ସଂକ୍ଷେପରେ ଆଜିର ତାଜା ଖବର - Friday, 31 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାତି ପାହିଲେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ୍

ରାତି ପାହିଲେ ୨୪ ମହାସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲଢ଼େଇ । ରାଜ୍ୟର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ କାଲି ସକାଳ ୭ରୁ ପଡ଼ିବ ଭୋଟ୍ । More

ଭୋଟ୍ ପାଇଁ ନୋଟ୍ ବଣ୍ଟା ଅଭିଯୋଗ, ରେମୁଣା ବ୍ଲକ ମିଶନ ଶକ୍ତି ଗୃହରୁ ପୁଳାପୁଳା ଟଙ୍କା ଜବତ

ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି। More

କାହିଁକି ଜୀବନ ଝାମ୍ପି ନେଉଛି ରୌଦ୍ର ନିଆଁ ? ଅଂଶୁଘାତ ସତର୍କତାକୁ ହେୟଜ୍ଞାନ କି କାରଣ ?

କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି । More

ଜଳୁଛି ଜୀବନ, ମୃତ୍ୟୁର ଖେଳ ଖେଳୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ; ଗଲାଣି ୨୦ ଜୀବନ

ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ । More

ପୁରୀ ବାଣ ବିସ୍ଫୋରଣ ଘଟଣା; ଚିକିତ୍ସାଧୀନ ଆଉ ୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ୬କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । More

କୁଆଡ଼େ ଆସିଛ.. ଆମ ଗାଁ ପାଇଁ କ’ଣ କରିଛ.. ଏଯାଏଁ କେଉଁଠି ଥିଲ..?

ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ।  More

ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ରହସ୍ୟ, ସୋସିଆଲ ମିଡିଆ ମେସେଜ୍‌ ଚେକ୍‌ କରୁଛି ପୋଲିସ

ଭୁବନେଶ୍ୱରରେ ବାର ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରେ ବାର୍ ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତଦେହ । More

ଜାଳୁଛି, ଜଳାଉଛି...ରାଜ୍ୟରେ କଲବଲ କରୁଛି ତାତି 

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି। ଗତକାଲି୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ।  More

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ବୁଥ ମୁହାଁ ପୋଲିଂ ପାର୍ଟି...

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ।  ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଭୋଟିଂ ଗ୍ରହଣ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି  ।  More

ମୁଣ୍ତ ନେଉଛି ହିଟୱେଭ୍‌ ! ଦିନକରେ ଗଲାଣି ୧୪ ଜୀବନ

ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ। More

ଆକାଶରୁ ଖସୁଛି ନିଆଁ ଝୁଲ; ୪୬ ଡିଗ୍ରୀ ଉପରେ ରାଜ୍ୟର ୪ ସହର

ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। More

ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

ବିଜେଡି ମାର୍କା ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା ! କେତେ ବେଳେ କାହା ଉପରେ ବି ହୋଇପାରେ ଆକ୍ସନ! କୁଟ୍ଟେ ଆଉ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ହାତବାରିସୀ ବାବୁଙ୍କ ଛାତି ଧଡ଼ଧଡ଼। More

ନବୀନଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; କହିଲେ, ‘ପାଣ୍ଡିଆନ୍ ନୁହଁନ୍ତି ମୋ ଉତ୍ତରାଧିକାରୀ’...

ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ANIକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ମନ୍ତବ୍ୟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି।  More

ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌-ଟିଭି ତାର କାଟିଲା କିଏ ?

ANIକୁ ସାକ୍ଷାତକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ମନ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର। More