ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହାରିବା ଭୟରେ ରକ୍ତମୁଖା ହେଉଛି କି ଶାସକ ବିଜେଡି ? 

ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା, ପଥର ମାଡ଼ ସହ ତାଙ୍କୁ ବିଧା ଗୋଇଠା ମାରିଥିଲେ । ତା’ ପୁଣି ପୋଲିସ ଉପସ୍ଥିତିରେ। ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ଅଭିଯୋଗ କରିଥିଲେ ସୁବାସ।  More

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM, CCTVରୁ ସ୍ପଷ୍ଟ

ସିସିଟିଭି ଫୁଜେଟ୍ ଜାରି କରି ସତ-ମିଛର ପର୍ଦ୍ଦାଫାସ୍ କଲେ ଅପରାଜିତା । ପରାଜୟ ଭୟରେ ତୃତୀୟ ମହଲା ଇଙ୍ଗିତରେ କରାଯାଇଛି ଗିରଫଦାରୀ କହିଛନ୍ତି ସରକାରୀ ଅଧିକାରୀ । More

‘ଓଡ଼ିଶାର ଭାଗ୍ୟ ବଦଳିବ, ରାଜ୍ୟରେ ସରକାର ପରିବର୍ତ୍ତନ ହେବ ’

ଓଡ଼ିଶାରେ ବିଜେପି ସରକାର ନେଇ ପୁଣି ମୋଦିଙ୍କ ଦମ୍ଭୋକ୍ତି । ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖିଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ । ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ସହ ସଂପର୍କକୁ ବଳି ପକାଇବାକୁ ପ୍ରସ୍ତୁତ ବୋଲି କହିଲେ ମୋଦି ।    More

IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ECI

IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ECI । CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI । More

‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’

୪ ଜୁନରେ ନବୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଶେଷ ପର୍ଯ୍ୟାୟ ଭୋଟ୍ ଲଢ଼େଇର ତିନି ଦିନ ପୂର୍ବରୁ ଆଜି ତିନି ତିନିଟି ସ୍ଥାନରେ ମାରାଥନ୍ କ୍ୟାମ୍ପେନ କରି ସିଏମ୍ ନବୀନଙ୍କୁ ଜୋରଦାର ହମଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।  More

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

ଅମିତ ଶାହ ମଧ୍ୟ ଓଡ଼ିଶା ଆସି ନବୀନ ଓ ପଣ୍ଡିଆନଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହ କହିଲେ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଯିବ । More

ଦୁଆରୁ ଲିଭିନି ବାହାଚିତା, କୋଳକୁ ଆସିନି ସନ୍ତାନ; ଏକାଠି ଉଠିବ ସ୍ୱାମୀ-ସ୍ତ୍ରୀଙ୍କ କୋକେଇ

ଦୁଆରୁ ଲିଭିନି ବାହାଚିତା । ହେଲେ ଏପଟେ ଚିତା ଜଳିବ ବୋଲି ଏକାଠି ହେଲେଣି ମାଲଭାଇ । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଜନ୍ମକଲା ମା’ର ଅନ୍ତରଟା ଫାଟି ପଡୁଛି । More

ନିର୍ବାଚନ ରେଜଲ୍ଟ ଯାଏ ରାତି ସାଢ଼େ ୮ଟା ପରେ ଦୋକାନ-ବଜାର ବନ୍ଦ

ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା। More

୩ ଜଣଙ୍କୁ ବଞ୍ଚାଇଦେଲା ବର୍ଷକର ପିଲା; ବାପା-ମାଆଙ୍କୁ କନ୍ଦାଇଲା, ଅନ୍ୟଙ୍କୁ ହସାଇଲା

ପ୍ରତ୍ୟୁଷର ମୃତ୍ୟୁ ପରେ ନିଜର ହାର୍ଟ ଓ ଲିଭର ଦାନ କରିଛନ୍ତି ପରିବାର। ଛାତିକୁ ପଥର କରି ନିଜ ମୃତ କୁନିପୁଅର ଅଙ୍ଗଦାନ କରିଛନ୍ତି। More

ସାମ୍ନାକୁ ଆସିଲା ସତ ! EVM ଭାଙ୍ଗିବା ମାମଲାରେ ଆସିଲା ସିସିଟିଭି ଫୁଟେଜ...

ଗତ ୨୫ ତାରିଖରେ ମତଦାନ ବେଳେ ବେଗୁଆନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି । More

୪ ଜୁନ୍ ପରେ ନବୀନ ହେବେ ପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ୍ ଶାହ

ଚାନ୍ଦବାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦବୋଧନ । ଆରମ୍ଭରୁ ବିଜେଡ଼ି ଉପରେ ବର୍ଷିଲେ । ୪ ଜୁନ୍‌ରେ ନବୀନ ହେବେ ‘ପୂର୍ବ ମୁଖ୍ୟମନ୍ତ୍ରୀ’ବୋଲି କହିଲେ । More

‘EVM ଭାଙ୍ଗିଆର ପ୍ରମାଣ ନାହିଁ, ଥାର୍ଡ ଫ୍ଲୋର୍‌ ନିର୍ଦ୍ଦେଶରେ ଜଗଦ୍ଦେବ ଗିରଫ’

ଜଗଦ୍ଦେବଙ୍କ ଗିରଫଦାରୀଙ୍କୁ ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ, ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ। More

ପୁଣି ଫେରିବ ତାତି; ୩ରୁ ୫ଡିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା

ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବନି। କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି। More

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ BJPର ଜୋର୍‌ଦାର୍‌ ପ୍ରଚାର; ଆଜି ପୁଣି ଆସୁଛନ୍ତି ଅମିତ ଶାହ

ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ । More

ଉପକୂଳ ଟେନସନରେ ବିଜେଡି; ଯାଜପୁରଠୁ ଜଗତସିଂହପୁର, ସବୁଠି ଟଳମଳ ସ୍ଥିତି

ଜଗତସିଂହପୁର, ବାଲିକୁଦା-ଏରସମାରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ। ଆଉ ପାରାଦୀପରେ ସୀମା ଟପିଛି ବିଜେଡି କନ୍ଦଳ। ତିର୍ତ୍ତୋଲରେ ବିଜେଡି ନେତା ସରୋଜକାନ୍ତ ସ୍ୱାଇଁ ବିଜେପିରେ ମିଶିବା ପରେ ଜଳଜଳ ହୋଇ ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ। More

ଲଟେରୀ ଲାଗୁଛି MLA ହେଲେ; ୫ ବର୍ଷରେ ଧୁମ ଟଙ୍କା ଆୟ, ହୋସ ଉଡାଇବ ADR ରିପୋର୍ଟ

ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି। More

ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା !

ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । More

ସରଗରମ ବାଲେଶ୍ୱର ରାଜନୀତି, କାହା ସପକ୍ଷରେ ଯିବ ଭୋଟ ?

ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି । More

‘ଜଗଦ୍ଦେବଙ୍କ ବିରୋଧରେ ମିଛ କହିବାକୁ ବାଧ୍ୟ କରିଥିଲା ପୋଲିସ’

ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । More