ସଂକ୍ଷେପରେ ଆଜିର ତାଜା ଖବର - Tuesday, 18 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଥର ବିରଳ ହେବ ରଥଯାତ୍ରା; ଏକା ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଘୋଷଯାତ୍ରା

ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ। More

କାଳ ହେଲା ମୁକୁଳା ଡ୍ରେନ୍: ବର୍ଷା ହେଲା, ଜୀବନ ଯିବା ଆରମ୍ଭ ହେଲା

କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି। More

ବିଧାନସଭାରେ ନୂଆ ଚେହେରା; କିଏ ମାରିଲେ ମୁଣ୍ତିଆ..କିଏ ଦେଲେ ପୁଷ୍ପାଞ୍ଜଳି

ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ। More

DBTରେ ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୨୦୦୦ ଲେଖାଏଁ ଟଙ୍କା

ବରଗଡ଼ରେ ସିଏମ୍ ମୋହନ ମାଝୀ ଦେଲେ ସହାୟତା । ବଦଳିବ କି କାଳିଆ ଯୋଜନା, ବଢ଼ିଲା ଚର୍ଚ୍ଚା। More

BJDରେ ଏବେବି ବଳବତ୍ତର ପାଣ୍ଡିଆନଙ୍କ ପତିଆରା ? ମୁହଁ ଖୋଲୁ ନାହାନ୍ତି ନେତା..!

ପାଣ୍ଡିଆନଙ୍କ ବାବଦରେ ପଚାରିବାରୁ ଏଡାଇଗଲେ ନେତା । କାଲି ବିଜେଡି ବିଧାୟକ ଦଳ ବୈଠକ ଉପରେ ନଜର । More

କିଶାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କଲେ ମୋଦି

ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ। More

ଦେବୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର

ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ । ସମସ୍ତ ମୃତକ ବାଲିଡିହା ଗାଁର, ବୟସ ୧୩ରୁ ୧୫ ବର୍ଷ ସୂଚନା । More

ବର୍ଷାରେ ଭିଜିଲା ରାଜଧାନୀ, ଗରମରୁ ମିଳିଲା ଆଶ୍ୱସ୍ତି

ଗମ୍‌ଗମ୍‌ ହୋଇ ଝାଳ ବୋହୁଥିଲା। ତେବେ ଅପରାହ୍ନରେ ହଠାତ୍‌ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା। More

ମୁକୁଳା ଡ୍ରେନରେ ଭାସିଗଲା ନାବାଳକ।

୮ ବର୍ଷର ନାବାଳକକୁ ଉଦ୍ଧାର ଉଦ୍ୟମ ଜାରି ରହିଛି। More

ଆଜି କାଳିଆ ସାଆନ୍ତଙ୍କ ବାହାଘର

ମାନବୀୟ ଲୀଳାରେ ଅବର୍ତ୍ତୀର୍ଣ୍ଣ ଆମ ବଡ଼ ଠାକୁର। ଆଜି ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ବିବାହ ଉତ୍ସବ। More

ଆଜି ରୁକ୍ମିଣୀ ହରଣ ଏକାଦଶୀ; ଶ୍ରୀମନ୍ଦିରରେ ହେବେ ମହାପ୍ରଭୁଙ୍କ ବିବାହ ମହୋତ୍ସବ

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। More

ଆଗେଇବାର ନାଁ ଧରୁନି ମୌସୁମୀ; ୩ ଦିନ ଯାଏଁ ଗୁଳୁଗୁଳିରୁ ନିସ୍ତାର ନାହିଁ...

ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ୩ ଦିନ ଯାଏଁ ଗୁଳୁଗୁଳିରୁ ନିସ୍ତାର ନାହିଁ । ୩ ଦିନ ଯାଏଁ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଶ୍ବସ୍ତି ଆଣିବ ବର୍ଷା  । More

ଆଜିଠୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ; ଶପଥ ନେବେ ନବନିର୍ବାଚିତ ବିଧାୟକ

ଆଜିଠୁ ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ, ୨୦ରେ ବାଚସ୍ପତି ନିର୍ବାଚନ । ବିଧାନସଭା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା  । More

ରାଗ ଶୁଝାଉଛି ଗୁଳୁଗୁଳି: ୧୦ ଜିଲ୍ଲାରେ ୨୦ ଯାଏଁ ସ୍କୁଲ ଛୁଟି...  

ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି । ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜ , ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୦ ଯାଏଁ ଛୁଟି । More

Panchang Today 18th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ୧୧ଶୀ (ମଳ) ପ୍ରାତଃ ୦୬.୨୫ ଗତେ ୧୨ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୨୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୫ ଗତେ ୩ ପାଦ-କୃଷି , ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ More

ଚଳିତ ବର୍ଷ କନହେଇ କଥା ପୁରସ୍କାର ପାଇବେ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ

ଆଜି ସଂଧ୍ୟାରେ ବିବେକାନନ୍ଦ ମାର୍ଗ ସ୍ଥିତ 'ସଂକେତ' ପରିସରରେ କନହେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି। More

ଖାଉଟିଙ୍କୁ ଚଡ଼କ; ୮୦ କି ୬୦ ଟଙ୍କା ତଳକୁ ବଜାରରେ ମିଳୁନି କଞ୍ଚା ପରିବା

ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍ ଏମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି। More

ରଜ ଗଲା, ତଥାପି ନିଖୋଜ ମୌସୁମୀ; ଚାଷୀଙ୍କୁ ଘାରିଲା ଗଜା ମରୁଡ଼ି ଆଶଙ୍କା

ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ। More

ପଲିଟିକ୍ସରେ ପଶିବନି SHG ! ରାଜ୍ୟରେ ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି

ଭୋଟ୍ ବ୍ୟାଙ୍କରେ ଗଣା ହେବନି କି ପଲିଟିକ୍ସରେ ପଶିବନି SHG । ବିଜେପି ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ । More

ଲାଞ୍ଚ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ! ୨୪ ଘଣ୍ଟା, ୩୬୫ ଦିନ କାମ ହେବ...

ଦିନର ୨୪ ଘଂଟା ଏବଂ ବର୍ଷର ୩୬୫ ଦିନ କାମ ହେବ। ଆଜି ହିଁ ବୈଠକ କରି ବିଭାଗର ଆଗାମୀ ରୋଡ଼ମ୍ୟାପ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। More