ଓ ବରଗଛ । ଭୁବନେଶ୍ୱରର ରବିନ୍ଦ୍ର ନାଥ ଦାସ ଏଭଳି ଗଛ ଲଗାଇ ସାଧାରଣ ଜନତାଙ୍କୁ ଦେଇଛନ୍ତି ଏକ ସୁନ୍ଦର ସନ୍ଦେଶ । More